ନୂଆଦିଲ୍ଲୀ: Draupadi Murmu Oath Ceremony:ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ (Draupadi Murmu) ଶପଥ ଗ୍ରହଣ କରିଛନ୍ତି । ଏହା ପରେ ସେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନ ଏହି କଥାର ପ୍ରମାଣ ଯେ ଭାରତର ଗରିବ ଲୋକମାନେ ବଡ଼ ସ୍ୱପ୍ନ ଦେଖି ପାରିବେ ଓ ଏହାକୁ ପୂରଣ କରିପାରିବେ । ରାଷ୍ଟ୍ରପତି ହେବା ପରେ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ପ୍ରଥମ ଟ୍ୱିଟରେ ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ମୁର୍ମୁ କହିଛନ୍ତି ଯେ, "ମୋତେ ରାଷ୍ଟ୍ରପତି ଭାବେ ଦେଶ ଏପରି ଏକ ମହତ୍ତ୍ୱପୂର୍ଣ୍ଣ ସମୟରେ ନିର୍ବାଚିତ କରିଛି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଜିଠାରୁ କିଛି ଦିନ ପରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ । ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି ।"


ରାଷ୍ଟ୍ରପତି କହିଛନ୍ତି ଯେ, "ମୁଁ ନିଜର ଜୀବନ ଯାତ୍ରା ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ଆରମ୍ଭ କରିଥିଲି । ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ସେଠାରେ ମଧ୍ୟ ପ୍ରାଥମିକ ଶିକ୍ଷା ପାଇବା ମୋ ପାଇଁ ଏକ ସ୍ୱପ୍ନ ଥିଲା । କିନ୍ତୁ ଅନେକ ବାଧାବିଘ୍ନ ସତ୍ତ୍ୱେ ମୋର ସଂକଳ୍ପ ଦୃଢ଼ ଥିଲା । କଲେଜ ପଢ଼ିବାକୁ ଯାଇଥିବା ମୁଁ ମୋ ଗାଁର ପ୍ରଥମ ଝିଅ ଥିଲି ।"



ଏହା ବି ପଢ଼ନ୍ତୁ:-ଯଦି ହେମନ୍ତ ନୁହେଁ ତେବେ କିଏ? JMM ଟ୍ୱିଟରରେ ବଦଳାଇଲା ପ୍ରୋଫାଇଲ୍ ଫଟୋ, ଝାଡ଼ଖଣ୍ଡରେ ବଢ଼ିଲା ରାଜନୈତିକ ପାରା


ଏହା ବି ପଢ଼ନ୍ତୁ:-ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା


ଏହା ବି ପଢ଼ନ୍ତୁ:-ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'


କାଉନସିଲରରୁ ରାଷ୍ଟ୍ରପତି ହେବ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ, "ଆମର ଗଣତନ୍ତ୍ରର ହିଁ ଶକ୍ତି ଯେ ଏକ ଗରିବ ଘରେ ଜନ୍ମ ହୋଇଥିବା ଝିଅ, ଦୂର ସୁଦୂର ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ରାଷ୍ଟ୍ରପତି ପଦ ଯାଏ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା ।"



ରାଷ୍ଟ୍ରପତି ହେବା ପରେ ସେ କହିଛନ୍ତି, "ମୋର ନିର୍ବାଚନ ହେଉଛି ଏକ ପ୍ରମାଣ ଯେ ଭାରତର ଗରିବ ଲୋକ ସ୍ୱପ୍ନ ଦେଖିପାରିବେ ଓ ପୂରଣ କରିପାରିବେ ।  ମୋର ଏହି ନିର୍ବାଚନରେ ​​ଦେଶର ଗରିବ ଲୋକଙ୍କ ଆଶୀର୍ବାଦ ସାମିଲ ରହିଛି । ଦେଶର କୋଟି କୋଟି ମହିଳା ଓ ଝିଅଙ୍କ ସ୍ୱପ୍ନ ଓ ସାମର୍ଥ୍ୟର ଝଲକ ରହିଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଠାରୁ ଆରମ୍ଭ କରି ଶ୍ରୀ ରାମ ନାଥ କୋବିନ୍ଦ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱମାନେ ଏହି ପଦକୁ ସୁଶୋଭିତ କରିଛନ୍ତି । ଏହି ପଦ ସହିତ ଦେଶ ମଧ୍ୟ ଏହି ମହାନ ପରମ୍ପରାର ପ୍ରତିନିଧିତ୍ୱ କରିବାର ଦାୟିତ୍ୱ ମୋତେ ଦେଇଛି ।"