ସାକାର ହେବ ଶସ୍ତା ଘରର ସ୍ୱପ୍ନ ! ରାଜ୍ୟମାନଙ୍କୁ ଏହି ପରାମର୍ଶ ଦେଲେ ମୋଦି ସରକାର
ଦୁର୍ଗା ଶଙ୍କର ମିଶ୍ରା କହିଛନ୍ତି ଯେ ମୁମ୍ୱାଇ, ମହାରାଷ୍ଟ୍ରରେ ସମ୍ପତ୍ତିର ପଞ୍ଜୀକରଣରେ ସୁଧାର ଆସିଛି ଏବଂ ଏହା କୋଭିଡ-19ର ପୂର୍ବବର୍ତ୍ତୀ ସ୍ତରରେ ପହଞ୍ଚିଛି ।
ନୂଆଦିଲ୍ଲୀ: ନିଜ ଘର ହେଉ ଅବା ସମ୍ପତ୍ତି, ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟ ଶସ୍ତା ସୁଧ ହାରରେ ଋଣ ପ୍ରଦାନ କରନ୍ତି । ଏହା ସତ୍ତ୍ୱେ ରିଅଲ ଇଷ୍ଟେଟରେ ମାନ୍ଦାବସ୍ଥା ଜାରି ରହିଛି । ଏହି ମନ୍ଥରତାକୁ ଦୂର କରିବା ପାଇଁ କେନ୍ଦ୍ରର ମୋଦି ସରକାର ରାଜ୍ୟମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ରା ସମ୍ପତ୍ତି ପଞ୍ଜୀକରଣ ଉପରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟଗୁଡିକ ଏପରି କଲେ ରିଅଲ ଇଷ୍ଟେଟର ମୋଟ ମୂଲ୍ୟ ହ୍ରାସ ପାଇବ ଏବଂ ଘର ବିକ୍ରି ବୃଦ୍ଧି ପାଇବ । ଦୁର୍ଗା ଶଙ୍କର ମିଶ୍ରା କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ରିଅଲିଟି ଆଇନ ରେରା ଭଳି ଅନେକ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ଅର୍ଥ ମନ୍ତ୍ରଣାଳୟ ସହିତ ଭାରତର ରିଜର୍ଭ ବ୍ୟାଙ୍କ ଏହି କ୍ଷେତ୍ରର ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଇଛି ।
ଅଧିକ ପଢ଼ନ୍ତୁ:-ନିଜ ସମ୍ପତ୍ତି ଓ ନିବେଶ ବିଷୟରେ ବଡ଼ ସୂଚନା ଦେଲେ ପିଏମ ମୋଦି, ଜାଣନ୍ତୁ କେଉଁଠାରେ ସେ ନିବେଶ କରିଛନ୍ତି ନିଜ ଟଙ୍କା ?
ଦୁର୍ଗା ଶଙ୍କର ମିଶ୍ରା କହିଛନ୍ତି ଯେ ମୁମ୍ୱାଇ, ମହାରାଷ୍ଟ୍ରରେ ସମ୍ପତ୍ତିର ପଞ୍ଜୀକରଣରେ ସୁଧାର ଆସିଛି ଏବଂ ଏହା କୋଭିଡ-19ର ପୂର୍ବବର୍ତ୍ତୀ ସ୍ତରରେ ପହଞ୍ଚିଛି । ସେ କହିଛନ୍ତି ଯେ ଷ୍ଟାମ୍ପ ଡ୍ୟୁଟି ରିହାତି ଉପରେ ମହାରାଷ୍ଟ୍ର ସରକାର ଏକ ଭଲ ନିଷ୍ପତ୍ତି ନେଇଛନ୍ତି ଏବଂ ଅନେକ ବିଲଡର ଏହି ରିହାତିର ଲାଭ ଘର କ୍ରେତାଙ୍କୁ ଦେଇଛନ୍ତି । ମିଶ୍ରା କହିଛନ୍ତି, ଆମେ ଏ ବିଷୟରେ ସମସ୍ତ ରାଜ୍ୟକୁ ଚିଠି ଲେଖିଛୁ । ମୁଁ ବିଭିନ୍ନ ମୁଖ୍ୟ ସଚିବ ଏବଂ ରାଜ୍ୟ ସଚିବମାନଙ୍କ ସହିତ ଯୋଗାଯୋଗରେ ଅଛି । ମୁଁ ଚାହୁଁଛି ସେମାନେ ଏପରି ପଦକ୍ଷେପ ନିଅନ୍ତୁ ଯାହା ଖର୍ଚ୍ଚ ହ୍ରାସ କରିବ ।
ଅଧିକ ପଢ଼ନ୍ତୁ:-'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'
ସଚିବ କହିଛନ୍ତି ଯେ, ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବଂ ନିଯୁକ୍ତି ସୃଷ୍ଟିରେ ଏହାର ପ୍ରମୁଖ ଅବଦାନ ରହିଛି । ମିଶ୍ରା ବିଲଡରମାନଙ୍କୁ ମହାମାରୀର ଏହି ସମୟର ସମୀକ୍ଷା କରିବାକୁ ଏବଂ ଏହାର ମୂଲ୍ୟ କିପରି ହ୍ରାସ କରାଯାଇପାରିବ ତାହା ଦେଖିବା ପାଇଁ କହିଥିଲେ ।