MacKenzie Scott divorced: ଦ୍ୱିତୀୟ ପତିଠୁ ବି ଛାଡପତ୍ର ଚାହୁଁଛନ୍ତି Amazon ମାଲିକଙ୍କ ପୂର୍ବପତ୍ନୀ
Advertisement

MacKenzie Scott divorced: ଦ୍ୱିତୀୟ ପତିଠୁ ବି ଛାଡପତ୍ର ଚାହୁଁଛନ୍ତି Amazon ମାଲିକଙ୍କ ପୂର୍ବପତ୍ନୀ

MacKenzie Scott divorced: ସୋମବାର ୱାଶଂଟନର King County Superior Courtରେ MacKenzie Scott ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିରେ ସେ MacKenzieଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ତେବେ ସେମାନଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ମଧ୍ୟ ଦୁଇ ଭାଗ କରାଯାଉ ବୋଲି ସେ କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି। 

MacKenzie Scott divorced: ଦ୍ୱିତୀୟ ପତିଠୁ ବି ଛାଡପତ୍ର ଚାହୁଁଛନ୍ତି Amazon ମାଲିକଙ୍କ ପୂର୍ବପତ୍ନୀ

MacKenzie Scott divorced, ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି ଇ କମର୍ସ କମ୍ପାନୀ Amazonର ମାଲିକ Jeff Bezosଙ୍କୁ ପୂର୍ବପତ୍ନୀ MacKenzie Scott। MacKenzie ତାଙ୍କ ଦ୍ୱିତୀୟ ପତି Dan Jewettଙ୍କ ଠାରୁ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ୨୦୧୯ରେ Jeffଙ୍କ ଠାରୁ ଅଲଗା ହେବା ପରେ MacKenzie ଏହି ବିଜ୍ଞାନ ଶିକ୍ଷକଙ୍କୁ ଦ୍ୱିତୀୟ ବିବାହ କରିଥିଲେ। MacKenzie ଜଣେ ସମାଜସେବୀ ଓ ବିଶ୍ୱର ଧନୀ ମହିଳା ଭାବେ ପରିଚିତ।

ସୋମବାର ୱାଶଂଟନର King County Superior Courtରେ MacKenzie Scott ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିରେ ସେ MacKenzieଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ତେବେ ସେମାନଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ମଧ୍ୟ ଦୁଇ ଭାଗ କରାଯାଉ ବୋଲି ସେ କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି। ତେବେ ଏହି ପିଟିସନରେ MacKenzieଙ୍କ ଦ୍ୱିତୀୟ ସ୍ୱାମୀ Dan Jewettଙ୍କ ପକ୍ଷର ଆବଶ୍ୟକତା ନାହିଁ। କିନ୍ତୁ ଏଥିପାଇଁ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ବିଚ୍ଛେଦ ନେଇ ପୂର୍ବରୁ ଏକ ଚୁକ୍ତି ହୋଇଥିବା ଜରୁରୀ।

Also Read: Russia-Ukraine War: ଆମେରିକାର ଏହି ପଦକ୍ଷେପ ପରେ ଚିନ୍ତାରେ ପୁଟିନ, ଜେଲେନସ୍କିଙ୍କୁ ଧୋକା ଦେଲେ

Bloomberg ଅନୁସାରେ MacKenzie Scottଙ୍କ ନିକଟରେ ପ୍ରାୟ ୨୯ ବିଲିୟନ ଡଲାରର ସମ୍ପତ୍ତି ଅଛି। ମାର୍ଚ୍ଚ ୨୦୨୧ରେ Scott ଏବଂ Jewett ବିବାହ କରିଥିଲେ। ସେମାନଙ୍କର ବୈବାହିକ ସମସ୍ୟା ବିଷୟରେ ଖବର ପ୍ରଥମେ ସର୍ବସାଧାରଣରେ ପ୍ରକାଶ ପାଇଲା। ପରେ ବିଜ୍ଞାନ ଶିକ୍ଷକ ତାହାକୁ ତାଙ୍କ ବ୍ଲଗରୁ ହଠାତ୍ ଡିଲିଟ୍ କରିଦେଲେ। ତିନି ବର୍ଷ ପୂର୍ବ Scott ଏବଂ ଆମାଜୋନ ମାଲିକ Jeff Bezosଙ୍କ ୨୫ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା।

ବର୍ତ୍ତମାନ ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀଙ୍କୁ ପଛରେ ପକାଇ Jeff Bezos ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। Jeff ସେହି ସମୟରେ ଟୁଇଟ୍ କରି Scottଙ୍କ ସହ ଅଲଗା ହେଉଥିବା ନେଇ ସୂଚନା ଦେଇଥିଲେ। ଉଭୟ ଆଉ ପତି-ପତ୍ନୀ ଭାବେ ରହିବେ ନାହିଁ କିନ୍ତୁ ବୈବସାୟରେ ପାର୍ଟନର ଥିବୁ ବୋଲି ସେ କହିଥିଲେ। Bezosଙ୍କ ସହ ଛାଡପତ୍ର ପାଇଁ Scott ୩୬ ବିଲିୟନ ଡଲାର ନେଇଥିଲେ। ଏଥିପାଇଁ ସେ ଆମାଜୋନର ୪% ଅଂଶିଦାର ଛାଡିଥିଲେ।