Doctor Become Real Hero: ଟ୍ରାଫିକ୍ ଜାମ୍ (Traffic Jam) ମଧ୍ୟରେ ବେଙ୍ଗାଲୁରୁରେ ଜରୁରୀକାଳୀନ ଅସ୍ତ୍ରୋପଚାର(emergency surgery) କରିବାକୁ ୩ କିଲୋମିଟର ଦୌଡ଼ିଲେ ଡ଼ାକ୍ତର (Doctor Run 3 Kilometer)। ଆଉ ତାପରେ ଇଣ୍ଟରନେଟ୍ କହିଲା 'ପ୍ରକୃତ ହିରୋ'(Internet Calls a Real Hero') । ଡାକ୍ତରଙ୍କୁ  ଦ୍ୱିତୀୟ ଭଗବାନ କୁହାଯାଉଥିବାବେଳେ ତାକୁ ସେ ପ୍ରମାଣିତ କରିଛନ୍ତି । ଡାକ୍ତର ରୋଗୀର ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ,ଦରକାର ପଡିଲେ ମୃତ୍ୟୁକୁ ମାତ୍ ଦିଅନ୍ତି  । ଏମିତି ଜଣେ ଢାକ୍ତର ଏବେ ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି । ତାଙ୍କର ଏହି ମହାନ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଟ୍ରାଫିକ୍ ଜାମ୍ ଥିବାରୁ ଜୀବନକୁ ବାଜି ଲଗାଇ ବିଚ୍ ରାସ୍ତାରେ ଦୌଡୁଥିବା  ବେଙ୍ଗାଲୁରର ଏହି ଡାକ୍ତରଙ୍କୁ ନେଇ ସବୁଠି ଚର୍ଚ୍ଚା । ଡାକ୍ତରଙ୍କ ଏମିତି ଅବଦାନ ଲାଗି ସବୁଠୁ ଛୁଟିଛି ପ୍ରଶଂସାର ସୁଅ । ରୋଗୀର ଅସ୍ତ୍ରୋପଚାର କରିବାକୁ ଯାଇ ତାଙ୍କୁ ୩ କିଲୋମିଟର ଦୌଡି ବାକୁ ପଡି଼ଥିଲା ।  ଠିକ୍ ସମୟରେ ପହଞ୍ଚି  ଅପରେସନ କରିଥିବାରୁ ବଞ୍ଚିଯାଇଥିଲା ଜଣେ ରୋଗୀର ଜୀବନ ।


COMMERCIAL BREAK
SCROLL TO CONTINUE READING

ଏବେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବାବେଳେ ଘଟଣାଟି ହେଉଛି ବେଙ୍ଗାଲୁରୁ(Bengaluru) ସହରର ।  ଭାଇରାଲ ହୋଇଥିବା ଭିଡିଓକୁ ସେୟାର କରିଥିଲେ  ନିଜେ ଡାକ୍ତର ଗୋବିନ୍ଦ ନନ୍ଦକୁମାର(Dr. Govind Nandakumar) । ସେଣ୍ଟ୍ରାଲ ବେଙ୍ଗାଲୁରୁ(Central Bengaluru)ରେ ରହୁଥିବା ଡାକ୍ତର ଗୋବିନ୍ଦ ନନ୍ଦକୁମାର ସହରର ଦକ୍ଷିଣ ପୂର୍ବ(Southeast)ରେ ଥିବା ତାଙ୍କର ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଅଗଷ୍ଟ ୩୦ ରେ ରୋଗୀର ଅପରେସନ ଥିବାବେଳେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ରୋଗୀର ଅସ୍ତ୍ରୋପଚାରରେ ବିଳମ୍ବ ସୃଷ୍ଟି କରିଥିଲା । ତେବେ ନନ୍ଦକୁମାର ଏ ବିଷୟରେ ଦୁଇଥର ଚିନ୍ତାନକରି  ନିଜ କାରକୁ ରାସ୍ତାରେ ଛାଡି ମହିଳା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି କିଲୋମିଟର ଦୌଡ଼ି ଥିଲେ । ବେଙ୍ଗାଲୁରୁ ଟ୍ରାଫିକ୍ ଜରୁରୀ କାମରେ ଯାଉଥିବା ବ୍ୟକ୍ତିର ଯାତାୟାତ କରିବା ଅସମ୍ଭବ କରିଥାଏ । ତେବେ ଜଣେ ଡାକ୍ତର ନିଜ ରୋଗୀର ଆବଶ୍ୟକତା ଅନୁଭବ କରି ରୋଗୀଙ୍କ ପାଇଁ ନିଜ ଗୋଡରେ ଟ୍ରାଫିକ୍ ବ୍ୟବସ୍ଥାକୁ ମାତ୍ ଦେବାକୁ ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୩୦ ରେ, ମଣିପାଲ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସର୍ଜନ ଡ଼ଃ ଗୋବିନ୍ଦ ନନ୍ଦକୁମାର ଜରୁରୀକାଳୀନ ଲାପାରୋସ୍କୋପିକ ଗଲ୍ ବ୍ଲାଡର ଅସ୍ତ୍ରୋପଚାର(laparoscopic gallbladder surgery) କରିବାକୁ ଯାଉଥିଲେ। ତେବେ ସବୁଥର ପରି ଟ୍ରାଫିକ ସମସ୍ୟା ତାଙ୍କ ପାଖକୁ ଆସିଥିଲା। ସେ ସରଜାପୁର-ମରାଠାଲି ଅଞ୍ଚଳରେ ଏକ ଟ୍ରାଫିକ ଜାମରେ ଅଟକି ରହିଥିଲେ।


ଅସ୍ତ୍ରୋପଚାର ବିଳମ୍ବ ହେଲେ ତାଙ୍କ ମହିଳା ରୋଗୀର ଜୀବନ ବିପଦରେ ପଡ଼ିବ ବୋଲି ହୃଦୟଙ୍ଗମ କରି ଡାକ୍ତର ତାଙ୍କ କାର ଛାଡି ଗୋଡର ଶକ୍ତି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତାଙ୍କ ରୋଗୀର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ତିନି କିଲୋମିଟର ଦୌଡିଥିଲେ। ନିଷ୍ଠାପର ଡାକ୍ତର ମଧ୍ୟ ଇନଷ୍ଟାଗ୍ରାମ(Instagram)ରେ ଏକ ବ୍ୟସ୍ତବହୁଳ ବେଙ୍ଗାଲୁରୁ ରାସ୍ତାରେ ଦୌଡୁଥିବା ଦର୍ଶାଇ ଏକ କ୍ଲିପ୍ ପୋଷ୍ଟ କରିଛନ୍ତି। ତାଙ୍କର ଦ୍ରୁତ କାର୍ଯ୍ୟ,ନିଷ୍ଠା ଏବଂ ସଂକଳ୍ପ ପାଇଁ ନେଟିଜେନ୍ସ (Netizens)ତାଙ୍କୁ ପ୍ରଶଂସା କରିଥିଲେ । ଜଣେ ବ୍ୟକ୍ତି ଲେଖିଛନ୍ତି, "ପ୍ରଦର୍ଶିତ ପ୍ରତିବଦ୍ଧତା ପାଇଁ ବହୁତ ସମ୍ମାନ ! ପ୍ରକୃତରେ ପ୍ରେରଣାଦାୟକ ।" ଅନ୍ୟ ଜଣେ ଦର୍ଶାଇଛନ୍ତି, "ସାର୍ !! ଆପଣଙ୍କୁ ସଲାମ୍ ... ଆପଣ ଜଣେ ପ୍ରକୃତ ଜୀବନର ହିରୋ ......ଏତେ ଖୁସି ଯେ ଏଭଳି ବ୍ୟକ୍ତତ୍ୱ ଏଠାରେ ବିଦ୍ୟମାନ ଅଛନ୍ତି .." ଅନ୍ୟଜଣେ ତୃତୀୟ ବ୍ୟକ୍ତି ଲେଖିଥିଲେ, "ଏହା ଆଶ୍ଚର୍ଯ୍ୟଜନକ ଗୋବିନ୍ଦ  !!!! ବ୍ରାଭୋ(Bravo)। ""


ତେବେ ଡାକ୍ତର ଜଣକ କହିଛନ୍ତି ଯେ,ମୁଁ ପ୍ରତ୍ୟେକ ଦିନ ବାଙ୍ଗାଲୋର ସେଣ୍ଟ୍ରାଲ ରୁ, ଦକ୍ଷିଣ-ପୂର୍ବ ଅନ୍ତର୍ଗତ ସରଜାପୁର(Sarjapur) ରେଥିବା ମଣିପାଲ ହସ୍ପିଟାଲ କୁ ଯାତାୟାତ କରେ। ଅସ୍ତ୍ରୋପଚାର ପାଇଁ ମୁଁ ଠିକ୍ ସମୟରେ ଘରୁ ବାହାରି ଆସିଥିଲି। ଆଉ ମୋର ଦଳର ସମସ୍ତେ ଅସ୍ତ୍ରୋପଚାର କରିବାକୁ ଅପେକ୍ଷା କରିଥିଲେ । ଏହାଭିତରେ ମୁଁ ଯେତେ ଶୀଘ୍ର ହେବ ହସ୍ପିଟାଲରେ ପହଞ୍ଚିବାକୁ ଚେଷ୍ଟା କରୁଥିଲି । ହେଲେ ବିରାଟ ଟ୍ରାଫିକକୁ ଦେଖି ମୁଁ ଡ୍ରାଇଭର ସହିତ କାର ଛାଡି ଦୁଇଥର ଚିନ୍ତା ନକରି ଡାକ୍ତରଖାନା ଆଡକୁ ଦୌଡିବାକୁ ଆରମ୍ଭ କଲି ବୋଲି ଡାକ୍ତର କହିଛନ୍ତି । ଏହାସହିତ ହସପିଟାଲରେ ପହଞ୍ଚିବା ପରେ  ସର୍ଜିକାଲ୍ ପୋଷାକ ପରିଧାନ କରି ନିଜ କାର୍ଯ୍ୟରେ ଲାଗିଯାଇଥିଲି । ଏହାପରେ ସଫଳତାର ସହିତ ଅସ୍ତ୍ରୋପଚାର ଶେଷ ହୋଇଥିଲା । ଡାକ୍ତର ଗୋବିନ୍ଦ ମଣିପାଲ ଡାକ୍ତରଖାନା(Manipal hospital)ରେ  ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି(gastroenterology surgeon) ବିଭାଗରେ କାମ କରିବା ସହିତ ହସପିଟାଲର ପରାମର୍ଶଦାତା ଭାବରେ କାର୍ଯ୍ୟ କରନ୍ତି।
ବନ୍ୟା ଯୋଗୁଁ ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ରାସ୍ତା ଗୁଡ଼ିକ ଅତ୍ୟଧିକ ଖରାପ ହୋଇଯାଇଛି । ଯେଉଁ କାରଣ ପାଇଁ ବେଙ୍ଗାଲୁରୁରେ ଟ୍ରାଫିକ୍ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି। ତେବେ ନନ୍ଦକୁମାରଙ୍କ ବୃତ୍ତିଗତ ନିଷ୍ଠା ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟ ବେଶ୍ ପ୍ରେରଣାଦାୟକ !