Weekly Financial Horoscope: ଆସନ୍ତା ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ? ପଢନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2416950

Weekly Financial Horoscope: ଆସନ୍ତା ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ? ପଢନ୍ତୁ ରାଶିଫଳ

Weekly Financial Horoscope 9 September to 15 : ଜ୍ୟୋତିର୍ବିଦଙ୍କ ମତରେ ସପ୍ତାହରେ କିଛି ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଶୁଭଫଳ ପାଇବେ । ଏଥିସହ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।

Weekly Financial Horoscope: ଆସନ୍ତା ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ? ପଢନ୍ତୁ ରାଶିଫଳ

Weekly Financial Horoscope 9 September to 15 : ଜ୍ୟୋତିର୍ବିଦଙ୍କ ମତରେ ସପ୍ତାହରେ କିଛି ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଶୁଭଫଳ ପାଇବେ । ଏଥିସହ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।

ମେଷ ରାଶି
ବ୍ୟବସାୟ କ୍ଷେତ୍ରରେ ସପ୍ତାହର ଶେଷ ଭାଗରେ ଆପଣଙ୍କୁ ଅଧିକ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତୀ ସହ ଦରମା ବଢିବାର ସମ୍ଭାବନା ରହିଛି । ବିଶେଷ କରି ସୁନା ବ୍ୟବସାୟୀ ମାନେ ଅଧିକ ଅର୍ଥ ଉପାର୍ଜନ କରିପାରନ୍ତି ।

ବୃଷ ରାଶି
ଲୁହା ଏବଂ ଘରକରଣା ସାମଗ୍ରୀ ବ୍ୟବସାୟ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବ । ଆୟ ଅଧିକ ହେବାରୁ ଆପଣଙ୍କ ମନ ଖୁସି ରହିବ । ସେୟାର ମାର୍କେଟରେ ବିପଜ୍ଜନକ ପରିସ୍ଥିତିର ମୁକାବିଲା କରନ୍ତୁ ନାହିଁ । ନଚେତ୍ କ୍ଷତି ସହିପାରନ୍ତି । ସପ୍ତାହର ଶେଷ ୨ଦିନ ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ ।

ମିଥୁନ ରାଶି
ଆପଣ ଷ୍ଟକ ମାର୍କେଟରୁ ଅଧିକ ଲାଭ ପାଇପାରନ୍ତି । ରାସନ ସାମଗ୍ରୀ ସହ ଜଡିତ ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କଲେ ମଧ୍ୟ ପ୍ରଥମ ଦିନରେ ଆପଣ ଭଲ ଲାଭ ପାଇବେ । ସପ୍ତାହର ଶେଷ ଭାଗରେ ଆପଣ ସାମାନ୍ୟ କ୍ଷତି ସହିପାରନ୍ତି ।

କର୍କଟ ରାଶି
ଶିକ୍ଷକତା ତଥା ସାମ୍ୱାଦିକତା କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କୁ ଅର୍ଥ ଲାଭ ମିଳିପାରେ । ଏଥିସହ ସପ୍ତାହର ମଧ୍ୟ ଭାଗରେ କାଠ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତି ଲାଭ ପାଇବେ । ସପ୍ତାହର ଶେଷ ଭାଗରେ ଆମିଷ ବ୍ୟବସାୟୀ ସାମାନ୍ୟ ମାନ୍ଦାବସ୍ଥା ଦେଖିପାରନ୍ତି ।

ସିଂହ ରାଶି
ମନୋରଞ୍ଜନ ଶିଳ୍ପ ସହ ଜଡିତ ବ୍ୟକ୍ତିବିଶେଷ ଭଲ ଆର୍ଥିକ ଲାଭ ପାଇବେ । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସହ ଜଡିତ ବ୍ୟକ୍ତି ମଧ୍ୟ ଲାଭରେ ରହିବେ । ସପ୍ତାହର ଶେଷ ଭାଗରେ ଆପଣଙ୍କୁ ଜଗିରଖି ଚଳିବାର ସମୟ । ନଚେତ୍ ଠକାମୀର ଶିକାର ହୋଇପାରନ୍ତି ।

କନ୍ୟା ରାଶି
ଫିଟନେସ୍ ତଥା ବ୍ୟାୟମ ଉପକରଣ ବ୍ୟବସାୟ ସହ ଜଡିତ ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବ । ସେୟାର ମାର୍କେଟରୁ ମଧ୍ୟ ଆପଣ ଭଲ ଲାଭ ପାଇ ପାରନ୍ତି । ଫିକ୍ସଡ୍ ଡିପୋଜିଟ୍ କରିବା ପାଇଁ ମନ ବଳାଇବେ ।

ତୁଳା ରାଶି
କପଡା ବ୍ୟବସାୟ କ୍ଷେତ୍ରରେ ଆପଣ ଅଧିକ ଅର୍ଥ ଲାଭ କରିବେ । ସେୟାର ବଜାରରୁ ସାମାନ୍ୟ କ୍ଷତି ସହିପାରନ୍ତି । ଟଙ୍କା ନେଣ ଦେଣ କ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । 

ବିଛା ରାଶି
ତମ୍ୱା କିମ୍ୱା ପିତ୍ତଳ ବ୍ୟବସାୟ କ୍ଷେତ୍ରରେ ଆପଣ ଅଧିକ ଅର୍ଥ ରୋଜଗାର କରିବେ । ପୂର୍ବରୁ ନିବେଶ କରିଥିବା ଟଙ୍କାରେ ଆପଣ ମୋଟା ଅଙ୍କର ଲାଭ ପାଇପାରନ୍ତି । ଚାକିରି କ୍ଷେତ୍ରରେ ଏତେଟା ସୁଫଳ ମିଳି ନପାରେ ।

ଧନୁ ରାଶି
ପାର୍ଲର, ଲେଡିସ୍ କର୍ଣ୍ଣର ଏପରି ବ୍ୟବସାୟ ସହ ଜଡିତ ଥିବା ବ୍ୟକ୍ତିବିଶେଷ ଅଧିକ ଟଙ୍କା ରୋଜଗାର କରିବେ । ଟଙ୍କା ରୋଜଗାର ପାଇଁ ଆପଣ ଅନ୍ୟ କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଆପଣଙ୍କ ଲୋକ ସମ୍ପର୍କ ଭଲ ଥିବା କାରଣରୁ ବ୍ୟବସାୟ ଅଧିକ ଭଲ ଚାଲିବ ।

ମକର ରାଶି
ମେଡିକାଲ ତଥା ମେଡିସିନ ସହ ଜଡିତ ଥିବା ବ୍ୟକ୍ତିବିଶେଷ ଭଲ ଲାଭ ପାଇବେ । ସପ୍ତାହର ପ୍ରଥମ ଭାଗରେ ସୁନା ବ୍ୟବସାୟୀମାନେ ସାମାନ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି । ସପ୍ତାହର ଶେଷ ଭାଗରେ ଆପଣଙ୍କୁ ଅଧିକ ଲାଭ ମିଳିବ ।

କୁମ୍ଭ ରାଶି
ବୃତ୍ତିଗତ କାର୍ଯ୍ୟ ସହ ଜଡିତ ଥିବା ବ୍ୟକ୍ତିଙ୍କର ରୋଜଗାର ଭଲ ହେବ । ଏହି ସପ୍ତାହରେ ଆପଣ କଠିନ ପରିସ୍ଥିତିରୁ ମୁକୁଳିବେ । ଖର୍ଚ୍ଚ ବଢିପାରେ ତେଣୁ ସାବଧାନ ରୁହନ୍ତୁ । 

ମୀନ ରାଶି
ପୂଜା ସାମଗ୍ରୀ ସହ ଜଡିତ ଦୋକାନୀମାନଙ୍କର ଲାଭ ବଢିବାକୁ ଲାଗିବ । ଫଳ, ଫୁଲ ବ୍ୟବସାୟୀ ମଧ୍ୟ ଭଲ ଲାଭ ପାଇବେ । ଏଥିସହ  ଓକିଲାତି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଅଧିକ ଲାଭ ମିଳିବ । ସପ୍ତାହ ଶେଷ ଭାଗରେ ଲାଭ ପୂର୍ବାପେକ୍ଷା ଆହୁରୀ ବଢିବାକୁ ଲାଗିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।