କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ
Advertisement
Article Detail0/zeeodisha/odisha799358

କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ

ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା (Oxford AstraZeneca vaccine) ପ୍ରାୟ ସମସ୍ତଙ୍କ ଦ୍ୱାରା ବୁକ୍ ହୋଇଛି । ସର୍ବାଧିକ ୧.୫ ବିଲିୟନ ଡୋଜ ଏହି ଟିକା ବୁକ୍ କରାଯାଇଛି । 

କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ

ନୂଆଦିଲ୍ଲୀ: କୋରୋନା ଟିକା (Coronavirus Vaccine) ର 'କନଫର୍ମ ଡୋଜ୍' ବୁକିଂ ମାମଲାରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧.୬ ବିଲିୟନ ଅର୍ଥାତ ୧୬୦ କୋଟି  ଟିକା ଅର୍ଡର କରିଛି । ଏହାର ଅର୍ଥ ହେଉଛି ୮୦ କୋଟି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବୁକ୍ ହୋଇସାରିଛି । ଡ୍ୟୁକ୍ ବିଶ୍ୱବିଦ୍ୟାଳୟ ବିଶ୍ୱବ୍ୟାପୀ ଟିକା ଅର୍ଡର୍ସର ତଦାରଖ କରୁଛି । ନଭେମ୍ବର ୩୦ ସୁଦ୍ଧା ଏହାର ତଥ୍ୟ ଦର୍ଶାଉଛି ଯେ ଭାରତ ପରେ ୟୁରୋପୀୟ ୟୁନିଅନ୍ (EU) ସର୍ବାଧିକ ଡୋଜ୍ ବୁକ୍ କରି ରଖିଛି । ଅନ୍ୟପକ୍ଷେ ଆମେରିକା ତୃତୀୟ ସ୍ଥାନରେ ରହିଛି । ୟୁଏଇକୁ ୧.୫୮ ବିଲିୟନ ଡୋଜ ମିଳିବ ଏବଂ ଆମେରିକା ୧୦୦ କୋଟିରୁ ଅଧିକ ପାଇବ । ଏକମାତ୍ର ସର୍ତ୍ତ ହେଉଛି ପରୀକ୍ଷଣରେ ଟିକା ସଫଳ ହେବା ଉଚିତ ଏବଂ ସେଗୁଡିକ ବ୍ୟବହାର ପାଇଁ ମଞ୍ଜୁରୀ ମିଳୁ ।

ଅଧିକ ପଢ଼ନ୍ତୁ:-କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ

ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା (Oxford AstraZeneca vaccine) ପ୍ରାୟ ସମସ୍ତଙ୍କ ଦ୍ୱାରା ବୁକ୍ ହୋଇଛି । ସର୍ବାଧିକ ୧.୫ ବିଲିୟନ ଡୋଜ ଏହି ଟିକା ବୁକ୍ କରାଯାଇଛି । ଭାରତ ବ୍ୟତୀତ ଆମେରିକା ମଧ୍ୟ ଏହାର ୫୦୦୦ ମିଲିୟନ ଡୋଜ ମଧ୍ୟ ଅର୍ଡର କରିଛି । ଏଥିସହ ନୋଭାଭକ୍ସ କୋଭିଡ ଭ୍ୟାକ୍ସିନ (Novavax Covid Vaccine) ର ୧.୨ ବିଲିୟନ ଡୋଜ ମଧ୍ୟ ବୁକ୍ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ନଭେମ୍ବରରେ କହିଥିଲେ ଯେ ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ଭାରତ ଟିକା ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ କରୁଛି । ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ତଥ୍ୟ ଦର୍ଶାଉଛି ଯେ ଭାରତ ଏପର୍ଯ୍ୟନ୍ତ ତିନୋଟି ଗ୍ଲୋବଲ ଭ୍ୟାକ୍ସିନ ପ୍ରାର୍ଥୀର ଡିଲ କରିସାରିଛି । ୬-୬ଟି ଟିକା ଉତ୍ପାଦନକାରୀଙ୍କ ସହ ଆମେରିକା ଏବଂ ୟୁଏଇ କାରବାର କରି ରଖିଛି । ଅଧିକାଂଶ କମ୍ପାନୀ କାନାଡା ଏବଂ ୟୁନାଟେଡ୍ କିଙ୍ଗଡମ (UK) ଦ୍ୱାରା କାରବାର କରିଛନ୍ତି, ଯେଉଁମାନେ ସାତଜଣ ଡେଭଲପର୍ସଙ୍କ ଠାରୁ ୩୫୦ ମିଲିୟନରୁ ଅଧିକ ଡୋଜ ବୁକ୍ କରିଛନ୍ତି । ବିଶ୍ୱବିଦ୍ୟାଳୟର ବିଶ୍ଳେଷଣରେ ଚୀନ୍ ଏବଂ ଋଷ ଅନ୍ତର୍ଭୁକ୍ତ ନୁହଁନ୍ତି । ଏହି ଦୁଇ ଦେଶର ନାଗରିକଙ୍କ ପାଇଁ ଅଲଗା ଟିକା ଅଭିଯାନ ରହିଛି ।

ଆଷ୍ଟ୍ରା ଜେନେକା ଠାରୁ ଭାରତକୁ ଅକ୍ସଫୋର୍ଡ ୟୁନିଭର୍ସିଟିର ୫୦୦ ମିଲିୟନ ଡୋଜ ମିଳିବ । ଏହି ଟିକା ଦେଶରେ 'କୋଭିଶିଲ୍ଡ' (Covishield) ନାମରେ ଉପଲବ୍ଧ ହେବ । ଆଷ୍ଟ୍ରା ଜେନେଙ୍କା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସହିତ ୧ ବିଲିୟନ ଡୋଜ୍ ଚୁକ୍ତି ସ୍ୱାକ୍ଷର କରିଛି । SII ହେଉଛି ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦକ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ମୋଦି ସରକାର

ଭାରତ ଋଷର କୋଭିଡ ଟିକା ସ୍ପୁଟନିକ ଭି (Sputnik V) ଭ୍ୟାକ୍ସିନର ୧୦୦ ମିଲିୟନ ଡୋଜ ବୁକ୍ କରିଛି । ଭାରତରେ ଏହାର ପରୀକ୍ଷଣ ପାଇଁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହିତ ଚୁକ୍ତି ହୋଇଛି । ଏହି ଟିକା ଗମାଲାୟା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ, ଯାହା ଅଗଷ୍ଟରେ ଋଷରେ ଅନୁମୋଦିତ ହୋଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚାଲିଛି ।