Chhawla rape and murder case, ନୂଆଦିଲ୍ଲୀ: ୨୦୧୨ ମସିହାରେ ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ ଟ୍ୱିଷ୍ଟ୍ ଆସିଛି। ସୁପ୍ରିମକୋର୍ଟଙ୍କ ରାୟକୁ ଦିଲ୍ଲୀ ସରକାର ଚ୍ୟାଲେଞ୍ଜ କରିଛିନ୍ତି। ରିପୋର୍ଟ ମୁତାବକ, ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା, ଉକ୍ତ ମାମଲାର ତିନିଜଣ ଦୋଷୀଙ୍କୁ ମୁକ୍ତ କରିବା ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲ ସରକାରଙ୍କ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଅନୁମୋଦନ କରିଛନ୍ତି। ଦିଲ୍ଲୀ ସରକାରଙ୍କ ମାମଲାକୁ ପ୍ରତିନିଧିତ୍ୱ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେତାଙ୍କ ନିଯୁକ୍ତିକୁ ମଧ୍ୟ ଉପରାଜ୍ୟପାଳ ଅନୁମତି ଦେଇଛନ୍ତି। ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଦୋଷୀମାନଙ୍କୁ ନଭେମ୍ବର ୭ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସେପ୍ଟେମ୍ବର ୭ ତାରିଖରେ ସୁପ୍ରିମକୋର୍ଟ, ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ନିଜର ଶେଷ କାର୍ଯ୍ୟଦିବସରେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ନେତୃତ୍ୱଧିନ ଖଣ୍ଡପୀଠ ଦେଇଥିବା ରାୟକୁ ନେଇ ବିଦାଦ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟଙ୍କ ସେହି ରାୟକୁ ଏବେ ଦିଲ୍ଲୀ ସରକାର ଚ୍ୟାଲେଞ୍ଚ କରିଛନ୍ତି। କଂଗ୍ରେସ ସରକାର ସମୟରେ ହୋଇଥିବା ଦୋଷ ତ୍ରୁଟିକୁ ସୁଧାରିବା ପାଇଁ କଜ୍ରିୱାଲ ସରକାର ପ୍ରୟାସ କରିଛନ୍ତି। ୨୦୧୨ରେ ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିବା ତିନିଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଯାହାପରେ ପୀଡିତା ପରିବାର ଭାଙ୍ଗିପଡିଛନ୍ତି। ନ୍ୟାୟପାଳକା ଉପରୁ ବିଶ୍ୱାସ ଉଠିଯାଇଥିବା ସେମାନେ କହିଛନ୍ତି। 


Also Read: Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ


ସୁପ୍ରିମକୋର୍ଟଙ୍କ ତତକାଳୀନ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ଅଧକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଶୁଣାଛନ୍ତି। ଦୋଷୀମାନେ ଦଣ୍ଡ ହ୍ରାସ କରିବାକୁ ଅନୁରୋଧ କରିଥିବାବେଳେ ତାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୪ରେ ଦିଲ୍ଲୀର ଏକ ତଳ କୋର୍ଟ, ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରବି କୁମାର, ରାହୁଲ ଏବଂ ବିନୋଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ କୋର୍ଟ ସେହି ତିନି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ଏହି ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଥିଲେ। ଏହା ସହିତ ଦିଲ୍ଲୀ ହାଇକୋର୍ଟ, ଦୋଷୀଙ୍କୁ ହିଂସ୍ର ପଶୁ ସହ ତୁଳନା କରିଥିଲେ। କିନ୍ତୁ ମୁଖ୍ୟ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହି ତିନିଜଣଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ କରିବାରେ ଅଭିଯୋଗକାରୀଙ୍କ ଓକିଲ ବିଫଳ ହୋଇଛନ୍ତି ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ ହେବାବେଳେ କୋର୍ଟ ଏକ ପାସ୍ ଅମ୍ପାୟାର ଭଳି କାର୍ଯ୍ୟ କରିଛନ୍ତି।


ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ବ୍ୟତୀତ ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀ, ଛାୱଲା ମାମଲାର ଶୁଣାଣୀ କରୁଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ତଳକୋର୍ଟରେ ଶୁଣାଣୀ ବେଳେ ଅଭିଯୁକ୍ତଙ୍କ ପରିଚୟ ସ୍ଥାପିତ କରାଯାଇନାହିଁ। ଶୁଣାଣୀରେ ଅନେକ ତ୍ରୁଟି ରହିଛି। ମାମଲାର ୪୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୁନଃସାକ୍ଷ୍ୟ ଗ୍ରହଣ କରାଯାଇନାହିଁ। ସଂଗ୍ରୁହିତ ନମୂନାକୁ ମାଲଖାନାରେ ରଖି ପୋଲିସ ପରୀକ୍ଷା ପାଇଁ ପଠାଇଥିଲା। ଅଦାଲତ ଯୋଗ୍ୟତାକୁ ଦେଖି ଆଇନ ଅନୁଯାୟୀ କଠୋର ନିଷ୍ପତ୍ତି ନେବା ଉଚିତ୍। କୌଣସି ପ୍ରକାରର ବାହ୍ୟ ନୈତିକ ଚାପ କିମ୍ବା ଅନ୍ୟ କାରଣରେ କୋର୍ଟ ପ୍ରଭାବିତ ହେବା ଉଚିତ୍ ନୁହେଁ ବୋଲି ଜଷ୍ଟିସ ୟୁୟୁ ଲଲିତଙ୍କ ଖଣ୍ଡପୀଠ କହିଛନ୍ତି। ନିଜ ବୟସ, ପାରିବାରିକ ପୃଷ୍ଠଭୂମି ଏବଂ ଅତୀତର ଅପରାଧିକ ରେକର୍ଡ ଦର୍ଶାଇ ଦଣ୍ଡ ହ୍ରାସ କରାଯିବା ଉଚିତ ବୋଲି ଦୋଷୀମାନେ କୋର୍ଟରେ ଯୁକ୍ତି ବାଢିଥିଲେ। 


ସେପଟେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୀଡିତାଙ୍କ ପରିବାର ନିରାଶ ହୋଇଯାଇଛନ୍ତି। ପୀଡିତାଙ୍କ ପିତାମାତା କହିଛନ୍ତି ଯେ, ଆମେ କେବଳ ନ୍ୟାୟିକ ଯୁଦ୍ଧରେ ହାରି ନାହୁଁ ବରଂ ବଞ୍ଚିବାର ଇଚ୍ଛା ମଧ୍ୟ ହରାଇଛୁ। ପୀଡିତାଙ୍କ ପିତା କହିଛନ୍ତି ଯେ, ସୁପ୍ରିମକୋର୍ଟ ଏହି ରାୟରେ ତାଙ୍କୁ ନିରାଶ କରିଛନ୍ତି ଏବଂ ୧୧ ବର୍ଷରୁ ଅଧିକ ସମୟ ଯୁଦ୍ଧ କରିବା ପରେ ସେ ନ୍ୟାୟପାଳିକା ଉପରେ ବିଶ୍ୱାସ ହରାଇଛନ୍ତି। 'ସିଷ୍ଟମ' ସେମାନଙ୍କ ଦାରିଦ୍ର୍ୟର ଫାଇଦା ନେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ତେବେ କୋର୍ଟଙ୍କ ରାୟର କପି ଆସିବା ପରେ ରିଭ୍ୟୁପିଟିସନ ଆବେଦନ କରାଯିବ ବୋଲି ସେମାନଙ୍କ ଓକିଲ କହିଛନ୍ତି। 


Also Read: Amit Jain Suicide: ଝୁଲନ୍ତା ଅବସ୍ଥାରେ ମିଳିଲେ Radisson Blu Hotel ମାଲିକ


ସୂଚନାଯୋଗ୍ୟ, ମୂଳତଃ ଉତ୍ତରାଖଣ୍ଡର ଯୁବତୀ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଛାୱଲାର କୁତବ ବିହାରରେ ରହୁଥିଲେ। ୯ ଫେବୃଆରୀ ୨୦୧୨ର ରାତିରେ ସେ ଚାକିରିରୁ ଫେରୁଥିବାବେଳେ କିଛି ଲୋକ ତାଙ୍କୁ ନାଲି ଇଣ୍ଡିକା କାରରେ ଅପହରଣ କରିନେଇଥିଲେ। ତିନି ଦିନ ପରେ ତାଙ୍କ ମୃତଦେହ ହରିୟାଣାର ରେୱାରୀର ଏକ କ୍ଷେତରୁ ମିଳିଥିଲା। ହତ୍ୟା ପୂର୍ବରୁ ଗଣଦୁଷ୍କର୍ମ ବ୍ୟତୀତ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଇଥିବା ନେଇ ଜଣାପଡିଥିଲା। ମେଡିକାଲ ରିପୋର୍ଟ ଅନୁସାରେ, କାରରେ ବ୍ୟବହୃତ ଉପକରଣରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା, ତାଙ୍କ ଉପରେ ମାଟିହାଣ୍ଡି ଭଙ୍ଗା ଯାଇଥିଲା, ଶରୀରରେ ସିଗାରେଟ୍ ଚେଙ୍କ ମଧ୍ୟ ଦିଆଯାଇଥିଲା। ଏପରିକି ତାଙ୍କ ଛାତିକୁ ଏକ ଗରମ ଲୁହାରେ ଚାପି ଦିଆଯାଇଥିଲା। ଏକ ମଦ ବୋତଲ ତାଙ୍କ ଯୌନାଙ୍ଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁହଁକୁ ଏସିଡ୍ ପକାଇ ଜଳାଯାଇଥିଲା। 


ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବର୍ଷେ ନ ପୁରୁଣୁ ଦିଲ୍ଲୀରେ ନିର୍ଭୟା କାଣ୍ଡ ଘଟିଥିଲା। ଯାହା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସରକାରଙ୍କ ଉପରେ ଚାପ ପଡିଲା ପରେ ଯୌନ ଅପରାଧ ଆଇନରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଆଉ ୨୦ ମାର୍ଚ୍ଚ ୨୦୨୦ରେ ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା। କିନ୍ତୁ ଛାୱଲା ମାମଲାରେ ତିନି ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏଥିପାଇଁ ପୋଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ଏବଂ ନିମ୍ନ ଅଦାଲତରେ ଶୁଣାଣି ସମୟରେ ହୋଇଥିବା ଅବହେଳାକୁ ଦୋଷାରୋପ କରାଯାଉଛି। ନିର୍ଭୟା କାଣ୍ଡକୁ ନେଇ ଯେଉଁମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଛାୱଲା ମାମଲାରେ ନିରବ। ତେବେ ୧୨ ବର୍ଷର ପୂରୁଣା ମାମଲାରେ କିଏ ଦୋଷୀ ହେବ, ତଦନ୍ତ କେଉଁ ଦିଗକୁ ଯିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।