ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର
Advertisement
Article Detail0/zeeodisha/odisha838268

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଉତ୍ତରପ୍ରଦେଶର (Uttarpradesh) ମୋରାଦାବାଦ (Moradabad) ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Severe Accident) ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର (Uttarpradesh) ମୋରାଦାବାଦ (Moradabad) ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Severe Accident) ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏହା ସହିତ ୨୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଘଟଣାଟି ମୋରାଦାବାଦ-ଆଗରା (Moradabad-Agra) ହାଇଓ୍ୱରେ ଘଟିଛି । ଘନ କୁହୁଡି କାରଣରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । 

ମିଳିଥିବା ସୂଚନା ମୁତାବକ ଘନ କୁହୁଡ଼ି କାରଣରୁ ବସ (Bus) ଓ ଟ୍ରକ (Truck) ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତାହତଙ୍କୁ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ସେମାନଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ନେଇ ପୋଲିସ ସୂଚନା ଦେଇଚି । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ଏହା ସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମୂଳକ ରାଶି ଘୋଷଣା କରିଛନ୍ତି । ସେହିପରି ଜିଲ୍ଲା ଏସଏସପି କହିଛନ୍ତି କି ଗୋଟିଏ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।