ନୂଆଦିଲ୍ଲୀ: ଗୋଟିଏ ପଟେ ଧ୍ୱଜାବତରଣ (Beat the Retreat) କାର୍ଯ୍ୟକ୍ରମ ଚାଲିଥିବା ବେଳେ କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀର (New Delhi) ଛାତି ଉପରେ ବୋମା ବିସ୍ଫୋରଣ (Bomb Blast)। ଏହି ଘଟଣା ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳରେ ଘଟିଛି । ଇଜ୍ରାଏଲ ଦୂତାବାସ (Israel Embassy) ନିକଟରେ ଏହି ବୋମା ବିସ୍ଫୋରଣ (Bomb Blast) ଘଟିଛି । ଏହି ଘଟଣା ପରେ ଦେଶର ପ୍ରମୁଖ ସହରରେ ହାଇ ଆର୍ଲଟ (High Alreat) ଜାରି କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଆଜି ସକାଳୁ ଦିଲ୍ଲୀ ପୋଲିସର (Delhi Police) ସ୍ପେଶାଲ ଟିମ (Special Team) ପୁନର୍ବାର ଇଜ୍ରାଏଲ ଦୂତାବାସ (Israel Embassy) ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳରୁ ଟିମ ପ୍ରମାଣ ଯୋଗାଡ଼ କରୁଛି । ଏହି ସମୟରେ ପୋଲିସକୁ ଏକ ବେନାମୀ ଚିଠି ମିଳିଥିବା ଜଣାପଡ଼ିଛି । ଉକ୍ତ ଛିଠିରେ କେବଳ ଏହା ଏକ ଟ୍ରେଲର ଥିଲା ବୋଲି ଉଲ୍ଲେଖ କରାଯାଇଛି । ତେବେ ଏହି ଚିଠି କିଏ ଦେଇଛି ସେନେଇ ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି । ଦିଲ୍ଲୀ ପୋଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନକୁ ଗସ୍ତ କରି ତଦନ୍ତ ଚଳାଉଥିବା କୁହାଯାଇଛି । 


ଅଧିକ ପଢନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର


ଚିଠିରେ ଦୁଇ ଇରାନୀଙ୍କୁ ହତ୍ୟା ଧମକ
ଗତବର୍ଷ ନଭେମ୍ବର ମାସ ୩୦ ତାରିଖରେ ଇରାନର ଏକ ପରମାଣୁ ବୈଜ୍ଞାନିକଙ୍କ ଡ୍ରୋନ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ପାଇଁ ଇରାନ ସିଧାସଳଖ ଭାବେ ଇଜ୍ରାଏଲକୁ ଦାୟୀ କରିଥିଲା । ଏହା ପୂର୍ବରୁ ଇଜ୍ରାଏଲ ରାଜନାୟକଙ୍କ କାର ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ମଧ୍ୟ ଇରାନର ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିଲା । ସେହି ସମୟରେ ଦିଲ୍ଲୀର ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା ଯିଏ ଇରାନର ଏକ ନ୍ୟୁଜ ଏଜେନ୍ସି ପାଇଁ କାର୍ଯ୍ୟ କରୁଥିଲେ । 


ଅଧିକ ପଢନ୍ତୁ:ବଦଳିବ ଓଡିଶାର ପରିଚୟ


୨୦୧୨ ବୋମା ଆକ୍ରମଣର ଅନୁସନ୍ଧାନରେ ଇସ୍ରାଏଲର ସର୍ବୋଚ୍ଚ ସିକ୍ରେଟ ସର୍ଭିସ ମୋସାଦ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏବଂ ଭାରତର ଗୁପ୍ତଚର ସଂସ୍ଥାକୁ ସାହାଯ୍ୟ କରିଥିଲା। କୁହାଯାଏ ଯେ କେବଳ ମୋସାଦର ଟିପ୍ ଅଫ୍ ଦ୍ୱାରା ଏହି ମାମଲାର ସମାଧାନ କରାଯାଇଥିଲା। ସୂଚନାଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ ଔରଙ୍ଗଜେବ ରୋଡ଼ସ୍ଥିତ ଇଜ୍ରାଏଲ ଦୂତାବାସ ନିକଟରେ ଏକ ଆଇଡ଼ି ବୋମ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ଘଟଣାସ୍ଥଳଠାରୁ ମାତ୍ର କିଛିଟା ଦୂରରେ ଧ୍ୱଜାବତରଣର କାର୍ଯ୍ୟକ୍ରମ ଚାଲିଥିଲା । ସେପଟେ ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଇଜ୍ରାଏଲର ବୈଦେଶିକ ମନ୍ତ୍ରୀ ଗାବି ଆସକେନାଜଙ୍କ ସହିତ ଆଲୋଚନା କରିଛନ୍ତି । ଇଜ୍ରାଏଲ ଦୂତାବାସର କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ନେଇ ଆଶ୍ୱାସନା ଦେଇଛନ୍ତି ଜୟଶଙ୍କର ।