Rajnath Singh talks over terrorism: ଜାମ୍ମୁ କାଶ୍ମୀରର ନିର୍ବାଚନ ପ୍ରଚାର ପାଇଁ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ବାନିହାଲରେ ପହଞ୍ଚିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ସେ, ପାକିସ୍ତାନକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଆତଙ୍କବାଦକୁ ଭାରତ କଦାପି ବରଦାସ୍ତ କରିବ ନାହିଁ। ଯଦି ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ସମ୍ପର୍କରେ ଆଲୋଚନା କରିବାକୁ ରାଜି ହୁଏ ତେବେ ଭାରତ ପ୍ରସ୍ତୁତ ଅଛି। ବିଜେପି ପ୍ରାର୍ଥୀ ମହମ୍ମଦ ସଲିମ ଭଟଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ସମୟରେ ରାମବାନ୍ ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଏହା କହିଛନ୍ତି ରାଜନାଥ ସିଂ। ସେ ଏକଥା ମଧ୍ୟ କହିଛନ୍ତି ଯେ, ସମ୍ବିଧାନର ଧାରା 370 ରଦ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଜାମ୍ମୁ କାଶ୍ମୀରବାସୀଙ୍କ ଦୁଃଖ ଦୂର କରିବା ।


COMMERCIAL BREAK
SCROLL TO CONTINUE READING

ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁଯାୟୀ, "ଆମେ କୌଣସି ପରିସ୍ଥିତିରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ଦେବୁ ନାହିଁ । ପାକିସ୍ତାନ ଆତଙ୍କବାଦକୁ ବନ୍ଦ କରିବା ଉଚିତ । କିଏ ନଚାହେଁ ଆମର ପଡୋଶୀ ଦେଶ ସହ ଭଲ ସମ୍ପର୍କ ରହୁ ବୋଲି କିନ୍ତୁ ପ୍ରଥମେ ସେମାନେ ଆତଙ୍କବାଦକୁ ବନ୍ଦ କରିବା ଉଚିତ୍ । ଯେବେ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବ ସେବେ ଆଲୋଚନା ସମ୍ଭବ । ରାଜନାଥ ସିଂ କହିଛନ୍ତି,  "କାଶ୍ମୀରରେ ଆତଙ୍କବାଦୀ ଜନିତ ସମସ୍ୟା ସାଧାରଣରେ ପରିଣତ ହୋଇଛି।  ଅଗଷ୍ଟ 2019 ରେ ଧାରା 370 ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ପରିସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି। "ବିଜେପିକୁ ସମର୍ଥନ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ ରାଜନାଥ । ସେ କହିଥିଲେ ବିଜେପି ସରକାରରେ ଆସିଲେ ଏହି ଅଞ୍ଚଳରେ ବ୍ୟାପକ ବିକାଶ ଆମେ କରିପାରିବା। 


Also Read- Weekly Financial Horoscope: ଆସନ୍ତା ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ? ପଢନ୍ତୁ ରାଶିଫଳ


Also Read- Lucky Zodiac Sign: ୯ ସେପ୍ଟେମ୍ୱରରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ