ନୂଆଦିଲ୍ଲୀ:  ଦେଶରେ କୋରୋନାର ଦ୍ୱିତୀୟ ଲହର କିଛି କିଛି ଅଞ୍ଚଳରେ ଏବେବି ତାର ପ୍ରକୋପ ଜାରି ରଖିଛି । ଅନ୍ୟପଟେ ତୃତୀୟ ଲହରର ଆଶଙ୍କାକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ କଟକଣାକୁ ଜୋରଦାର କରାଯାଇଛି । ସେହିପରି କିଛି କିଛି ଦେଶରେ ଏବେ କୋରୋନାର ତୃତୀୟ ଲହର ତାଣ୍ଡବ ରଚିଥିବା ବେଳେ ଆମ ଦେଶରେ ଏହାର ପ୍ରବେଶକୁ ବାରଣ କରିବା ନେଇ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେହିପରି ମହାମାରୀର ତୃତୀୟ ଲହର (Corona Third Wave) କୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପୁଣି ପ୍ରତିବନ୍ଧକ ଲଗାଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ର ସୂଚନା ମୁତାବକ ଅଗଷ୍ଟ ମାସ ଶେଷ ତଥା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ । ହେଲେ ଏହି ପ୍ରତିବନ୍ଧକ ଅନ୍ତଃରାଷ୍ଟ୍ରୀୟ କାର୍ଗୋ ବିମାନ ଚଳାଚଳ ପାଇଁ ଲାଗୁ ହେବ ନାହିଁ । 


Also Read: ଆମେରିକାରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଏକ ବଡ଼ ଖବର


ଅନ୍ୟପଟେ ମନୋନୀତ ଦେଶଗୁଡିକ ସହ ଦ୍ୱିପାକ୍ଷିକ ଏୟାର ବବଲ୍ ଚୁକ୍ତିନାମା ମୁତାବକ ଚାଲୁଥିବା ବିମାନ ଚଳାଚଳ ଜାରି ରହିବ ।  ସେହିପରି ବିଦେଶରେ ଫସିରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ୨୦୨୦ ମେ ଠାରୁ ସରକାର ଆରମ୍ଭ କରିଥିବା ବନ୍ଦେ ଭାରତ ମିଶନ (Vande Bharat Mission) ଜରିଆରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡାଣ (International Commercial Flights)  ଜାରି ରହିଛି । ଏନେଇ କେନ୍ଦ୍ର ସରକାର ବିଭିନ୍ନ ଦେଶ ସହ ଏୟାର ବବଲ୍ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।


Also Read:  ଧୋନି କରିବେ ଫିଲ୍ମ? ମାହିଙ୍କ ଏହି ନୂଆ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ, ଫଟୋ ଭାଇରାଲ୍


ସେହିପରି ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ ଏୟାରପୋର୍ଟ (Airport) ମଧ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ କୋଭିଡ କଟକଣା ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖିବାକୁ ଡିଜିସିଏ ନିର୍ଦ୍ଦେଶ ଜାରି କରିଛି ।