Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers
Advertisement

Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

ଗତ ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖରେ ଦେଶର ନ୍ୟୁୟର୍କ ସହରସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଲଢେଇରେ ସାମିଲ ହୋଇଥିଲା ଆମେରିକା ସେନା।

Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

କାବୁଲ: ଦୀର୍ଘ ୨୦ ବର୍ଷ ଆଫଗାନିସ୍ତାନ ମାଟିରେ ତାଲିବାନ ବିରୋଧି ଲଢେଇ ଜାରି ରଖିଥିବା ଆମେରିକା ଏହାର ସୈନ୍ୟବାହିନୀ ହଟାଇବାକୁ ନେବାକୁ ଘୋଷଣା କରିଛି। ଚଳିତ ବର୍ଷ ସେପ୍ଟମ୍ବର ମାସରେ ୯/୧୧ ଆକ୍ରମଣ ଘଟଣାରେ ୨୦ ବର୍ଷ ପୂର୍ବ ଅବସରରେ ଆଫଗାନ ମାଟିରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ଆମେରିକୀୟ ସୈନିକ। 

ଆଫଗାନିସ୍ତାନ (Afghanistan) ମାଟିରେ ଆତଙ୍କବାଦ ବିରୋଧି ଲଢେଇରେ ସାମିଲ ରହିଥିବା ସୈନିକଙ୍କୁ ନିଜ ଦେଶ ଫେରାଇ ନେବା ଲାଗି ଘୋଷଣା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (United States of America-USA)। ଏହା ପରେ ପୁଣି ଥରେ ଏହି ଦେଶକୁ ନିଜ ଦଖଲ ନେବା ଲାଗି ଉଦ୍ୟମ ଆରମ୍ଭ କରିଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ (Taliban) । ଆତଙ୍କବାଦୀଙ୍କ କବଳରୁ ଦେଶକୁ ରକ୍ଷା କରିବା ଲାଗି ଲଢେଇ ଜାରି ରଖିଛି ଆଫଗାନିସ୍ତାନ ଜାତୀୟ ବାହିନୀ (Afghan National Army)।

Also Read: ସେନା ଉପରେ ଡ୍ରୋନ ଆକ୍ରମଣ କରିପାରେ ତାଲିବାନ, ଏନଡିଏସ ମୁଖ୍ୟଙ୍କ ଚେତାବନୀ

ଗତ ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖରେ ଦେଶର ନ୍ୟୁୟର୍କ ସହରସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଲଢେଇରେ ସାମିଲ ହୋଇଥିଲା ଆମେରିକା ସେନା (USA Army)। ଆଫଗାନିସ୍ତାନ ଠାରେ ଚାଲିଥିବା ଏହି ଲଢେଇରେ ୟୁଏସଏ ନେତୃତ୍ୱାଧି୍ନ ନାଟୋ ଦେଶରେ ସୈନ୍ୟବାହିନୀ (NATO Army) ମଧ୍ୟ ଅଂଶଗ୍ରହଣ କରିଥିଲା। ଚଳିତ ବର୍ଷ ଏହି ବିଦେଶୀ ସୈନ୍ୟବଳ ହଟାଯିବା ନେଇ ଘୋଷଣା କରାଯିବା ପରେ ଏବେ ଏକାକୀ ତାଲିବାନ ବିରୋଧି ଲଢେଇ ଜାରି ରଖିଛି ଆଫଗାନ ଜାତୀୟ ବାହିନୀ।   

ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଲଢେଇରେ ତାଲିବାନ ପଲ୍ଲା ଦିନକୁ ଦିନ ଭାରୀ ହୋଇ ଉଠୁଥିବା ବେଳେ ଆଫଗାନ ଜାତୀୟ ବାହିନୀ ଏକ ପ୍ରକାର ପରାସ୍ତ ହେବା ଅବସ୍ଥାକୁ ଆସିଯାଇଛି। ଯାହାର ଫଳ ସ୍ୱରୂପ ପ୍ରାୟ ୧ ହଜାରରୁ ଅଧିକ ଆଫଗାନ ସୈନିକ (Afghan Soldier) ପଡୋଶୀ ତାଜିକିସ୍ତାନକୁ (Tajikistan) ପଳାୟନ କରିଥିବା ସେହି ଦେଶର ସୀମା ସୁରକ୍ଷା ବାହିନୀ (Tajikistan Border Guard) ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି। ଦେଶର ସୀମାକୁ ଲାଗିଥିବା ଉତ୍ତର ଆଫଗାନିସ୍ତାନର ଅନେକ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ଦଖଲ କରିନେବା ପରେ ନିଜର ଜୀବନ ବଞ୍ଚାଇବାକୁ ଯାଇ ଆଫଗାନ ସୈନିକ ନିଜ ଦେଶ ଛାଡି ପଳାୟନ କରୁଥିବା ତାଜିକିସ୍ତାନ ସୀମା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। 

Also Read: ବିମାନ ଆକ୍ରମଣରେ ଥରହର ତାଲିବାନ, ଏୟାରଷ୍ଟ୍ରାଇକରେ ଟଳିପଡିଲେ ୨୯ ଆତଙ୍କବାଦୀ

ସର୍ବପ୍ରଥମେ ୨୦୦୧ ମସିହାରେ ତାଲିବାନ ବିରୋଧି ଲଢେଇ ଆରମ୍ଭ କରିଥିଲା ଆମେରିକା ସେନା। ଏହା ପୂର୍ବରୁ ୧୯୯୬ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପ୍ରାୟ ୫ ବର୍ଷ ଧରି ଆଫଗାନିସ୍ତାନରେ ଶାସନ କରୁଥିବା ଏହି ଆତଙ୍କବାଦକୁ ହଟାଇ ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ ଆମେରିକା ପ୍ରଶାସନ। ତାଲିବାନକୁ ଆଫଗାନ ମାଟିରୁ ହଟାଇବା ଲାଗି ଗତ ୨୦୦୧ ମସିହାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ଧରି ଆତଙ୍କବାଦ ଦମନ ଅଭିଯାନ ଜାରି ରଖିଥିଲେ ୟୁଏସଏ ନେତୃତ୍ୱାଧି୍ନ ନାଟୋ ଦେଶରେ ସୈନ୍ୟବାହିନୀ। ଚଳିତ ବର୍ଷ ଏଠାରୁ ହଟିଯିବା ଲାଗି ଘୋଷଣା କରିଛି ନାଟୋ। 

ଏହି ଲଢେଇ ଚାଲିଥିବା ଅବସ୍ଥାରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ତାଲିବାନ ଗୋଷ୍ଠୀ ସହ ଏକ ଚୁକ୍ତି କରିଥିଲା ଆମେରିକା। ଏନେଇ ହୋଇଥିବା ବୁଝାମଣା ଅନୁସାରେ ଚଳିତ ବର୍ଷ ସେପ୍ଟମ୍ବର ମାସ ସୁଦ୍ଧା ଆମେରିକା ନେତୃତ୍ୱାଧିନ ନାଟୋ ଦେଶର ସୈନ୍ୟବାହିନୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ତାଲିବାନ ଅଧିକୃତ କୌଣସି ଅଞ୍ଚଳରେ ଅନ୍ୟ କୌଣସି ଆତଙ୍କବାଦ ଗୋଷ୍ଠୀ ରହିପାରିବ ନାହିଁ କିମ୍ବା କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ। 

Also Read: ଆଫଗାନ ମାଟିରୁ ହଟିବେ ଆମେରିକୀୟ ସୈନ୍ୟ, ପୁଣି ଥରେ ଶାସନ କରିପାରେ ତାଲିବାନ

ଏହି ବୁଝାମଣା ସତ୍ତ୍ୱେ ଆଫଗାନ ସେନା ଚାଲିଥିବା ଲଢେଇକୁ ବନ୍ଦ କରିବା ସପକ୍ଷରେ ନାହିଁ ତାଲିବାନ। କାରଣ ଆଫଗାନିସ୍ତାନକୁ ପୁନର୍ବାର ଦଖଲ କରିବାକୁ ଯୋଜନା କରିଛି ଏହି ଆତଙ୍କୀ ସଙ୍ଗଠନ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶର ପ୍ରାୟ ଏକ-ତୃତୀୟାଂଶ ଅଞ୍ଚଳକୁ ଦଖଲ କରିସାରିଲାଣି ତାଲିବାନ ଆତଙ୍କୀ। ସ୍ଥିତି ଏପରି ହେଲାଣି ଯେ ଆଫଗାନ ସେନା ନିଜ ଦେଶକୁ ସୁରକ୍ଷା ଯୋଗାଇ ଦେବାରେ ଅସମର୍ଥ ହୋଇପଡିଛି। 

Also Read: ତାଲିବାନକୁ ଜୋରଦାର ଝଟକା; ସୁରକ୍ଷାବଳ ଆକ୍ରମଣରେ ୨୪ ଆତଙ୍କବାଦୀ ନିହତ,୨୭ ଆହତ

ଆତଙ୍କବାଦୀଙ୍କ କବଳରୁ ଜୀବନ ବଞ୍ଚାଇବାକୁ ଯାଇ ବିଗତ ଗତ ସପ୍ତାହରେ ପ୍ରାୟ ୧୬୦୦ ଆଫଗାନ ସୈନିକ ତାଜିକିସ୍ତାନକୁ ଚାଲିଆସିଥିବା ଦେଶର ସୀମା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ଦେଶର ସୀମାକୁ ଲାଗି ଆଫଗାନିସ୍ତାନର ବାଦଖାସାନା ଏବଂ ତାକହାର ପ୍ରଦେଶକୁ ଦଖଲ କରି ନେବା ପରେ ଏହି ଅଞ୍ଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାକୁ ବିଚ୍ଛିନ୍ନ କରିଦେଇଛି ତାଲିବାନ। ଯାହା ଫଳରେ ଆଫଗାନ ସୈନିକ ନିଜ ଦେଶର  ସୀମା ଅତିକ୍ରମ କରି ପଡୋଶୀ ଦେଶକୁ ପଳାୟନ କରିଛନ୍ତି।