Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ
Advertisement
Article Detail0/zeeodisha/odisha1409360

Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ

Festival of Light: ଦିପାବଳୀରେ ବାଣ ଫୁଟାଇବା କାରଣରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ। ଯାହା ଦ୍ୱାରା ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନଜରରେ ରଖି ବାଣ ପୁଟାଇବାକୁ ବାରଣ କରାଯାଇଛି। 

 

Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ

Guidelines for Firecracker: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଧୂମଧାମରେ ପାଳିତ ହେଉଛି ଦିପାବଳୀ। ଯାହା ଆଲୋକର ପର୍ବ ଭାବେ ଜଣାଶୁଣା। ବାସ୍ତବରେ କୌଣସି ଉତ୍ସବର ଅର୍ଥ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ରହିଥାଏ। କେତେକଙ୍କ ପାଇଁ ଦୀପାବଳିର ଅର୍ଥ ହେଉଛି ସୁନ୍ଦର ଆଲୋକ, ଦୀନ ଏବଂ ମିଠା। ଅନ୍ୟପଟେ କିଛି ଲୋକଙ୍କ ପାଇଁ ଦିପାବଳୀର ଅର୍ଥ ହେଉଛି ମନଖୋଲି ବାଣ ଫୁଟାଇବା। ହେଲେ ବାଣ ଫୁଟାଇବା ବେଳେ ସତର୍କ ରହିବା ଆବଶ୍ୟକ। କାରଣ ବାଣ ଫୁଟେଇବାକୁ ନେଇ ଅନେକ କଠୋର ନିୟମ ଲାଗୁ କରାଯାଇଛି। 

ଦିପାବଳୀରେ ବାଣ ଫୁଟାଇବା କାରଣରୁ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥାଏ। ଯାହା ଦ୍ୱାରା ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନଜରରେ ରଖି ବାଣ ପୁଟାଇବାକୁ ବାରଣ କରାଯାଇଛି। ଦେଶରେ କେତେକ ରାଜ୍ୟରେ ବାଣ ଫୁଟାଇବା ଉପରେ  ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାୟାଇଛି। ଅନ୍ୟ କେତେକ ରାଜ୍ୟରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଛି। କିଛି ଲୋକ ଏଥର କେବଳ ଦୀପ ଜାଳି ଦିପାବଳୀ ପାଳନ କରିବାକୁ କହୁଛନ୍ତି। ହେଲେ ବାଣ ଫୁଟାଇବାକୁ ନେଇ କେଉଁ ରାଜ୍ୟରେ ଜାରି ହୋଇଛି କେଉଁ ନିୟମ ତାହା ଜାଣିନେବା ଆବଶ୍ୟକ।  

ଦିଲ୍ଲୀ ସରକାର ଦିୱାଲୀ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଆତସବାଜି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ କ୍ରୟ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ଯେଉଁମାନେ ଏହି ଆଦେଶ ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ବାଣ ଫୁଟାଇଲେ ଜରିମାନ ଦେବା ସହ ଜେଲ ଯିବାକୁ ପଡ଼ିପାରେ। ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସ ଜେଲ ଯିବାକୁ ପଡ଼ିପାରେ। ବାଣ ବିକିଲେ କିମ୍ବା ଗଚ୍ଛିତ କରି ରଖିଲେ ୩ ବର୍ଷ ଜେଲ ହୋଇପାରେ।

Also Read: Air Pollution: ସିଗାରେଟ ନାଁ ବାଣ? ବାୟୁ ପ୍ରଦୂଷଣ ପାଇଁ କିଏ ଅଧିକ ଦାୟୀ?

ସେହିପରି ପଞ୍ଜାବ ସରକାର ବାଣ ଫୁଟାଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦିପାବଳୀ ଦିନ ରାଜ୍ୟରେ ରାତି ଆଠଟାରୁ ରାତି ଦଶଟା ପର୍ଯ୍ୟନ୍ତ କେବଳ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ରହିଛି। ଏଠାରେ କେବଳ ସବୁଜ ବାଣ ଫୁଟାଯାଇ ପାରିବ। ରାଜ୍ୟର ପରିବେଶ ମନ୍ତ୍ରୀ ଗୁରୁମିତ ସିଂହଙ୍କ କହିବା ଅନୁସାରେ ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ବାଣ ବିକ୍ରୟ ଏବଂ ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଯିବ।

ହରିୟାଣାରେ ସବୁଜ ବାଣ ବ୍ୟତୀତ ସମସ୍ତ ବାଣ ବିକ୍ରୟ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଅନ୍ୟ ସମସ୍ତ ବାଣ ବିଷାକ୍ତ ଗ୍ୟାସ ନିର୍ଗତ କରିଥାନ୍ତି। ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ବାଣ ଉପରେ ନିଷେଧାଦେଶ ଜାରି କରାଯାଇଛି।

ଉତ୍ତର ପ୍ରଦେଶରେ ବାଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ବାଣ ସମ୍ପର୍କିତ ନିୟମ କଡାକଡି ଭାବେ ପାଳନ କରାଯିବହ। ଦୀପାବଳି ପାଇଁ  ବାଣ ଦୋକାନକୁ ଜନବସତି ଠାରୁ ଦୂରରେ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିନ ସେ କହିଛନ୍ତି ଯେ ପରିବେଶ ଏବଂ ସ୍ୱାସ୍ଥ୍ୟ ସମ୍ବେଦନଶୀଳ ବାଣ କ୍ରୟ ବିକ୍ରୟକୁ ନିରୁତ୍ସାହିତ କରାଯିବା ଆବଶ୍ୟକ। ରାଜ୍ୟରେ ଏହା ନିଶ୍ଚିତ କରାଯାଇଛି ଯେ ବାଣ ଦୋକାନ ଆବାସିକ ଅଞ୍ଚଳଠାରୁ ଦୂରରେ ରହିଛି ଏବଂ ସେଠାରେ ଅଗ୍ନିଶମ ବିଭାଗର ଉପଯୁକ୍ତ ବ୍ୟବସ୍ଥା ରହିଛି।

Also Read: Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ

ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୪ ଅକ୍ଟୋବର କାଳୀ ପୂଜା ସମୟରେ କେବଳ ସବୁଜ ବାଣ ଫୁଟାଇବାକୁ  ଅନୁମତି ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପର୍ବପର୍ବାଣୀ ସମୟରେ ରାଜ୍ୟରେ QR Code ରହିଥିବା ସବୁଜ ବାଣ ବ୍ୟତୀତ ଅନ୍ୟ କୌଣସି ବାଣ ଆମଦାନୀ କରାଯାଇ ପାରିବ ନାହିଁ କିମ୍ବା ବିକ୍ରି କରାଯିବ ନାହିଁ। ସବୁଜ ବାଣ ବ୍ୟତୀତ ସମସ୍ତ ପ୍ରକାରର ବାଣ ବିକ୍ରୟ ଏବଂ ସଂରକ୍ଷଣ ଉପରେ ଏକ ନିଷେଧାଦେଶ ଜାରି ହୋଇଛି। ଦୀପାବଳି ଦିନ ରାତି ଆଠଟାରୁ ଦଶଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିବ। ଅନ୍ୟ ପକ୍ଷରେ ଛଟ ପୂଜା ଦିନ ସକାଳ ଛଅଟାରୁ ଆଠଟା ପର୍ଯ୍ୟନ୍ତ ବାଣ ଫୁଟା ଯାଇପାରିବ।

Also Read: ନିଆଁ ନୁହେଁ Whatsapp Message ଜରିଆରେ ଫୁଟିବ Ecofriendly Rocket

ବିଗତ ୪ ବର୍ଷ ମଧ୍ୟରେ ତାମିଲନାଡୁରେ ବାଣ ଫୁଟାଇବା ପାଇଁ ୨ ଘଣ୍ଟା ସମୟ ସ୍ଥିର କରାଯାଇଛି। ଏଥର ମଧ୍ୟ ଏହି ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଯଦି ଆପଣ ଦିପାବଳୀ ଦିନ ତାମିଲନାଡୁରେ ଅଛନ୍ତି, ତାହେଲେ ଆପଣ ରାତିରେ ସାତଟାରୁ  ଆଠଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ପୁଦୁଚେରୀରେ ବାଣ ଫୁଟେଇବାକୁ ଏହି ସମୟ ଧାର୍ଯ୍ୟ କରାଯାଇଛି।