ସୁର ବାବାଙ୍କ ଦେହାନ୍ତ, ଆଶ୍ରମ କେଳେଙ୍କାରୀ ଅଭିଯୋଗରେ ଆସିଥିଲେ ଚର୍ଚ୍ଚାକୁ
Advertisement
Article Detail0/zeeodisha/odisha801183

ସୁର ବାବାଙ୍କ ଦେହାନ୍ତ, ଆଶ୍ରମ କେଳେଙ୍କାରୀ ଅଭିଯୋଗରେ ଆସିଥିଲେ ଚର୍ଚ୍ଚାକୁ

ସୁରେନ୍ଦ୍ର ମିଶ୍ର (Surendra Mishra) ଓରଫ ସୁର ବାବାଙ୍କର (Sura baba) ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । 

ସୁର ବାବାଙ୍କ ଦେହାନ୍ତ, ଆଶ୍ରମ କେଳେଙ୍କାରୀ ଅଭିଯୋଗରେ ଆସିଥିଲେ ଚର୍ଚ୍ଚାକୁ

ଭୁବନେଶ୍ୱର: ଝିଇଁଣ୍ଟି ଶାସନସ୍ଥିତ ଥିବା ଅଚ୍ୟୁତ ଆଶ୍ରମର (Achyuta Asrama) ମୁଖ୍ୟ ସୁରେନ୍ଦ୍ର ମିଶ୍ର (Surendra Mishra) ଓରଫ ସୁର ବାବାଙ୍କର (Sura baba) ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ଅସୁସ୍ଥତା ପାଇଁ ଦୀର୍ଘ ଦିନ ହେବା ସେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । 

ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ୨୦୧୫ ଆଶ୍ରମ କେଳେଙ୍କାରୀ ଅଭିଯୋଗରେ ଗିରଫ ହୋଇଥିଲେ । ୨୦୧୫ ମସିହା, ଅଗଷ୍ଟ ୩୧ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ସୁର ବାବାଙ୍କ ସହିତ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚି ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । 

ସେ ଜମି ହଡ଼ପ, ଅସ୍ତ୍ରଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରିବା, ଯୌନ ନିର୍ଯାତନା ଦେବା ଆଦି ବହୁ ସଂଗୀନ ଅଭିଯୋଗାରେ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କ ଆଶ୍ରମରୁ ବନ୍ଧୁକ ସହିତ ଗୁଳିଗୋଳା ମଧ୍ୟ ଜବତ କରାଯାଇଥିଲା । ସେହିପରି କୋଟି କୋଟି ଟଙ୍କାର ନଗଦ ଅର୍ଥରାଶି ମଧ୍ୟ ଜବତ କରାଯାଇଥିଲା । ଗିରଫ ହେବାର ଅଢେଇ ବର୍ଷ ପରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।