ପୁଣି ବିତର୍କର କାରଣ ପାଲଟିଲା ଡାଇନେସୋର?
ବୈଜ୍ଞାନିକଙ୍କ ଏହି ଦାବିକୁ ଚ୍ୟାଲେଞ୍ଜ କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେଉଛି।
Debate for Dinosaur: ଏକ ସମୟ ଥିଲା ଯେତେବେଳେ ପୃଥିବୀ ପୃଷ୍ଠରେ ବସବାସ କରୁଥିଲେ ଡାଇନେସୋର। ହେଲେ ବର୍ତ୍ତମାନ କୌଣସି ଡାଇନୋସର ଜୀବିତ ନାହାଁନ୍ତି ବୋଲି କହୁଛି ବୈଜ୍ଞାନିକ ଗବେଷଣା। ବୈଜ୍ଞାନିକଙ୍କ ଏହି ଦାବିକୁ ଚ୍ୟାଲେଞ୍ଜ କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଲମ୍ବା ବେକ ଥିବା ପ୍ରାଣୀ ଦୌଡୁଛି। ହେଲେ ଏହି ପ୍ରାଣୀ ମୈମନକୀସୌରସ ଭଳି ଦେଖାଯାଉଛି। ମୈମନକୀସୌରସ ହେଉଛି ଡାଇନେସୋର ଯାହାର ଉଚ୍ଚତା ହେଉଛି ଛୋଟ ଏବଂ ବେକ ହେଉଛି ଲମ୍ବା। ଏଭଳି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ପୃଥିବୀ ପୃଷ୍ଠରେ ଡାଇନେସୋର ଜୀବିତ ରହିଥିବା ନେଇ ବିତର୍କ ଆରମ୍ଭ ହୋଇଯାଇଛି।
ଏହି ଭାଇରାଲ ଭିଡି଼ଓ କୌଣସି ସମୁଦ୍ର ଉପକୂଳର ବୋଲି କୁହାଯାଉଛି। ଭିଡିଓ ମାଧ୍ୟମରେ ଦେଖିବାକୁ ଡାଇନେସୋର ଭଳି ଲମ୍ବା ବେକ ଥିବା ଏହି ଜୀବ ସମୁଦ୍ର କୂଳର ଗୋଟିଏ ପାଖରୁ ଅନ୍ୟ ପାଖକୁ ଦୌଡୁଛନ୍ତି। ହେଲେ ଏହି ଜୀବର ଆକାର ବହୁତ ଛୋଟ ହେବା ବେକ ମଧ୍ୟ ବହୁତ ଲମ୍ବା ଥିବାର ଦେଖାଯାଉଛି। ଏହି ଜୀବ ମୈମନକୀସୌରସ (Mamenchisaurus) ଭଳି ଦେଖାଯାଉଛି। ମୈମନକୀସୌରସ ହେଉଛି ଏକ ପ୍ରକାର ଡାଇନେସୋର (Dinosaur) ଭଳି ଜୀବ ଯାହାର ଉଚ୍ଚତା ହେଉଛି ଛୋଟ ଏବଂ ବେକ ହେଉଛି ଲମ୍ବା। ଏହି ଲମ୍ବା ବେକ ବିଶିଷ୍ଟ ଜୀବ ସମୁଦ୍ର କୂଳର ଦୌଡୁ ଥିବାର ଦେଖିବାକୁ ମିଳୁଛି।
Also Read: ମହାବିନାଶରେ ଶେଷ ହୋଇଗଲେ ଡାଇନେସୋର; ହେଲେ କେମିତି ବଞ୍ଚିଲେ କୁମ୍ଭୀର?
ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ପୃଥିବୀ ପୃଷ୍ଠରେ ଡାଇନେସୋର ଭଳି ଜୀବର ଅସ୍ଥିତ୍ୱକୁ ନେଇ ବିତର୍କ ଆରମ୍ଭ ହୋଇଗଲାଣି। କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଜୀବକୁ ପ୍ରକୃତ ଡାଇନୋସର ଭାବେ ମାନୁଥିବା ବେଳେ କେତେକ ଏହାକୁ ଏକ ଏଡିଟ୍ ଭିଡିଓ ବୋଲି କହୁଛନ୍ତି।
Shocking News: ପାଣିରେ ବୁଡି କୁମ୍ଭୀର ମୃତ
କହିବାକୁ ଗଲେ ଭାଇରାଲ ହେଉଥିବା ଭିଡିଓ ହେଉଛି ସତ୍ୟ। ଏଥିରେ ଦୃଶ୍ୟମାନ ହେଉଥିବା ଜୀବ ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବଞ୍ଚି ରହିଛି। ଏପରି ନୁହେଁ ଯେ ଜୀବକୁ କେବେ ଦେଖାଯାଇନାହିଁ କିମ୍ବା ସେମାନଙ୍କୁ ଆବିଷ୍କୃତ କରାଯାଇନାହିଁ। ଏହି ଭିଡିଓ ସହିତ ଏକମାତ୍ର ସମସ୍ୟା ହେଉଛି ଏହାକୁ ଓଲଟା ଦେଖାଯାଇଛି। ବର୍ତ୍ତମାନ ଯେଉଁ ଭିଡିଓ ଡାଇନୋସର ଲାଗି ଭାଇରାଲ ହେଉଛି ତାହାକୁ ଓଲଟା ଦେଖାଯାଇଛି। ପ୍ରକୃତରେ ଭାଇରାଲ ହେଉଥିବା ଏହି ଜୀବ ହେଉଛି କୋଟି। ଏହି ଜୀବ ଦକ୍ଷିଣ-ମଧ୍ୟ ଆମେରିକା, ମେକ୍ସିକୋ ଠାରେ ଦେଖିବାକୁ ମିଳିଥାନ୍ତି। ମାତ୍ର ଏହି ଜୀବର ଭିଡ଼ିଓ ଓଲଟା ଦର୍ଶାଯାଉଥିବାରୁ ଏହା ଜଣାପଡୁଛି ଯେ ଡାଇନେସୋର ଭଳି ଏକ ଲମ୍ବା ବେକ ଜୀବ ଚଲାବୁଲା କରୁଛି।