Indian Railway: ଦେଶରେ ଗଡ଼ିବ ଶାକାହାରୀ ଟ୍ରେନ
Advertisement
Article Detail0/zeeodisha/odisha1288089

Indian Railway: ଦେଶରେ ଗଡ଼ିବ ଶାକାହାରୀ ଟ୍ରେନ

Indian Railway:  ଦେଶର ଧାର୍ମିକ ସ୍ଥାନକୁ ଯାଉଥିବା ଅନ୍ୟ ରେଳଗାଡ଼ିକୁ ସାତ୍ତ୍ୱିକ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏହି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏପରି ଧାର୍ମିକ ସ୍ଥାନକୁ ଯାତ୍ରା କରୁଛନ୍ତି ଯାତ୍ରା ବେଳେ ସେମାନେ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଆହାର ଖାଇବାକୁ ପସନ୍ଦ କରୁଛନ୍ତି। 

Indian Railway: ଦେଶରେ ଗଡ଼ିବ ଶାକାହାରୀ ଟ୍ରେନ

Sattvik Train of India: ବନ୍ଦେ ଭାରତ ଟ୍ରେନ ଯୋଗେ  ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରେଳଯାତ୍ରା ବେଳେ ପ୍ରଦାନ କରାଯାଉଥିବା ଖାଦ୍ୟ ବାବଦରେ ଭାରତୀୟ ରେଳବାଇ କରିଛି ବଡ ଘୋଷଣା କରିଛି। ବର୍ତ୍ତମାନ ଦିଲ୍ଲୀ-କାଟରା ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ଅଣ ଶାକାହାରୀ ଖାଦ୍ୟ ଖାଇବା ଏବଂ ପରିବହନ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାଣ୍ଡେ ଭାରତ ଟ୍ରେନ୍ ହେଉଛି ଦେଶର ପ୍ରଥମ ଏଭଳି ଟ୍ରେନ୍ ଯାହାକୁ ସାତ୍ତ୍ୱିକ ସାର୍ଟିଫିକେଟ୍ ପ୍ରଦାନ କରାଯାଛି। ବର୍ତ୍ତମାନ ଏହି ଟ୍ରେନ୍ ହେଉଛି ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଶାକାହାରୀ।

ଏନେଇ ଭାରତୀୟ ରେଳବାଇ (Indian Railway) ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ରେଳଯାତ୍ରା କରିବା ବେଳେ ରେଳଯାତ୍ରୀଙ୍କୁ ଖାଦ୍ୟ ପାନୀୟ ସୁବିଧା ପ୍ରଦାନ କରୁଥିବା ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (Indian Railway Catering and Tourism Corporation) ଆରଆରସିଟିସି (IRCTC) ଏବଂ ସାତ୍ତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ (Sattvik Council of India) ମଧ୍ୟରେ ଏକ ଚୁକ୍ତିନାମା ହୋଇସାରିଛି। ବର୍ତ୍ତମାନ ଠାରୁ ଯାତ୍ରୀ ନିଜ ପକ୍ଷରୁ ଏହି ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ଆମିଷ (Non veg) ଖାଇ ପାରିବେ ନାହିଁ। 

ଆରଆରସିଟିସି ବନ୍ଦେ ଭାରତ ଟ୍ରେନ (Vande Bharat Train) କୁ ସାତ୍ତ୍ୱିକ ଟ୍ରେନ (Sattvik Train) ରେ ପରିଣତ କରିବା ଲାଗି ପ୍ରୟାସ ଆରମ୍ଭ କରିଛି। ଦେଶର ଧାର୍ମିକ ସ୍ଥାନକୁ ଯାଉଥିବା ଅନ୍ୟ ରେଳଗାଡ଼ିକୁ ସାତ୍ତ୍ୱିକ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏହି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏପରି ଧାର୍ମିକ ସ୍ଥାନକୁ ଯାତ୍ରା କରୁଛନ୍ତି ଯାତ୍ରା ବେଳେ ସେମାନେ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଆହାର (Sattvik Meal) ଖାଇବାକୁ ପସନ୍ଦ କରୁଛନ୍ତି। ଏହା ପରେ ବାକି ଟ୍ରେନ କୁ ସାତ୍ତ୍ୱିକ କରାଯିବ।

ରେଳଯାତ୍ରା (Train Journey) କରିବା ସମୟରେ ଅନେକ ରେଳଯାତ୍ରୀ (Railway Passenger) ଆରଆରସିଟିସି ପକ୍ଷରୁ ଦିଆଯାଉଥିବା ଖାଦ୍ୟକୁ ପସନ୍ଦ କରନ୍ତି ନାହିଁ। କାରଣ ସେମାନେ ଏହାକୁ ନେଇ ନିଶ୍ଚିତ ନୁହଁନ୍ତି ଯେ ଯାତ୍ରା ବେଳେ ଉପଲବ୍ଧ ହେଉଥିବା ଖାଦ୍ୟ ସମ୍ପୂର୍ଣ୍ଣ ଶାକାହାରୀ (Vegetarian) ଏବଂ ସ୍ୱଚ୍ଛ (Hygiene)। ଯାତ୍ରୀଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଅନେକ ସନ୍ଦେହ ରହିଥାଏ। ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଠେ ଯେ ଖାଦ୍ୟ ପ୍ରସ୍ତୁତ କରିବାବେଳେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଉଭୟ ଆମିଶ (Veg Food) ନିରାମିଶ (Non Veg Food) ଖାଦ୍ୟ ଅଲଗା ଅଲଗା ପ୍ରସ୍ତୁତ ହେଉଛି ନା ନାହିଁ। ଖାଦ୍ୟ ପ୍ରସ୍ତୁତ ହୋଇସାରିବା ପରେ କେଉଁ ପ୍ରକ୍ରିୟାରେ ଏହାକୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ଏପରି କେଳଯାତ୍ରୀଙ୍କ ସନ୍ଦେହ ଦୂର କରିବାକୁ ଭାରତୀୟ ରେଳବାଇ ସାତ୍ତ୍ୱିକ ଟ୍ରେନ୍ ଆରମ୍ଭ କରିଛି।

Also Read: Semi High Speed Train: ବନ୍ଦେ ଭାରତ ଟ୍ରେନ ଉପରେ ଏହି ନିଷ୍ପତ୍ତି ନେଲା ଭାରତୀୟ ରେଳବାଇ

ଦେଶରେ ସାତ୍ତ୍ୱିକ କାଉନସିଲର ପ୍ରତିଷ୍ଠାତା ଅଭିଷେକ ବିଶ୍ୱାସ କହିଛନ୍ତି ଯେ  ବନ୍ଦେ ଭାରତ ଟ୍ରେନ କୁ ସାତ୍ତ୍ୱିକ ପ୍ରମାଣପତ୍ର ଦେବା ପୂର୍ବରୁ ଅନେକ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟା ଅଧିନରେ ରୋଷେଇ, ରୋଷେଇ ଘର, ବାସନକୁସନ, ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଅତିକ୍ରମ କରିବା ପରେ ପ୍ରମାଣପତ୍ର ଦିଆଯାଇଥିଲା। ଅର୍ଥାତ୍ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ ଏହାକୁ ଏକ ପ୍ରମାଣପତ୍ର ଦେଇଛି।