Divorce in Pakistan: ବର୍ତ୍ତମାନ ସୋସିଆଲ ମଡିଆର ଯୁଗ। ପିଲାଠୁ ବୁଢା ସମସ୍ତଙ୍କୁ ସୋସିଆଲ ମିଡିଆ କିମିଆ କରିଛି। କିନ୍ତୁ ଏହା ଯେତିକି ସୁବିଧାଜନ, ସେତିକି ବିପଦପୂର୍ଣ୍ଣ। ସୋସିଆଲ ମିଡିଆ ପାଇଁ ଆଜି ହଜାର ହଜାର ସଂଖ୍ୟକ ସଂସାର ଉଜୁଡିବାକୁ ଯାଉଛି। ଯାହାର ଜ୍ୱଳନ୍ତ ଉଦାହରଣ, ଇସ୍ଲାମିକ୍ ରାଷ୍ଟ୍ର ପାକିସ୍ତାନରେ ଦେଖିବାକୁ ମିଳୁଛି। ପାକିସ୍ତାନରେ ଲଗାତର ଛାଡପତ୍ର (ଖୁଲା) ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁଲା ଏକ ପ୍ରକାରର ଛାଡପତ୍ର ଅଟେ। ଯାହା ମାଧ୍ୟମରେ ମହିଳାମାନେ ସ୍ୱାମୀଙ୍କୁ ଛାଡପତ୍ର ଦେଇପାରିବେ। କୋରାନରେ ମହିଳାଙ୍କୁ 'ଖୁଲା'ର ଅଧିକାର ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଗତ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ୫୮% ଛାଡପତ୍ର ମାମଲା ବୃଦ୍ଧି ପାଇଛି। ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୫ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣ ବିଶ୍ବାସ କରନ୍ତି ଯେ, ଛାଡପତ୍ରର ମୁଖ୍ୟ କାରଣ ହେଉଛି ଶ୍ବଶୁର ଘର ଲୋକଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନା। ଏହା ବ୍ୟତୀତ ସ୍ୱାମୀଙ୍କ ଦୁର୍ବ୍ୟବାର କିମ୍ବା ସ୍ତ୍ରୀକୁ ପରିତ୍ୟାଗ କରିବା, ସ୍ୱାମୀଙ୍କ ମାନସିକ ରୋଗ ଭଳି ଅନେକ ସମସ୍ୟା ହେଉଛି ଏହି ଛାଡପତ୍ରର କାରଣ। ଏହି ସର୍ଭେ ୨୦୧୯ ମସିହାରେ ଗେଲପ୍ ଏବଂ ଗିଲାନିଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ପ୍ରେମ ଓ ଚୁକ୍ତି ବିବାହ, ଉଭୟକୁ ସାମିଲ କରାଯାଇଥିଲା।


Also Read: MacKenzie Scott divorced: ଦ୍ୱିତୀୟ ପତିଠୁ ବି ଛାଡପତ୍ର ଚାହୁଁଛନ୍ତି Amazon ମାଲିକଙ୍କ ପୂର୍ବପତ୍ନୀ


ତେବେ ପାକିସ୍ତାନରେ ଛାଡପତ୍ର ତୁଳନାରେ ଲଗତର 'ଖୁଲା' ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କେବଳ କରାଚି ଫ୍ୟାମିଲ କୋର୍ଟରେ ୧୮୩୦୦ରୁ ଅଧିକ ଖୁଲା ମାମଲା ଦାଏର ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ଅର୍ଦ୍ଧାଧିକ ଖୁଲା ମାମଲା ପାଇଁ ସୋସିଆଲ ମିଡିଆକୁ ଦାୟୀ କରାଯାଇଛି। ପାକିସ୍ତାନୀ ମହିଳାମାନେ ଅଧିକ ସମୟ ଟିକଟକରେ ବିତାଉଛନ୍ତି। ଯାହାକୁ ତାଙ୍କ ଘର ଲୋକ ବିରୋଧ କରୁଛନ୍ତି। କିନ୍ତୁ ସେମାନେ ଅଧିକ ସ୍ୱାଧିନତା ପାଇବା ଆଶାରେ ଖୁଲା ପାଇଁ ଆବେଦନ କରୁଛନ୍ତି। କିନ୍ତୁ କିଛି କ୍ଷେତ୍ରରେ ଖୁଲା ପାଇଁ ଉପଯୁକ୍ତ କାରଣ ମଧ୍ୟ ରହୁଛି, ଯେପରି ପରିବାରରେ ନିର୍ଯ୍ୟାତନା, ସ୍ୱାମୀଠାରୁ ଆଶାନୁରୂପକ ପ୍ରେମ ନ ମିଳିବା ମଧ୍ୟ ହୋଇପାରେ ବୋଲି ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି। 


ଆଇନଜୀବୀଙ୍କର କହିବା ଅନୁସାରେ, ମହିଳାଙ୍କ ପ୍ରକୃତି ପୁରୁଷଙ୍କ ତୁଳାନାରେ ଭିନ୍ନ। ମହିଳାଙ୍କ ନିକଟରେ ଧର୍ଯ୍ୟ ଶକ୍ତି କମଥାଏ ଓ ସେମାନେ ବୁଝାମଣା କରିବାକୁ ଚାହାନ୍ତି ନାହିଁ। ବର୍ତ୍ତମାନ ସମୟରେ ମହିଳାମାନେ ଯୌଥ ପରିବାରରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମହିଳାମାନେ ଅନେକ ଆଶା ନେଇ ବିବାହ କରିଥାନ୍ତି। ଶ୍ୱଶୁର ଘରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। କିନ୍ତୁ ଯୌଥ ପରିବାରେ ତାହା ପୁରଣ ହୋଇନଥାଏ। ଫଳରେ ତାହା ଛାଡପତ୍ରର କାରଣ ହୋଇପାରେ। କିଛି ମହିଳା ସ୍ୱାମୀର ସମ୍ପତ୍ତି ହଡପ କରିବାକୁ ବିବାହ କରନ୍ତି ଓ ନିଜ ଉଦ୍ଦେଶ୍ୟ ପୂରଣ ହୋଇଗଲେ, ଖୁଲାକୁ ଅସ୍ତ୍ର କରି ଛାଡପତ୍ର ଦେଉଛନ୍ତି।


Also Read: ସଙ୍କଟରେ ପୁରୁଷ! ମହିଳା ନେଉଛନ୍ତି ଏଭଳି ଚରମ ପଦକ୍ଷେପ


ଖୁଲା କଣ?


ଖୁଲା ଶବ୍ଦର ଅର୍ଥ ହେଉଛି ଆଇନ ଆଗରେ "ଫେରାଇବା"। ସ୍ୱାମୀଙ୍କ ସମ୍ପତ୍ତିରୁ ଭାଗ ଏବଂ ବୈବାହିକ ସମ୍ପର୍କକୁ ଭଙ୍ଗ କରିବା ପ୍ରକ୍ରିୟାକୁ ଖୁଲା କୁହାଯାଏ। ଖୁଲା ଛାଡପତ୍ର ହେଉଛି ପାରସ୍ପରିକ ସମ୍ମତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ହେବାକୁ ରାଜି ହୁଅନ୍ତି। ଏହା ମୂଳତଃ ବିବାହ ଚୁକ୍ତିରୁ ଏକ "ମୁକ୍ତି" ଅଟେ। ଛାଡପତ୍ର ପରି ଖୁଲା ମାମଲାକୁ ମଧ୍ୟ ପରିବାର କୋର୍ଟରେ ବିଚାର କରାଯାଇଥାଏ। ସ୍ୱାମୀଠାରୁ ଅଲଗା ହେବା ପରେ ସ୍ତ୍ରୀକୁ କ୍ଷତିପୂରଣ ବାବଦରେ କିଛି ଅର୍ଥ ଦିଆଯାଇଥାଏ।