କୋରୋନା ମହାମାରୀ, ବାତ୍ୟା ପରେ ଏବେ ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !
Advertisement

କୋରୋନା ମହାମାରୀ, ବାତ୍ୟା ପରେ ଏବେ ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

 'ଗ୍ଲୋବାଲ୍ ନ୍ୟୁଜ୍ ଡଟ୍ କମ୍'ର ଏକ ରିପୋର୍ଟ ଅନୁଯାୟୀ, ନାସା(NASA)ର ସେଣ୍ଟର ଫର ନିୟର ଅର୍ଥ ଅବଜେକ୍ଟସ୍ ଷ୍ଟଡିଜ୍ ରିପୋର୍ଟ କହିଛି ଯେ ଅନେକ ଆଷ୍ଟେରଏଡ୍ ବା ଉଲକା ପିଣ୍ଡ (Asteroids) ପୃଥିବୀ ନିକଟ ଦେଇ ଯିବ । ଏହା ଜୁନ ୬ରୁ ଆରମ୍ଭ ହେବ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ୨୦୨୦ରେ କୋରୋନା ଭାଇରସ ମହାମାରୀ, ବାତ୍ୟା, ଭୂକମ୍ପ ଆଉ ଅନ୍ୟାନ୍ୟ କାରଣରୁ ମନୁଷ୍ୟର ଜୀବନ ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ବର୍ଷ ଏତିକିରେ କେବଳ ଶେଷ ହୋଇନାହିଁ । ବାସ୍ତବରେ ଏହି ମାସରେ ପୃଥିବୀ ନିକଟ ଦେଇ ପୁଣିଥରେ ୩ଟି ଉଲକା ପିଣ୍ଡ ଗତି କରିବ । 'ଗ୍ଲୋବାଲ୍ ନ୍ୟୁଜ୍ ଡଟ୍ କମ୍'ର ଏକ ରିପୋର୍ଟ ଅନୁଯାୟୀ, ନାସା(NASA)ର ସେଣ୍ଟର ଫର ନିୟର ଅର୍ଥ ଅବଜେକ୍ଟସ୍ ଷ୍ଟଡିଜ୍ ରିପୋର୍ଟ କହିଛି ଯେ ଅନେକ ଆଷ୍ଟେରଏଡ୍ ବା ଉଲକା ପିଣ୍ଡ (Asteroids) ପୃଥିବୀ ନିକଟ ଦେଇ ଯିବ । ଏହା ଜୁନ ୬ରୁ ଆରମ୍ଭ ହେବ ।

ଉଲକା ପିଣ୍ଡ 2002 NN4

ଉଲକା ପିଣ୍ଡ ୧୬୩୩୪୮ (2002 NN4)୦.୦୫ ଏୟୁ (୭.୪୮ ମିଲିୟନ କିଲୋମିଟର) ବେଗରେ ସୂର୍ଯ୍ୟଙ୍କ କକ୍ଷପଥ ଦେଇ ପୃଥିବୀର କକ୍ଷପଥରେ ପ୍ରବେଶ କରିବ । ଏନଇଓ କ୍ଲୋଜ୍ ଆପ୍ରୋଚ୍ ଡାଟା ଟେବୁଲ୍ ଅନୁଯାୟୀ, ଉଲକା ପିଣ୍ଡ 2002 NN4 ଜୁନ୍ ୬ରେ ରାତି ୩.୨୦ ରେ ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବ ।

ଏହି ଉଲକା ପିଣ୍ଡର ଲମ୍ବ ୨୫୦-୫୦ ମିଟର ପର୍ଯ୍ୟନ୍ତ ହୋଇପାରେ । ଆହୁରି ମଧ୍ୟ, ଏହାର ମୋଟେଇକୁ ପ୍ରାୟ ୧୩୫ ମିଟର କୁହାଯାଉଛି । ପୃଥିବୀର ଏହାର ନିକଟତମ ବିନ୍ଦୁରେ ମଧ୍ୟ ଏହି ଉଲକା ପିଣ୍ଡର ଦୂରତା ପୃଥିବୀ ଏବଂ ଚନ୍ଦ୍ରର ହାରାହାରି ଦୂରତା ଠାରୁ ୧୩ ଗୁଣ ଅଧିକ ହେବ ।

ଉଲକା ପିଣ୍ଡ 2013 XA22

2002 NH4 ପରି ଉଲକା ପିଣ୍ଡ 2013 XA22 ଜୁନ୍ ୮ରେ ପୃଥିବୀର କକ୍ଷପଥରେ ପ୍ରବେଶ କରିବ । ସୋମବାର ୩.୪୦ ମିନିଟରେ ଏହି ଉଲକା ପିଣ୍ଡ ପୃଥିବୀର କକ୍ଷପଥରେ ପ୍ରବେଶ କରିବ । 2002 NH4 ଅପେକ୍ଷା ଏହା ପୃଥିବୀଠାରୁ ବହୁତ ନିକଟତର ହେବ । କିନ୍ତୁ ଏହା ଏକ ଛୋଟ ଉଲକା ପିଣ୍ଡ । ଏହାର ଲମ୍ବ ପ୍ରାୟ ୧୬୦ ମିଟର ଏବଂ ଏହାର ବେଗ ଘଣ୍ଟା ପ୍ରତି ୨୪,୦୫୦ କିଲୋମିଟର ରହିଛି ।

ଉଲକା ପିଣ୍ଡ 2010 NY65 

ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଉଲକା ପିଣ୍ଡ ୪୪୧୯୮୭ (2010 NY65) ଆବିଷ୍କୃତ ହୋଇଥିଲା । ପୃଥିବୀର ନିକଟତମ କକ୍ଷପଥ ଯୋଗୁଁ ଏହାର ଅଧ୍ୟୟନ କରାଯାଇଥିଲା । ଉଲକା ପିଣ୍ଡ 2010 NY65 ଜୁନ୍ ୨୪ ବୁଧବାର ସକାଳ ୬:୪୪ ମିନିଟରେ ପୃଥିବୀର କକ୍ଷପଥ ଦେଇ ଗତି କରିବ । ଉଲକା ପିଣ୍ଡ 2010 NY65ର ଲମ୍ୱତା ଓ ମୋଟେଇ 2002 NN4 ଓ 2013 XA22 ମଧ୍ୟରେ ରହିଛି । ଏହାର ଲମ୍ବ ପ୍ରାୟ 310 ମିଟର ହେବ । ଜୁନ୍ ମାସରେ ପୃଥିବୀର କକ୍ଷପଥ ଦେଇ ଗତି କରୁଥିବା ଏହି ଉଲକା ପିଣ୍ଡଗୁଡିକ ମଧ୍ୟରେ 2010 NY65ର ଘଣ୍ଟା ପ୍ରତି ବେଗ ସର୍ବାଧିକ ୪୬,୪୦୦ କିଲୋମିଟର ।

ତେବେ ଖୁସି ଖବର ହେଉଛି ଯଦିଓ ସମସ୍ତ ତିନୋଟି ଉଲକା ପିଣ୍ଡ ପୃଥିବୀର କକ୍ଷପଥ ଦେଇ ଗତି କରିବ । ତଥାପି ପୃଥିବୀ ପ୍ରତି କୌଣସି ବିପଦ ନାହିଁ । ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି ।