ଏହି ଫେମସ Market ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ, ଜାଣନ୍ତୁ କାରଣ
ଡିଡିଏମଏ ଆଦେଶର ଉଲ୍ଲଂଘନ କରିବା ସହ କୋଭିଡ ୧୯ ସମ୍ବନ୍ଧୀୟ ନିୟମର ପାଳନ କରିନଥିବାରୁ ସରକାର ଏହି ବନ୍ଦ ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଉପରେ ରୋକ୍ ଆଣିବାକୁ କୋଭିଡ 19 ନିୟମ ସହ ଦିଲ୍ଲୀର ବିପର୍ଯ୍ୟସ୍ତ ପ୍ରବନ୍ଧନ ପ୍ରାଧିକରଣ ନିର୍ଦ୍ଦେଶକୁ ପାଳନ ନକରିବାରୁ ଦିଲ୍ଲୀ ସରକାର ସୋମବାର ଦିନ ସବୁଠାରୁ ବଡ଼ ଓ ଫେମସ ମାର୍କେଟ ଜନପଥ ମାର୍କେଟକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଦେଶରେ ଦିଲ୍ଲୀ ସରକାରଙ୍କ କହିବାନୁଯାୟୀ, ଡିଡିଏମଏ ଆଦେଶର ଉଲ୍ଲଂଘନ କରିବା ସହ କୋଭିଡ ୧୯ ସମ୍ବନ୍ଧୀୟ ନିୟମର ପାଳନ କରିନଥିବାରୁ ସରକାର ଏହି ବନ୍ଦ ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ ନଗରପାଳିକା ପରିଷଦ ନିର୍ଦ୍ଦେଶକ ଓ କନୌଟ ପ୍ଲେସର ଥାନା ପ୍ରଭାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଆଦେଶକୁ ପାଳନ କରିବା ସହ ଅନୁପାଳନ ନେଇ ରିପୋର୍ଟ ଦେବାକୁ କୁହାଯାଉଛି । ଏହାପୂର୍ବରୁ କୋଭିଡ-19 (Covid-19) ସମ୍ବନ୍ଧୀୟ ନିୟମର ଉଲ୍ଲଂଘନ କରିବା ଯୋଗୁଁ ଦିଲ୍ଲୀ ବିପର୍ଯ୍ୟସ୍ତ ପ୍ରବନ୍ଧନ ପ୍ରାଧିକରଣ ନିକଟରେ ଗୋଟିଏ ସପ୍ତାହ ମଧ୍ୟରେ ଲାଜପତ ନଗର, ଲକ୍ଷ୍ମୀ ନଗର, କମଳା ନଗର, ସରୋଜିନୀ ନଗର (Sarojini nagar) ର ବଜାରକୁ ବନ୍ଦ କରିଦିଆଯାଇଛି । ଏହାବାଦ୍ ସଦର ବଜାର ସହ କରୋଲ ବାଗର କିଛି ଭାଗରେ ଥିବା ବଜାରକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers
ଦିଲ୍ଲୀ ସ୍ୱାସ୍ଥ୍ୟବିଭାଗ (Delhi Health Department)ଦ୍ୱାରା ଜାରି କରାଯାଇଥିବା ସୂଚନାନୁସାରେ, ରାଷ୍ଟ୍ରୀୟ ରାଜଧାନୀରେ ରବିବାର ଦିନ କୋରୋନା ଭାଇରସ ର ମାତ୍ର ୫୩ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏବେ ସଂକ୍ରମଣ ହାର ସବୁଠାରୁ ନ୍ୟୁନତମ ସ୍ତର ୦.୦୭ ପ୍ରତିଶତରେ ପହଞ୍ଚିଯାଇଛି । କେବଳ ତାହା ନୁହେଁ ଆରୋଗ୍ୟ ହାର ମଧ୍ୟ ତୃତୀୟ ଦିନ ୯୮.୨ ପ୍ରତିଶତ ରହିଛି । ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୮୩ ରେ ପହଞ୍ଚିଛି । ସେହିପରି ଏବେ ଯାଏଁ ୨୫ ହଜାର ୦୧୫ ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ।
Also Read: କ'ଣ କରନ୍ତି ଏହି ଶ୍ରେଷ୍ଠ ୫ କ୍ରିକେଟର୍ସଙ୍କ ପତ୍ନୀ?
ସବୁଠାରୁ ବଡ଼ କଥା ହେଲା ରାଜଧାନୀରେ କୋଭିଡ ସଂକ୍ରମିତ (Covid Active Case) ଙ୍କ ସକ୍ରିୟ ସଂଖ୍ୟା ୭୪୩ରେ ରହିଛି । ଯେଉଁମାନଙ୍କର ଚିକିତ୍ସା ଏବେବି ଜାରି ରହିଛି ।