ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା
Advertisement
Article Detail0/zeeodisha/odisha1272886

ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା

Draupadi Murmu Oath Ceremony: ଦ୍ରୌପଦୀ ମୁର୍ମୁ (Draupadi Murmu) ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ଓଡ଼ିଶାରୁ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଆଦିବାସୀ ସମାଜରେ ଖୁସିର ମାହୋଲ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ

ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା

ନୂଆଦିଲ୍ଲୀ: Draupadi Murmu Oath Ceremony: ଦ୍ରୌପଦୀ ମୁର୍ମୁ (Draupadi Murmu) ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ଓଡ଼ିଶାରୁ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଆଦିବାସୀ ସମାଜରେ ଖୁସିର ମାହୋଲ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ଗ୍ରହଣ କରିଛନ୍ତି । ଏହା ପରେ ତାଙ୍କୁ ୨୧ ତୋପର ସଲାମୀ ଦିଆଯାଇଛି । ଭାରତର ପ୍ରଧାନ ବିଚାରପତି ଏନଭି ରମନା ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ପୁରା ଘଟଣା ସହିତ ଜଡିତ ୧୦ଟି ବଡ଼ କଥା ଆସନ୍ତୁ ଜାଣିବା...

୧. ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳେ ରାଜ ଘାଟଙ୍କୁ ପରିଦର୍ଶନ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

୨. ଶପଥ ଗ୍ରହଣ ସମାରୋହ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସମାରୋହରେ ସଂସଦ ଗୃହରେ ପହଞ୍ଚିଥିଲେ ।

୩. ଆଜି ସକାଳ ୯.୪୫ରେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆଉ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

୪. ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିରଲା, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କୂଟନୈତିକ ମିଶନର ମୁଖ୍ୟ, ସାଂସଦ, ବିଶିଷ୍ଟ ସାଧାରଣ ନାଗରିକଙ୍କ ସମେତ ସାମରିକ ଅଧିକାରୀମାନେ ଯୋଗ ଦେଇଥିଲେ । 

୫. ରବିବାର ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପାଇଁ ରାଷ୍ଟ୍ରପତି ଭବନରେ ରାତ୍ରୀ ଭୋଜନ ଆୟୋଜନ କରିଥିଲେ ।

୬. ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ୱିଧାନିକ ପଦ ସମ୍ଭାଳି ଥିବା ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ହୋଇ ଇତିହାସ ରଚିଛନ୍ତି ।

ଏହା ବି ପଢ଼ନ୍ତୁ:-ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'

ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ

ଏହା ବି ପଢ଼ନ୍ତୁ:-କ୍ଲାସ୍ ମନିଟରରୁ ରାଷ୍ଟ୍ରପତି ହେବେ ମୁର୍ମୁ: ଭୋର ୩.୩୦ରେ ଉଠି ଯାଆନ୍ତି, ଜାଣନ୍ତୁ କେମିତି ରହିଥାଏ ତାଙ୍କ ଦିନଚର୍ଯ୍ୟା

୭. ଗୁରୁବାର ଠାରୁ ଓଡିଶାର ନବ ନିର୍ବାଚିତ ରାଷ୍ଟ୍ରପତି ମୁର୍ମୁଙ୍କ ଗୃହ ନଗର ରାଇରଙ୍ଗପୁରରେ ଉତ୍ସବର ମାହୋଲ ରହିଛି । ତାଙ୍କର ଶପଥ ଗ୍ରହଣ ଉତ୍ସବ ପାଳନ କରିବାକୁ ତାଙ୍କ ଗାଁର ଲୋକମାନେ ଆଜି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

୮. ନିବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ମହିଳା ଯିଏକି ୨୦୧୫ରେ ଝାଡଖଣ୍ଡର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ ।

୯. ନୂତନ ଭାବେ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ଦୁଇଥର ବିଜେପି ବିଧାୟକ ଥିଲେ । ଯେତେବେଳେ ବିଜୁ ଜନତା ଦଳ ବିଜେପିର ସମର୍ଥନରେ ଓଡିଶାରେ ସରକାର ଗଠନ କଲା, ସେତେବେଳେ ତାଙ୍କୁ ନବୀନ ପଟ୍ଟନାୟକ କ୍ୟାବିନେଟରେ ମନ୍ତ୍ରୀ କରାଯାଇଥିଲା ।

୧୦. ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ସରକାରରେ ପରିବହନ, ବାଣିଜ୍ୟ, ମତ୍ସ୍ୟ ଏବଂ ପଶୁପାଳନ ଭଳି ମନ୍ତ୍ରଣାଳୟ ପରିଚାଳନା କରିବାରେ ବିଭିନ୍ନ ପ୍ରଶାସନିକ ଅଭିଜ୍ଞତା ରଖିଛନ୍ତି ।