ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟରେ ଟିକା ସଂରକ୍ଷଣ କେନ୍ଦ୍ର ନିର୍ମାଣ ଶେଷ
ସ୍ୱଦେଶୀ ହେଉ କି ବିଦେଶୀ। ଏବେ ଭାରତ (India) ପାଇଁ ଜରୁରୀ ଭ୍ୟାକସିନ (Corona Vaccine)। ଦେଶବାସୀଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା (Corona Vaccine) ପରୀକ୍ଷଣ ଚାଲିଥିବାବେଳେ ସରକାର ମଧ୍ୟ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
ପ୍ରକାଶ ପରିଡ଼ା, ନୂଆଦିଲ୍ଲୀ: ସ୍ୱଦେଶୀ ହେଉ କି ବିଦେଶୀ। ଏବେ ଭାରତ (India) ପାଇଁ ଜରୁରୀ ଭ୍ୟାକସିନ (Corona Vaccine)। ଦେଶବାସୀଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା (Corona Vaccine) ପରୀକ୍ଷଣ ଚାଲିଥିବାବେଳେ ସରକାର ମଧ୍ୟ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏବେ ନିକଟରେ ଆମେରିକୀୟ କମ୍ପାନୀ ଫାଇଜର (Pfizer), ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ମଞ୍ଜୁରୀ ଅପେକ୍ଷାରେ ରହିଛି । ସେପଟେ ଆସନ୍ତାବର୍ଷ ଜାନୁଆରୀ (January) ସୁଦ୍ଧା ସ୍ୱଦେଶୀ ଟିକା ମଧ୍ୟ ପ୍ରସ୍ତୁତ ହୋଇଯିବା ସମ୍ଭାବନା ରହିଛି।
ଅଧିକ ପଢନ୍ତୁ: ସୁର ବାବାଙ୍କ ଦେହାନ୍ତ, ଆଶ୍ରମ କେଳେଙ୍କାରୀ ଅଭିଯୋଗରେ ଆସିଥିଲେ ଚର୍ଚ୍ଚାକୁ
ଭାରତ ସବୁ ଟିକା ପାଇ ପ୍ରସ୍ତୁତ ରହିଛି। ଏପରିକି ଭାରତ ସରକାର (India Government) ଦେଶରେ ଦୁଇଟି ବଡ଼ ବିମାନ ବନ୍ଦରରେ ଟିକା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଦିଲ୍ଲୀ ଏୟାରପୋର୍ଟରୁ (Delhi Airport) ଦେଶର ସବୁ ସ୍ଥାନକୁ ଟିକା ବିତରଣ ପାଇଁ ବ୍ୟବସ୍ଥା ହୋଇଛି। ଟିକା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର (Storage Room) ଗୃହ ନିର୍ମାଣ ଶେଷ ହୋଇଛି। ଦିଲ୍ଲୀ ଏୟାରପୋର୍ଟରେ (Delhi Airport) ପ୍ରସ୍ତୁତ ହେଉଥିବା କାର୍ଗୋ ଟର୍ମିନାଲରେ (Cargo Terminal) ପ୍ରଥମ ପର୍ଯ୍ୟାୟ ଟିକା ସଂରକ୍ଷଣ ପାଇଁ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ ହୋଇଛି।
ଟିକା ସଂରକ୍ଷଣ ପାଇଁ ପ୍ରସ୍ତୁତ ହୋଇଥିବା କାର୍ଗୋ ରୁମରେ ତାପମାତ୍ରା ଅନୁସାରେ ରୁମ ନିର୍ମାଣ ହୋଇଛି। ପ୍ରତି ରୁମରେ ଫ୍ରିଜ୍ କଂପ୍ରେସର ମଧ୍ୟ ଲାଗିଛି। ଏଠାରେ ପ୍ରତି ରୁମରେ ତାପମାତ୍ରା ୨ରୁ ୮ ଡିଗ୍ରୀ ମଧ୍ୟରେ ରହିଛି। ଏଠାରେ ପ୍ରତି ରୁମରେ ସ୍ୱତନ୍ତ୍ର ଦ୍ୱାର ଲାଗିଛି। ଯେପରିକି ବାହାର ପବନ ଭିତରକୁ କିମ୍ବା ଭିତର ପବନ ବାହାରକୁ ଯାଇ ପାରିବ ନାହିଁ। ପ୍ରତି ରୁମରେ ତାପମାତ୍ରା ଅନୁସାରେ ଟିକା ସଂରକ୍ଷଣ ପାଇଁ ଥାକ ପ୍ରସ୍ତୁତ ହୋଇଛି।
ଅଧିକ ପଢନ୍ତୁ: ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା, ଯଦି ଆପଣଙ୍କୁ ମିଳି ନାହିଁ କିସ୍ତି ତେବେ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ
ଦିଲ୍ଲୀ ଏୟାରପୋର୍ଟରେ ଏପରି ରୁମ ନିର୍ମାଣ ପଛରେ କିଛି ଖାସ କାରଣ ମଧ୍ୟ ରହିଛି। ଟିକାକୁ କମ ତାପମାତ୍ରାରେ ରଖାଗଲେ ହିଁ ତାହା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଯଦିଓ ଭିନ୍ନ ଟିକା ପାଇଁ ଭିନ୍ନ ତାମମାତ୍ରା ଆବଶ୍ୟକ ରହିଛି। ଯେପରି କି
ଫାଇଜର ପାଇଁ ମାଇନସ ୭୦ ଡିଗ୍ରୀ ତାପମାତ୍ରା ଜରୁରୀ ଥିବାବେଳେ ମଡର୍ଣ୍ଣା ପାଇଁ ଜରୁରୀ ମାଇନସ ୨୦ ଡିଗ୍ରୀ ତାପମାତ୍ରା। ସେହିପରି କୋଭିସିଲ୍ଡ,କୋଭାକ୍ସିନ ଓ ସ୍ପୁଟନିକ-ବି ପାଇଁ ଜରୁରୀ ୨ରୁ ୮ ଡିଗ୍ରୀ ତାପମାତ୍ରା।
ଦିଲ୍ଲୀ ଏୟାରପୋର୍ଟରେ ଫାଇଜର ଟିକା ବ୍ୟତୀତ ଦୁନିଆର ପ୍ରାୟ ସବୁ ଟିକା ରଖିବା ପାଇଁ ବ୍ୟବସ୍ଥା ହୋଇଛି। ଦିଲ୍ଲୀ ଏୟାରପୋର୍ଟରେ ୨ କାର୍ଗୋ ଟର୍ମିନାଲ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏଠାରେ ୧.୫ ଲକ୍ଷ ମେଟ୍ରିକ ଟନ ବସ୍ତୁ ରଖାଯାଇ ପାରିବ। ଏପରିକି ଏଠାରେ ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଟୀକା ସଂରକ୍ଷଣ ପାଇଁ ବ୍ୟବସ୍ଥା ସହ ଟିକା ସ୍ଥାନାନ୍ତର ପାଇଁ କୁଲ ବକ୍ସ ରହିଛି। ଟର୍ମିନାଲରେ ଟିକା ପାଇଁ ସ୍ୱତନ୍ତ୍ର ଦ୍ୱାର ହୋଇଥିବା ବେଳେ ୬,୫୦୦ ସ୍କୋୟାୟ ମିଟର କ୍ଷେତ୍ରରେ TE ସିଷ୍ଟମ କରାଯାଇଛି। ଏହାସହିତ QR କୋଡରେ ଇ-ପାସ ବ୍ୟବସ୍ଥା ମଧ୍ୟ ରହିଛି । ଭାରତରେ ଟିକା ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରର କର୍ମଚାରୀମାନଙ୍କୁ ଟିକା ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟରେ ଅଭ୍ୟସ୍ତ କରାଯାଉଛି ।