Advertisement
Photo Details/zeeodisha/odisha766342
photoDetails0hindi

ନିଜ ସମ୍ପତ୍ତି ଓ ନିବେଶ ବିଷୟରେ ବଡ଼ ସୂଚନା ଦେଲେ ପିଏମ ମୋଦି, ଜାଣନ୍ତୁ କେଉଁଠାରେ ସେ ନିବେଶ କରିଛନ୍ତି ନିଜ ଟଙ୍କା ?

ପିଏମ ମୋଦି (PM Modi) ଦେଇଥିବା ସୂଚନା ଅନୁଯାୟୀ ସେ ଟର୍ମ ଡିପୋଜିଟ୍ ଓ ସେଭିଂ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି । ଗତ ଆର୍ଥିକ ବର୍ଷରେ ତାଙ୍କର ମୋଟ ଚଳନ ସମ୍ପତ୍ତି ୧ କୋଟି ୩୯ ଲକ୍ଷ ୧୦ ହଜାର ୨୬୦ ଟଙ୍କା ଥିଲା ।

1/8

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ ନା କେବଳ ଦେଶ ବରଂ ସାରା ବିଶ୍ୱର ଲୋକମାନେ ଜାଣିବାକୁ ଚାହାଁନ୍ତି । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ପତ୍ତି ଓ ନିବେଶ ( Property and Investment Of PM Modi) ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ସମ୍ପତ୍ତି ଓ ନିବେଶ ଉପରେ ସର୍ବଶେଷ ଘୋଷଣା ଅନୁଯାୟୀ ଗତ ୧୫ ମାସ ମଧ୍ୟରେ ମୋଦିଙ୍କ ଚଳନଶୀଳ ସମ୍ପତ୍ତି ପ୍ରାୟ ୩୭ ଲକ୍ଷ ବୃଦ୍ଧି ପାଇଛି । ଏହା ବ୍ୟତୀତ ସେ ତାଙ୍କର ରୋଜଗାରର ଏକ ବଡ଼ ଅଂଶ ଏଠାରେ ନିବେଶ କରିଛନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କର ଟଙ୍କା ସେଠାରେ ନିବେଶ କରିବାକୁ ଚାହୁଁଛନ୍ତି ଯେଉଁଠାରେ ପିଏମ ମୋଦି କରିଛନ୍ତି, ତେବେ ସବୁକିଛି ଜାଣନ୍ତୁ:-

2/8

ପିଏମ ମୋଦି ଦେଇଥିବା ସୂଚନା ଅନୁଯାୟୀ ସେ ଟର୍ମ ଡିପୋଜିଟ୍ ଓ ସେଭିଂ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି । ଗତ ଆର୍ଥିକ ବର୍ଷରେ ତାଙ୍କର ମୋଟ ଚଳନ ସମ୍ପତ୍ତି ୧ କୋଟି ୩୯ ଲକ୍ଷ ୧୦ ହଜାର ୨୬୦ ଟଙ୍କା ଥିଲା । ବର୍ତ୍ତମାନ ଏହା ୨୬.୨୬ ପ୍ରତିଶତ ବୃଦ୍ଧି ହୋଇ ୧ କୋଟି ୭୫ ଲକ୍ଷ ୬୩ ହଜାର ୬୧୮ ଟଙ୍କାରେ ପହଞ୍ଚିଛି । ପିଏମ ମୋଦିଙ୍କ ଏହି ଆର୍ଥିକ ସ୍ଥିତି ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ରହିଛି । ଅକ୍ଟୋବର ୧୨ ରେ ଏହାର ଖୁଲାସା ହୋଇଛି ।

3/8

ଟର୍ମ ଡିପୋଜିଟରେ କରନ୍ତି ନିବେଶ: ପିଏମ ମୋଦିଙ୍କ ଅଚଳ ସମ୍ପତ୍ତିରେ କୌଣସି ବଡ଼ ପରିବର୍ତ୍ତନ ଆସିନାହିଁ । ଗୁଜୁରାଟର ଗାନ୍ଧିନଗରରେ ତାଙ୍କର ଏକ ଜମି ଅଛି ଯାହାର ମୂଲ୍ୟ ୧.୧ କୋଟି ହେବ । ତାଙ୍କ ପରିବାରର ମଧ୍ୟ ଏଥିରେ ଅଂଶ ଅଛି । ଫିକ୍ସ୍ଡ ଜମା ହେଉଛି ପିଏମ ମୋଦିଙ୍କ ରୋଜଗାରର ଏକ ପ୍ରମୁଖ ଅଂଶ । ସୁଧରୁ ହେଉଥିବା ଆୟ କର ରିହାତି ପରେ ପୁନଃ ନିବେଶ କରାଯାଇଥାଏ । ଏହି ଉପାୟରେ ଏଥିରେ ବୃଦ୍ଧି ଆସୁଛି ।

ଅଧିକ ପଢ଼ନ୍ତୁ:-ଦେଶବାସୀଙ୍କ ଆଗରେ କାନ୍ଦିଲେ କିମ ଜୋଙ୍ଗ ଉନ୍, ଏହି ଭୁଲ ପାଇଁ ମାଗିଲେ କ୍ଷମା

4/8

ଟର୍ମ ଡିପୋଜିଟ ଉପରେ ମିଳିଥାଏ ଏତିକି ସୁଧ: ଯଦି ଆପଣ ଟର୍ମ ଡିପୋଜିଟ ବିଷୟରେ କୁହନ୍ତି, ତେବେ ଏକରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟର୍ମ ଡିପୋଜିଟ୍ ଉପରେ ସୁଧ ହାର ୫.୫ ରୁ ୬.୭ ପ୍ରତିଶତ ମଧ୍ୟରେ ହେବ । ଏଥି ସହିତ ପାଞ୍ଚ ବର୍ଷ ପାଇଁ ଜମା ଉପରେ ସୁଧ ହାର ୫.୮ ପ୍ରତିଶତରେ ରଖାଯାଇଛି । ବ୍ୟାଙ୍କ ଏଫଡିକୁ ବ୍ୟାଙ୍କିଙ୍ଗ୍ ଭାଷାରେ ଟର୍ମ ଡିପୋଜିଟ୍ ମଧ୍ୟ କୁହାଯାଏ । କାରଣ ଏଥିରେ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏକ ଲକ୍-ଇନ୍ ଅବଧି ହୋଇଥାଏ ।

5/8

ମୋଦି ଏନଏସସି ଓ ବଣ୍ଡରେ କରିଛନ୍ତି ନିବେଶ: ଟର୍ମ ଡିପୋଜିଟ ବ୍ୟତୀତ ପିଏମ ମୋଦି ଜୀବନ ବୀମା, ଜାତୀୟ ସଞ୍ଚୟ ପ୍ରମାଣପତ୍ର ଏବଂ ଭିତ୍ତିଭୂମି ବଣ୍ଡରେ ନିବେଶ କରିଛନ୍ତି । ଏଠାରେ ସେ ନିବେଶ ମାଧ୍ୟମରେ ଟିକସ ସୁବିଧା ମଧ୍ୟ ପାଇଥା’ନ୍ତି । ଘୋଷଣା ଅନୁଯାୟୀ, ସେ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ବିପୁଳ ପରିମାଣରେ ବିନିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !

6/8

ଏନଏସସି ଉପରେ ସୁଧ ହାର  ୬.୮ ପ୍ରତିଶତ: ସରକାର ଅଲଗା ଅଲଗା ଡିପୋଜିଟ୍ ଉପରେ ସର୍ବଶେଷ ସୁଧ ହାର ପ୍ରକାଶ କରିଛନ୍ତି । ତୃତୀୟ ତ୍ରୈମାସିକରେ (ଅକ୍ଟୋବର-ଡିସେମ୍ବର)ରେ ନେଶନାଲ ସେଭିଂ ସର୍ଟିଫିକେଟ ଉପରେ ସୁଧ ହାର ୬.୮ ପ୍ରତିଶତ ରହିବ । ଜଣେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ନେଶନାଲ ସେଭିଂ ସର୍ଟିଫିକେଟ)ରେ ବିନିଯୋଗ କରି ୮୦ସି ଅନ୍ତର୍ଗତ ରିହାତିର ଲାଭ ପାଇଥାଏ । ଏଥିରେ କୌଣସି ସର୍ବାଧିକ ସୀମା ନାହିଁ । ଏହାର ପରିପକ୍ୱତା ବା ମ୍ୟାଚ୍ୟୁରିଟି ଅବଧି ୫ ବର୍ଷ । ଏହା ପ୍ରତିବର୍ଷ ସୁଧ ଯୋଗ କରିଥାଏ । କିନ୍ତୁ ସୁଧ ସହିତ ସମଗ୍ର ଅର୍ଥ କେବଳ ପରିପକ୍ୱତା ବେଳେ ମିଳିଥାଏ । ସାର୍ଟିଫିକେଟ୍ ଏହାର ଅବଧି ମଧ୍ୟରେ କେବଳ ଥରେ ସ୍ଥାନାନ୍ତର ହୋଇପାରିବ ।

7/8

ମୋଦିଙ୍କ ମାସିକ ଦରମା: ଯଦି ପିଏମ ମୋଦିଙ୍କ ଦରମା ବିଷୟରେ କଥା ହେବା, ତେବେ ତାଙ୍କର ମାସିକ ଦରମା ୨ ଲକ୍ଷ ଟଙ୍କା । ତାଙ୍କ ସଞ୍ଚୟ ଆକାଉଣ୍ଟରେ ୩.୩୮ ଲକ୍ଷ ଟଙ୍କା ଅଛି । ଏହି ସୂଚନା ୩୦ ଜୁନ୍ ୨୦୨୦ରୁ ହୋଇଥିବାବେଳେ ୩୧ ମାର୍ଚ୍ଚ ୨୦୧୯ରେ ତାଙ୍କ ସଞ୍ଚୟ ଆକାଉଣ୍ଟରେ ମାତ୍ର ୪,୧୪୩ ଟଙ୍କା ଥିଲା । ସେ ଗାନ୍ଧିନଗରର ଏସବିଆଇ ଶାଖାରେ ଏଫଡି କରାଇଛନ୍ତି । ଏହି ରାଶି ବୃଦ୍ଧି ଘଟି ୧ କୋଟି ୬୦ ଲକ୍ଷ ୨୮ ହଜାର ୩୯ ଟଙ୍କାକୁ ବୃଦ୍ଧି ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧରେ ତୁର୍କୀ ବିରୁଦ୍ଧରେ ଶକ୍ତିଶାଳୀ ଋଷ କାହିଁକି ଏତେ ଅସହାୟ?

8/8

ମୋଦିଙ୍କର ନିଜର କୌଣସି କାର ନାହିଁ: ପିଏମ ମୋଦିଙ୍କ ପାଖରେ କୌଣସି କାର ନାହିଁ । ତାଙ୍କର ଚାରୋଟି ସୁନା ରିଙ୍ଗ ଅଛି । ସେ ଏନଏସସିରେ ୮ ଲକ୍ଷ ୪୩ ହଜାର ୧୨୪ ଟଙ୍କା ଜମା କରିଛନ୍ତି । ଜୀବନ ବୀମା ପାଇଁ ସେ ୧ ଲକ୍ଷ ୫୦ ହଜାର ୯୫୭ ଟଙ୍କା ଜମା କରନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ସେ NSC ରେ ୭ ଲକ୍ଷ ୬୧ ହଜାର ୬୪୬ ଟଙ୍କା ଜମା କରିଥିଲେ । ସେ ଜୀବନ ବୀମା ପ୍ରିମିୟମ ଭାବରେ ୧ ଲକ୍ଷ ୯୦ ହଜାର ୩୪୭ ଟଙ୍କା ଜମା କରିଥିଲେ ।