ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱର ସବୁଠୁ ଛୋଟ ଦିନ। ଗତବର୍ଷ ଡିସେମ୍ବର ୨୨ ତାରିଖ ସବୁଠାରୁ ଛୋଟ ଦିନ ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇବେ ବିଶ୍ୱବାସୀ।  ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ (Winter Solstice) କହନ୍ତି। ଲାଟିନ ଶବ୍ଦ ସଲଷ୍ଟାଇସର ଅର୍ଥ ହେଉଛି ସୂର୍ଯ୍ୟଙ୍କ (Sun) ଅଟକିଯିବା। ଯେତେବେଳେ ପୃଥିବୀ ଏହାର ଅକ୍ଷ ପଥରେ ଘୂରିବା ବେଳେ ସୂର୍ଯ୍ୟ ଆଡକୁ ଦିଗ ବଦଳାଇଥାଏ ତାହା ପରେ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସୁଥିବା ଅଂଶକୁ ସଲଷ୍ଟାଇସ୍ ଶବ୍ଦ ସହ ଯୋଗ କରାଯାଏ।         


COMMERCIAL BREAK
SCROLL TO CONTINUE READING


ଚଳିତ ବର୍ଷ ଉତ୍ତର ଗୋଲାର୍ଦ୍ଧରେ (Northern Hemisphere) ସବୁଠାରୁ ଛୋଟ ଦିନ ହେଉଛି ଡିସେମ୍ବର ୨୧ ତାରିଖ। ଯାହାର ଅର୍ଥ ହେଉଛି ଆଜିର ଦିନରେ ପୃଥିବୀର ଏହି ଅଂଶରେ ସୂର୍ଯ୍ୟ ସବୁଠୁ କମ ସମୟ ଲାଗି ଦୃଶ୍ୟମାନ ହେବ। ଅନ୍ୟପଟେ ଦକ୍ଷିଣ ଗୋଲାର୍ଦ୍ଧରେ (Southern Hemisphere) ଆଜି ଠାରୁ ସୂର୍ଯ୍ୟ ସବୁଠୁ ଅଧିକ ସମୟ ଲାଗି ଦେଖାଯିବ।  


Also Read: ସଙ୍କଟରେ ପୃଥିବୀ! ୧୧୦୦୦ ବୈଜ୍ଞାନିକ ଜାରି କଲେ ଚେତାବନୀ


 



ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଥିବା ଦେଶ  ଆଜି ସବୁଠାରୁ ବଡ ଦିନ ଦେଖିବେ। ଏହା ସହିତ ଆଜିର ଦିନରୁ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଆଦି ରାଷ୍ଟ୍ରରେ ଗ୍ରୀଷ୍ମ ଋତୁ (Summer Season) ଆରମ୍ଭ ହେବ। ଉତ୍ତର ଗୋଲାର୍ଦ୍ଧ ଅବସ୍ଥିତ ଦେଶରେ ଆଜିଠୁ ଥଣ୍ଡା ଆହୁରି ବଢିବ। 


Also Read:  ସାବଧାନ! ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ବୋଇଂ ବିମାନ ଭଳି କ୍ଷୁଦ୍ରଗ୍ରହ


 



ଡିସେମ୍ବର ୨୧ ତାରିଖରେ ବିଶ୍ୱ ଉଭୟ ଗୋଲାର୍ଦ୍ଧରେ ୨ଟି ଭିନ୍ନ ଭିନ୍ନ ପରିବର୍ତ୍ତନ ଦେଖାଯିବା ତାହା ହେଉଛି ସବୁଠୁ କମ୍ ଏବଂ ଲମ୍ବା ଦିନ। ଦିନର ଛୋଟ କିମ୍ବା ବଡ ହେବାର କାରଣ ହେଉଛି ନିଜ ଅକ୍ଷରେ ପୃଥିବୀର ଅବସ୍ଥିତି। ପୃଥିବୀ ମଧ୍ୟ ଅନ୍ୟ ଗ୍ରହ ପରି ପ୍ରାୟ ୨୩.୫ ଡିଗ୍ରୀରେ ଏହାର ଅକ୍ଷରେ ଛିଡା ହୋଇଛି। ଏହାର ଅକ୍ଷ ଢଳି ରହିବା କାରଣରୁ ସୂର୍ଯ୍ୟ କିରଣ ଗୋଟିଏ ସ୍ଥାନରେ ଅଧିକ ଏବଂ ଅନ୍ୟ ସ୍ଥାନରେ କମ୍ ପଡେ। ଯେଉଁଠାରେ ସୂର୍ଯ୍ୟକିରଣ ଅଳ୍ପ ସମୟ ପାଇଁ ଆସେ ସେଠାରେ ଦିନ ଛୋଟ ହୋଇଥିବା ବେଳେ ଅନ୍ୟ ଭାଗରେ ଅଧିକ ଆଲୋକ କାରଣରୁ ଏହି ଭାଗରେ ଦିବସ ବଡ ହୋଇଯାଏ। 


          


Also Read: ମହାକାଶରୁ ମାଡି ଆସୁଛି ଆଉ ଏକ ବିପଦ, ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡ଼କୁ ଖସିବ ଉଲକା ପିଣ୍ଡ !


 


ବୈଜ୍ଞାନିକଙ୍କ ବିଶ୍ୱାସ ସୌରମଣ୍ଡଳ ଗଠିତ ହେବା ବେଳେ ପୃଥିବୀ ଏକ ପିଣ୍ଡ ସହ ଧକ୍କା ହେବା କାରଣରୁ ଏହାର ଅକ୍ଷରେ ଝୁଲିବା ଅବସ୍ଥାରେ ରହିଗଲା। ପୃଥିବୀ ନିଜ ଅକ୍ଷରେ ଏକ ନିର୍ଦ୍ଦିଷ୍ଟ କୋଣରେ ଝୁଲି ରହିଥାଏ। ଉତ୍ତର ଗୋଲାର୍ଦ୍ଧ ବର୍ଷର ୬ ମାସ ସୂର୍ଯ୍ୟଙ୍କ ଆଡକୁ ଢଳିରହିଥାଏ। ଏହି କାରଣରୁ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ସୂର୍ଯ୍ୟ କିରଣ ଏହି ଗୋଲାର୍ଦ୍ଧକୁ ଆସିବା ଫଳରେ ଏଠାରେ ଉତ୍ତାପ ବଢିଯାଏ। ଅନ୍ୟପଟେ ଏହି ସମୟ ବ୍ୟବଧାନ ମଧ୍ୟରେ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠାରୁ ଦୂରେଇ ରହିଥାଏ। ସେବେଠାରୁ ଦିନ କମ୍ ହେବା ଆରମ୍ଭ କରେ। ସେଥିପାଇଁ ଆଜି ଆମ ବିଶ୍ୱରେ ବର୍ଷର ସବୁଠୁ ଛୋଟ ଦିନ ଦେଖିବାକୁ ମିଳିଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ।




Also Read: କୋରୋନା ମହାମାରୀ, ବାତ୍ୟା ପରେ ଏବେ ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !


ଆଜିର ଦିନରୁ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ମକରକ୍ରାନ୍ତି ଏବଂ ଉତ୍ତରରୁ ଦକ୍ଷିଣ ଗୋଲାର୍ଦ୍ଧ ଆଡକୁ ଅଗ୍ରସର ହୋଇଥାନ୍ତି। ୱିଣ୍ଟର ସଲଷ୍ଟାଇସ ଭଳି  ସମର ସଲଷ୍ଟାଇସ (Summer Solstice) ମଧ୍ୟ ହୋଇଥାଏ। ଏହି କାରଣରୁ ଦିନ ବଡ ଏବଂ ରାତି ସବୁଠୁ ଛୋଟ ହୋଇଥାଏ। ଏହି ୨୦-୨୩ ଜୁନ ମଧ୍ୟରେ ଆସିଥାଏ। ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର। ପୂର୍ବ କାଳରେ ଲୋକେ ଏହି ଦିନକୁ ଆଧାର କରି ଅନେକ ଜିନିଷ ସ୍ଥିର କରୁଥିଲେ ଏବଂ ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳନ କରୁଥିଲେ। 



ବ୍ରିଟେନ ପାଇଁ ଆଜି ଆଧ୍ୟାତ୍ମିକ ଭାବରେ ନୂତନ ଜିନିଷକୁ ସ୍ୱାଗତ କରିବାର ଦିନ ଭାବରେ ବିବେଚନା କରାଯାଏ। ୱେଲ୍ସ ଭାଷାରେ ଏହି ଦିନକୁ 'ଆଲବାନ୍ ଆର୍ଥାନ୍' ଅର୍ଥାତ୍ ଶୀତର ଆଲୋକ କୁହାଯାଏ। ବ୍ରିଟେନର ଏହି ଭାଗରେ ଏହି ଦିନ ଏକ ବଡ ପର୍ବ ଭାବରେ ପାଳନ କରାଯାଏ। ରୋମରେ ଏହି ଦିନକୁ ବହୁତ ଭଲ ଭାବରେ ପାଳନ କରିବା ପାଇଁ ଏକ ସଂସ୍କୃତି ମଧ୍ୟ ଅଛି। ଏହାକୁ 'ଶନିର୍ନାଲିଆ' କୁହାଯାଏ। ଶନିର୍ନିଆ 'ଶନିଙ୍କ ଦିନ ଯାହା ରୋମରେ ଫସଲର ଭଗବାନ ଭାବରେ ପରିଗଣିତ ହୋଇଥାନ୍ତି।