Firecracker Pollution: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦିପାବଳୀ। ହେଲେ ଏହା ପୂର୍ବରୁ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦିପାବଳୀରେ ପ୍ରଦୂଷଣ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହାକୁ ରୋକିବା ପାଇଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ହେଲେ ତଥାପି ଏକ ଆଶଙ୍କା ରହିଛି ଯେ ଦିୱାଲୀ ଅବସରରେ ଲୋକେ ବାଣ ଫୁଟାଇ ପାରନ୍ତି। ହେଲେ ଆପଣ ଜାଣିନିଅନ୍ତୁ ବାଣ ଫୁଟାଇବା ଦ୍ୱାରା କେତେ ପ୍ରଦୂଷଣ ବିସ୍ତାର ହୁଏ ଏବଂ ଗୋଟିଏ ବାଣ ଜଳାଇବା କେତୋଟି ସିଗାରେଟ୍ ଧୂଆଁ ସହିତ ସମାନ। 


  • COMMERCIAL BREAK
    SCROLL TO CONTINUE READING

    DIU ରିପୋର୍ଟ ଅନୁଯାୟୀ, ଯଦି ଆପଣ ୧୦୦୦ ବୋମା ଫୁଲଝରୀ ଜଳାନ୍ତି ଦିଅନ୍ତି, ତେବେ ଏହା ବାୟୁମଣ୍ଡଳରେ PM2.5 ର ୩୮,୫୪୦ ମାଇକ୍ରୋଗ୍ରାମ୍/ ଘନ ମିଟର କଣିକା ମୁକ୍ତ କରିଥାଏ। ଯାହା ୧୭୫୨ ଖଣ୍ଡ ସିଗାରେଟ୍ ଜଳାଇବା ସହ ସମାନ। 

  • DIU ରିପୋର୍ଟ ଅନୁସାରେ ସାପ ବାଣ ଫୁଟାଇବା ଦ୍ୱାରା ସର୍ବାଧିକ ପ୍ରଦୂଷଣ ହୋଇଥାଏ। ସାପ ବାଣ ଜଳିବା ଦ୍ୱାରା PM2.5 ର ୬୪,୫୦୦ ମାଇକ୍ରୋଗ୍ରାମ୍ / ଘନ ମିଟର କଣିକା ନିର୍ଗତ ହୁଏ।  ଯାହା ୨୯୩୨ ଖଣ୍ଡ ସିଗାରେଟ୍ ଜଳାଇବା ସହ ସମାନ। 

  • ଯଦି ଆପଣ ଗୋଟିଏ ଚକ୍ରି ବାଣ ଫୁଟାନ୍ତୁ, ତେବେ PM2.5 କଣିକାର ୯୪୯୦ ମାଇକ୍ରୋଗ୍ରାମ୍/ଘନ ମିଟର କଣିକା ନିର୍ମଗତ ହୁଏ। ଯାହା ୪୩୧ ଖଣ୍ଡ ସିଗାରେଟ୍ ଜଳାଇବା ସହ ସମାନ। 

  • DIU ରିପୋର୍ଟ ମୁତାବକ ଗୋଟିଏ ଫୁଲଝରୀ ଜଳିବା ଦ୍ୱାରା  ବାଣ ଫୁଟାନ୍ତି PM2.5 ର ୧୦,୩୯୦ ମାଇକ୍ରୋଗ୍ରାମ୍/ଘନ ମିଟର କଣିକା ନିର୍ଗତ ହୋଇଥାଏ। ଯାହା ୪୭୨ ଖଣ୍ଡ ସିଗାରେଟ୍ ଜଳାଇବା ସହ ସମାନ। 

  • ଗୋଟିଏ କୁମ୍ପି ବାଣ ଜଳିବା ଦ୍ୱାରା PM2.5 ର ୪୮୬୦ ମାଇକ୍ରୋଗ୍ରାମ୍/ ଘନ ମିଟର କଣିକା ବାୟୁମଣ୍ଡଳକୁ ଚାଲି ଯାଇଥାଏ। ଯାହା ୨୨୧ ଖଣ୍ଡ ସିଗାରେଟ୍ ଜଳାଇବା ସହ ସମାନ। 

  • ଗୋଟିଏ ବମ ଜଳିଯିବା ପରେ ବାୟୁମଣ୍ଡଳରେ PM2.5 ର ୨୮,୯୫୦ ମାଇକ୍ରୋଗ୍ରାମ୍/ଘନ ମିଟର କଣିକା ଛାଡିଥାଏ। ଯାହା ୧୩୧୬ ଖଣ୍ଡ ସିଗାରେଟ୍ ଜଳାଇବା ସହିତ ସମାନ। 


Also Read: Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ


ବର୍ତ୍ତମାନ ଦିପାବଳୀରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଉଛି। କାରଣ ଏପରି କରିବା ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ। କହିବାକୁ ଗଲେ ଖରାପ ବାୟୁକୁ ଆହୁରି ଖରାପ ହେବାରୁ ରୋକା ଯାଇପାରିବ। ଗତ ୨୦୧୮ ବର୍ଷରେ ମିନେସୋଟା ୟୁନିଭରସିଟି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ଆଣ୍ଡ ପଲିସି ଦିଲ୍ଲୀର ଖରାପ ବାୟୁରେ ବାଣର ପ୍ରଭାବ ଉପରେ ଏକ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ଯେ ଦିଲ୍ଲୀର PM2.5 ପରିମାଣ ପ୍ରତିବର୍ଷ ୪୦% ପ୍ରତିଶତ ବୃଦ୍ଧି ପାଇଛି। ହେଲେ ଯେତେବେଳେ ଦିପାବଳୀ ଅବସରରେ ବାଣ ଫୁଟାଯାଏ ସେତେବେଳେ ଏହାର ମାତ୍ରେ ୧୦୦%  ବୃଦ୍ଧି ପାଇଥିବାର ଜଣାପଡ଼ିଥିଲା।