ଏକ ପ୍ରେସବିଜ୍ଞପ୍ତିରେ ଇସ୍ରାଏଲ ବିଦେଶମନ୍ତ୍ରୀ ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଘଟଣା ବୋଲି କହିଛନ୍ତି। ଦିଲ୍ଲୀ ପୋଲିସ ଔରଙ୍ଗଜେବ ରୋଡ ଏବଂ ଅବଦ୍ଦୁଲ କଲାମ ରୋଡରେ ଥିବା CCTV କ୍ୟାମେରା ଗୁଡିକର ଯାଞ୍ଚ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି ।
Trending Photos
ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଛି ଦେଶର ରାଜଧାନୀ । ସନ୍ଧ୍ୟା ୫. ୧୧ ମିନିଟରେ ଦିଲ୍ଲୀର ଔରଙ୍ଗଜେବ ରୋଡରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ସାରା ଦେଶକୁ ଚକିତ କରିଦେଇଛି । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ଦେଖି ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଖୋଦ ରାଜଧାନୀ ଦିଲ୍ଲୀରେ ସରକାରୀ କାର୍ଯ୍ୟାଳୟ, ଦୂତାବାସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷା ବୃଦ୍ଧି କରାଯାଇଛି। ସେପଟେ ଏହାକୁ ନେଇ ଇସ୍ରାଏଲ ବିଦେଶ ମନ୍ତ୍ରୀ ନିଜର ବୟାନ ରଖିଛନ୍ତି।
ଏକ ପ୍ରେସବିଜ୍ଞପ୍ତିରେ ଇସ୍ରାଏଲ (Israel) ବିଦେଶମନ୍ତ୍ରୀ (Foreign Minister) ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ (Terror act) ଘଟଣା ବୋଲି କହିଛନ୍ତି। ଦିଲ୍ଲୀ ପୋଲିସ ଔରଙ୍ଗଜେବ ରୋଡ ଏବଂ ଅବଦ୍ଦୁଲ କଲାମ ରୋଡରେ ଥିବା CCTV କ୍ୟାମେରା ଗୁଡିକର ଯାଞ୍ଚ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି । ଇସ୍ରାଏଲ ବିଦେଶ ମନ୍ତ୍ରୀ ଗବୀ ଆସ୍କେନାଜି (Gabi Ashkenazi) କହିଛନ୍ତି ଯେ, ଦୋଷୀଙ୍କୁ କଦାଚିତ୍ ଛଡ଼ାଯିବ ନାହିଁ । ଏହା ଏକ ଆତଙ୍କବାଦୀ କାର୍ଯ୍ଯକଳାପ।
Also Read: Delhi Blast Update: ହାଇଆଲର୍ଟ ସତ୍ତ୍ୱେ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ IED ବିସ୍ଫୋରଣ...
ସେପଟେ ଭାରତ ବୈଦଶିକ ମନ୍ତ୍ରୀ (Indian Foreign Minister) ଏସ.ଜୟଶଙ୍କର (S.Jaishankar )ଙ୍କ ଏହା ଉପରେ ନିଜର ବୟାନ ରଖିଛନ୍ତି । ଘଟଣାକୁ ଗୁରୁତର ସହ ନିଆଯାଇଛି । ଇସ୍ରାଏଲ ଏମ୍ବାସି ବା ଇସ୍ରାଏଲ ଦୂତାବାସ (Israel Embassy) କୁ ପୁରା ସୁରକ୍ଷିତ ରଖାଯିବା ନେଇ ଜୟଶଙ୍କର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ କୌଣସି ମତେ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ବୈଦଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।
Also Read:ଇଟାଲୀରେ ରାଜନୈତିକ ଅସ୍ଥିରତା; ଇସ୍ତଫା ଦେଇ ବି ପ୍ରଧାନମନ୍ତ୍ରୀ ପାୱାରରେ କୋନ୍ତେ
ସୂଚନାନୁସାରେ, ସନ୍ଧ୍ୟା ୫.୧୧ ମିନିଟ ସମୟରେ ବିସ୍ଫୋରଣ ସମ୍ପର୍କିତ ଖବର ଦିଲ୍ଲୀ ପୋଲିସ (Delhi Police) ପାଖର ପହଞ୍ଚିଥିଲା। ଏହି IED ବିସ୍ଫୋରଣ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଛି । ବିସ୍ଫୋରଣରେ ୪ ରୁ ୫ଟି ଗାଡି଼ର କାଚ ଭାଙ୍ଗି ଚୁରମାର ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। IED କାରରେ ଅଣାଯାଇ ଅବ୍ବଦୁଲ କଲାମ ରୋଡ(Abdul Kalam Road) ର ଫୁଟପାଥରେ ଏକ ଫୁଲକୁଣ୍ଡ ଭିତରେ ଲୁଚାଯାଇ ରଖାଯାଇଥିଲା । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସିଲ କରି ତଦନ୍ତ ଜାରି ରହିଛି ।