ନିଜକୁ ହିନ୍ଦୁ କହି ତିନି ସନ୍ତାନର ମା` ସହ କଲା ବିବାହ, ଏମିତି ସାମ୍ନାକୁ ଆସିଲା ସତ
ଘଟଣାଟି ରାୟବରେଲିର ଲାଲଗଞ୍ଜ ପୋଲିସ ଷ୍ଟେସନରୁ ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ: ଆଜିକାଲି ଧର୍ମାନ୍ତରଣ (Religion Conversion) କୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି । କୌଣସି ସ୍ଥାନରେ ଜଣେ ହିନ୍ଦୁ (Hindu) ଙ୍କୁ ମୁସଲମାନ (Muslim) କରାଯାଉଛି ତ ଅନ୍ୟ କେଉଁଠାରେ ଜଣେ ମୁସଲମାନ ହିନ୍ଦୁ ହୋଇ ବିବାହ କରୁଛନ୍ତି । ଏହି ଖବରଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶର ରାୟବରେଲିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମୁସଲମାନ ଯୁବକ ନିଜ ଧର୍ମ ଲୁଚାଇ ଜଣେ ହିନ୍ଦୁ ବିଧବାଙ୍କୁ ବିବାହ କରିଛନ୍ତି । ବିବାହ ପରେ ଦୁହେଁ ଏକାଠି ରହିବାକୁ ଲାଗିଲେ । କିନ୍ତୁ ଏହି ସମୟରେ ଟଙ୍କା ପଇସାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ଯାହା ପରେ ପୁରା ରହସ୍ୟ ଜଣାପଡିଥିଲା ।
ଅଧିକ ପଢ଼ନ୍ତୁ:-ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍
ଘଟଣାଟି ରାୟବରେଲିର ଲାଲଗଞ୍ଜ ପୋଲିସ ଷ୍ଟେସନରୁ ସାମ୍ନାକୁ ଆସିଛି । ଲାଲଗଞ୍ଜ ପୋଲିସ ଷ୍ଟେସନର ସେମାରପାହର ବାସିନ୍ଦା ମହମ୍ମଦ ଗବ୍ବର ଯିଏ ପୁରଭା ପୋଲିସ ଷ୍ଟେସନର ଗଡଗଞ୍ଜର ବାସିନ୍ଦା ସାବିତ୍ରୀ ନାମକ ଜଣେ ମହିଳାଙ୍କ ସହ ଫୋନରେ କଥାବାର୍ତ୍ତା କରୁ କରୁ ସମ୍ପର୍କରେ ଆସିଥିଲେ । ଉଲ୍ଲେଖଥାଉ କି, ମହିଳାଙ୍କ ପୂର୍ବରୁ ୩ ସନ୍ତାନ ଅଛନ୍ତି । ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ଏହି ସମୟରେ ଗବ୍ବର ନିଜ ବାସ୍ତବତାକୁ ଲୁଚାଇ ନିଜକୁ ବଉବା ଲୋଧ ବୋଲି କହିଥିଲେ । କଥାବାର୍ତ୍ତା ବେଳେ ସେ ମହିଳାଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ ନେଇଥିଲେ ।
ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ
ପରେ ପ୍ରେମ ଜାଲରେ ଫସିଥିବା ମହିଳା ମେ ୨୯ରେ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ମନସା ଦେବୀ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଉଭୟ ଖୁସିରେ ରହିବାକୁ ଲାଗିଥିଲେ, କିନ୍ତୁ କିଛି ଦିନ ପରେ ଟଙ୍କା ଏବଂ ଅଳଙ୍କାରକୁ ନେଇ ବିବାଦ ଦେଖାଦେଇଥିଲା । ଯାହା ପରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜି କେତେ ବଢ଼ିଲା ରେଟ୍
ପୋଲିସ କହିଛି ଯେ, "ପୀଡିତା ଅଭିଯୋଗ ଆଣିଛନ୍ତି ଯେ ବିବାହର କିଛି ଦିନ ପରେ ଗବ୍ବର ତାଙ୍କ ଅଳଙ୍କାର ବିକ୍ରି କରିଦେଇଥିଲା ଓ ତାଙ୍କ ସହ ମାରପିଟ ଆରମ୍ଭ କରିଥିଲା ।" ଏହି ଘଟଣା ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ଏହାର ରହସ୍ୟ ଜଣାପଡିଥିଲା । ବାସ୍ତବରେ, ନିଜକୁ ବଉବା ଲୋଧ ବୋଲି କହିଥିବା ଯୁବକଙ୍କର ପ୍ରକୃତ ନାମ ହେଉଛି ଗବ୍ବର ଏବଂ ସେ ନିଜ ଧର୍ମକୁ ଲୁଚାଇ ଏହି ମହିଳାଙ୍କୁ ବିବାହ କରିଥିଲେ । ଏହି ଘଟଣାରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର 419, 420, 406, 323, 504 ଏବଂ 376 ଭଳି ଗୁରୁତର ଧାରାରେ ଗାବରଙ୍କୁ ଗିରଫ କରି ଜେଲକୁ ପଠାଇଛି ।