Indian Railway Rule: ରେଳ ଯାତ୍ରା ବେଳେ ଲଗେଜ ପରିବହନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ପ୍ରତିବର୍ଷ ଦିୱାଲୀ ଏବଂ ଛଟ୍ ପୂଜା ଅବସରରେ ଲକ୍ଷ ଲକ୍ଷ ଲୋକ ଟ୍ରେନ ଯୋଗେ ଯାତ୍ରା କରିଥାନ୍ତି। ପାର୍ବଣ ସମୟରେ ଟ୍ରେନ୍ ଭିଡ଼ ଦେଶରେ ଏକ ସାଧାରଣ ଘଟଣା ହୋଇଯାଏ। ହେଲେ ଏପରି ଅନେକ ରେଳଯାତ୍ରୀ ଅଛନ୍ତି, ଯେଉଁମାନେ ଭାରତୀୟ ରେଳବାଇ ଯାତ୍ରା ନିୟମ ବିଷୟରେ ଅବଗତ ନୁହଁନ୍ତି। ଏହି ନିୟମ ବାବଦରେ ଅବଗତ ନ ଥିବାରୁ ସେମାନେ ଯାତ୍ରା ବେଳେ ଏପରି କିଛି କରି ଦେଇଥାନ୍ତି, ଯାହା ଫଳରେ ସେମାନଙ୍କୁ ଜରିମାନା କିମ୍ବା ଜେଲ ଯିବାକୁ ପଡିପାରେ। ଯଦି ଆପଣ ରେଳଯାତ୍ରା କରିବାକୁ ଯାଉଛନ୍ତି, ତାହେଲେ ଆମେ ଆପଣଙ୍କୁ ଯାତ୍ରା କରିବା ସମୟରେ କେଉଁ ଜିନିଷକୁ ନେଇ ଯାତ୍ରା କରିପାରିବେ ସେହି ବିଷୟରେ ଆମେ ଆପଣଙ୍କୁ କହୁଛୁ। ଯାହା ଦ୍ୱାରା ଆପଣ ଅସୁବିଧାରୁ ରକ୍ଷା ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ନିକଟରେ ଭାରତୀୟ ରେଳବାଇ (Indian Railway) ରେଳଯାତ୍ରୀଙ୍କୁ (Railway Passemger) କୌଣସି ଜ୍ୱଳନଶୀଳ ପଦାର୍ଥ (Flammable Material) ଏବଂ କିମ୍ବା ବାଣ (Fire Cracker) ସହିତ ଯାତ୍ରା ନ କରିବାକୁ ଚେତାବନୀ ଦେଇଛି। ଏନେଇ ରେଳବାଇ କହିଛି ଯେ ପର୍ବ ପର୍ବାଣୀ ସମୟରେ (Festive Season) ଯାତ୍ରୀ କୌଣସି ନିୟମ ଉଲ୍ଲଂଘନ ନ କରନ୍ତୁ। ଯେଉଁ କାରଣରୁ ଜାଣିଶୁଣି କିମ୍ବା ଅଜାଣତରେ ଟ୍ରେନ୍ ଏବଂ ରେଳ ପରିସରରେ ବାଣ ଅଥବା ଜ୍ୱଳନ୍ତ ପଦାର୍ଥ ପରିବହନ କିମ୍ବା ବ୍ୟବହାର କଲେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। 


Also Read: Indian Railway: ଶୀତ ଦିନେ ବନ୍ଦ ରହିଥାଏ ଟ୍ରେନ ଏସି, କ'ଣ ଯାତ୍ରୀଙ୍କ ଠାରୁ ଭଡ଼ା ନିଏ ରେଳବାଇ?


ରେଳ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଳବାଇ ଏକ ତାଲିକା ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଯାତ୍ରା ସମୟରେ କ'ଣ ପରିବହନ କରାଯିବା ଉଚିତ ନୁହେଁ। ନିକଟରେ ପଶ୍ଚିମ ରେଳବାଇ (Western Railway) ଟ୍ୱିଟ୍ କରି କହିଛି, ଗ୍ୟାସ୍ (Gas), ସିଲିଣ୍ଡର (Cyllinder), ସିଗାରେଟ୍ (Cigarette), ଷ୍ଟୋଭ୍ (Stove) ଏବଂ ବାଣ ଭଳି ଜ୍ୱଳନ୍ତ ସାମଗ୍ରୀ ସହିତ ଟ୍ରେନ ଯାତ୍ରା (Train Travel) କରନ୍ତୁ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ। ଏହା ଦ୍ୱାରା ଅଗ୍ନିକାଣ୍ଡ ହେବାର ଆଶଙ୍କା ରହିଛି। ନିରାପଦରେ ଯାତ୍ରା କରନ୍ତୁ।


Also Read: Indian Railway: ଦେଶରେ ଗଡ଼ିବ ଶାକାହାରୀ ଟ୍ରେନ


ରେଳଯାତ୍ରା ବେଳେ ଜ୍ୱଳନଶୀଳ ସାମଗ୍ରୀ ପରିବହନ କରିବା ଏକ ଦଣ୍ଡନୀୟ ଅପରାଧ (Punishable Offence) ବୋଲି ଚେତାବନୀ ଦେଇ କହିଛି ଭାରତୀୟ ରେଳବାଇ। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରେଳବାଇ ଅଧିନିୟମ (Indian Railway Rules) ୧୯୮୯ ଧାରା ୧୬୪ ଏବଂ ୧୬୫ ଅନୁଯାୟୀ, ଜ୍ୱଳନଶୀଳ କିମ୍ବା ବିସ୍ଫୋରକ ସାମଗ୍ରୀ ସହିତ ଯାତ୍ରା କଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଅଥବା ଉଭୟ ଦଣ୍ଡ ମିଳିପାରେ।