Mumbai Airport: ଅଭିନବ ଉପାୟରେ  ହେଉଥିବା ଏକ ଚୋରାଚାଲାଣ ଘଟଣାର ପର୍ଦ୍ଦାଫାଶ କରିଛି ସୀମା ଶୁଳ୍କ ବିଭାଗ। ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରୁ ୪.୧ କୋଟି ଟଙ୍କା ମୂଲ୍ୟର ୪ ଲକ୍ଷ ୯୭ ହଜାର 000 ଆମେରିକୀୟ ଡଲାର ଜବତ କରିଛି ବିଭାଗ। ଶାଢୀ ଏବଂ ଜୋତା ମଧ୍ୟରେ ଏହାକୁ ରଖାଯାଇଥିବା ଜଣାପଡ଼ିଛି। 
 
ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ଗୁଇନ୍ଦା ଖବର ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ (Mumbai Airport) କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (Custom Air Intelligence Unit) ବୁଧବାର ସକାଳେ ଦୁବାଇ (Dubai) ଅଭିମୁଖେ ଯାଉଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ଅଟକ ରଖିଥିଲା। ଏହା ପରେ ସେମାନଙ୍କର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ (Chhatrapati Shivaji Maharaj International Airport) ୪.୧ କୋଟି ଟଙ୍କା ମୂଲ୍ୟର ୪ ଲକ୍ଷ ୯୭ ହଜାର ଆମେରିକୀୟ ଡଲାର (American Dollar) ଜବତ କରିଛି। ଏହି ବିଦେଶୀ ମୁଦ୍ରାକୁ ଶାଢୀ ଏବଂ ଜୋତା ମଧ୍ୟରେ ଲୁଚାଇ ରଖାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଅଧିକାରୀ କହିଛନ୍ତି ଯେ ଯାଞ୍ଚ ବେଳେ ୪ ଲକ୍ଷ ୯୭ ହଜାର ଆମେରିକୀୟ ଡଲାର ଜବତ କରାଯାଇଥିଲା ଯାହାକୁ ଶାଢୀ, ଜୋତା ଏବଂ ଏକ ବ୍ୟାଗ ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ଘଟଣାରେ  ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ଥାନୀୟ କୋର୍ଟ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ନେଇ ଜଣାଇଛନ୍ତି ଅଧିକାରୀ।


Also Read: Gharial: ଅଭିନବ ଉପାୟରେ ହେଉଥିଲା ଚୋରାଚାଲାଣ, ଏପରି ହେଲା ପର୍ଦ୍ଦାଫାଶ


ଏହା ପୂର୍ବରୁ ୧୩ ଅକ୍ଟୋବରରେ ସୀମା ଶୁଳ୍କ ବିଭାଗ (Customs Department) ବିପୁଳ ପରିମାଣର ସୁନା ଜବତ କରିଥିଲା। ଆଡିସ ଆବାବା (Addis Ababa) ଠାରୁ ଆସି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ୮.୪ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି। ଅଧିକାରୀ କହିଛନ୍ତି ଯେ ବିମାନ ବନ୍ଦର ସୀମା ଶୁଳ୍କ ବିଭାଗ ଅଧିକାରୀ ଏକ ଇଥିଓପିଆ ଏୟାରଲାଇନ୍ସ ବିମାନରେ (Ethiopian Airlines) ଏଠାକୁ ଆସିଥିବା ଜଣେ ଯାତ୍ରୀଙ୍କୁ ଏଠାରେ ଅଟକାଇ ଦେଇଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଜଣାପଡିଥିଲା ଯାତ୍ରୀ ଜଣଙ୍କ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ବେଲ୍ଟ ମଧ୍ୟରେ ପ୍ରାୟ ୧୬ କିଲୋଗ୍ରାମ ସୁନା ଲୁଚାଇ ରଖିଥିଲେ।


ପୂର୍ବରୁ ଏଭଳି ଏପରି ଘଟଣା ଜର୍ମାନୀ ମ୍ୟୁନିଚ୍ ବିମାନ ବନ୍ଦରରେ (Munich International Airport Germany) ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଏକ ଘଡ଼ିଆଳକୁ ସୁଟକେସ (Gharial in Suitcase) ମଧ୍ୟରେ ଲୁଚାଇ ରଖିଥିଲେ। ହେଲେ ବିମାନ ବନ୍ଦରରେ ଲାଗିଥିବା ଲଗେଜ୍ ସ୍କାନର (Airport Luggage Scanner) ତାଙ୍କ କାରନାମାର ପର୍ଦ୍ଦାଫାଶ କରି ଦେଇଥିଲା। ଏନେଇ କୁହାଯାଉଛି ଯେ ବ୍ୟକ୍ତି ଜଣକ ଏହାକୁ ଜର୍ମାନୀରୁ ସିଙ୍ଗାପୁର (Germany to Singapore) ଅଭିମୁଖେ ନେଇ ଯାଉଥିଲେ। ତାଙ୍କ ସୁଟକେସରେ ପ୍ରାୟ ଏକ ମିଟର ଲମ୍ବା ଘଡ଼ିଆଳ (Gharial) ରହିଥିବାର ଜଣାପଡ଼ିଥିଲା। ସେ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ଘଡ଼ିଆଳକୁ ନେଇ ଯାଉଥିଲେ।