ଧୋନି କରିବେ ଫିଲ୍ମ? ମାହିଙ୍କ ଏହି ନୂଆ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ, ଫଟୋ ଭାଇରାଲ୍
Advertisement
Article Detail0/zeeodisha/odisha953797

ଧୋନି କରିବେ ଫିଲ୍ମ? ମାହିଙ୍କ ଏହି ନୂଆ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ, ଫଟୋ ଭାଇରାଲ୍

IPL 2021 ୟୁଏଇରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ୧୭ ସେପ୍ଟେମ୍ବରରୁ ଖେଳାଯିବ । ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (ଏମଏସ ଧୋନି) ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଧୋନି ନିଜ ଲୁକ୍ ବଦଳାଇ ଦେଇଛନ୍ତି ଓ ତାଙ୍କ ନୂଆ ଲୁକ୍ ପ୍ରଶଂସକମାନଙ୍କୁ ବହୁତ ଆଶ୍

ଧୋନି କରିବେ ଫିଲ୍ମ? ମାହିଙ୍କ ଏହି ନୂଆ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: IPL 2021 ୟୁଏଇରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ୧୭ ସେପ୍ଟେମ୍ବରରୁ ଖେଳାଯିବ । ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (ଏମଏସ ଧୋନି) ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଧୋନି ନିଜ ଲୁକ୍ ବଦଳାଇ ଦେଇଛନ୍ତି ଓ ତାଙ୍କ ନୂଆ ଲୁକ୍ ପ୍ରଶଂସକମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଉଛି ।

ଏମଏସ ଧୋନିଙ୍କ ନୂଆ 'କୁଲ' ଲୁକ
ନିକଟରେ ଧୋନି (MS Dhoni) ନିଜ ଲୁକକୁ ବଦଳାଇ ଦେଇଛନ୍ତି । ତାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଏକ ହଇଚଇ ସୃଷ୍ଟି କରିଛି । ଧୋନିଙ୍କ ଏହି ନୂଆ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଧୋନି ନିଜର ହେୟାର ଷ୍ଟାଇଲକୁ ବଦଳାଇ ଦେଇଛନ୍ତି, ଯାହା ପରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ନୂଆ ଲୁକକୁ ହେୟାର ଷ୍ଟାଇଲ ଆଲିମ ହାକିମ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।

ଏହି ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଧୋନି ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି ଓ ପ୍ରଶଂସକମାନେ ଧୋନିଙ୍କୁ ଫିଲ୍ମ ଷ୍ଟାର ବୋଲି କହୁଛନ୍ତି ।

fallback

୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ ଆଇପିଏଲ୍
୪ ମେ'ରେ କୋରୋନା କାରଣରୁ ସ୍ଥଗିତ ଥିବା ଆଇପିଏଲ୍ ୨୦୨୧ ବର୍ତ୍ତମାନ ସେପ୍ଟେମ୍ବରରେ ପୁନଃ ଆରମ୍ଭ ହେବ ଓ ଏହାର ଫାଇନାଲ୍ ଅକ୍ଟୋବରରେ ଅନୁଷ୍ଠିତ ହେବ ।ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଓ ଅନ୍ତିମ ମ୍ୟାଚ୍ ୧୫ ଅକ୍ଟୋବରରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଆମେରିକାରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଏକ ବଡ଼ ଖବର

ଏହିପରି ଥିଲା ଧୋନିଙ୍କ କ୍ରିକେଟ୍ କ୍ୟାରିୟର 
ଧୋନି (MS Dhoni) ଜୁଲାଇ ୨୦୧୯ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପର ସେମିଫାଇନାଲରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଧୋନି ୧୫ ଅଗଷ୍ଟ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଆଇସିସି ୱାର୍ଲ୍ଡ ଟି -୨୦ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଓ ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୧୩) ଟାଇଟଲ୍ ଜିତିଛି । ଏହା ବ୍ୟତୀତ ୨୦୦୯ ରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ନମ୍ବର ୱାନ ହୋଇଥିଲା ।