ନୂଆଦିଲ୍ଲୀ: Driving Licence: କୌଣସି ପରିସ୍ଥିତିରେ ଯେତେବେଳେ ଚେକିଂର ଆବଶ୍ୟକତା ପଡ଼ିଥାଏ ସେତେବେଳେ ବାହନଗୁଡ଼ିକ ଟ୍ରାଫିକ୍ ପୋଲିସ୍ (Traffic Police) ଦ୍ୱାରା ରୋକାଯାଏ । ଏହି ସମୟରେ ଗାଡ଼ି ଚାଳକଙ୍କ କାଗଜପତ୍ର ଚେକ୍ କରାଯାଇଥାଏ । ସେଥିରେ ଡ୍ରାଇଭିଂ ଲାଇସେନ୍ସ (Driving Licens) ସମେତ ରେଜିଷ୍ଟ୍ରେଶନ ଓ ପୋଲୁଶନ ପରି ଡକ୍ୟୁମେଣ୍ଟ ସାମିଲ ରହିଥାଏ । ଯଦି ଚେକିଂ ସମୟରେ ଆପଣଙ୍କ ପାଖରେ ଏହା ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ ନଥାଏ ତେବେ ଆପଣଙ୍କ ଚାଲାଣ କଟିପାରେ । କାରଣ ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରମାଣିତ କରେ ଯେ ସେହି ବାହାନ ଆପଣଙ୍କର । ଏହାର ଅଭାବରେ ଆପଣଙ୍କୁ ଚାଲାଣ (Traffic Challan) ଭରିବାକୁ ପଡ଼ିବ ଥାଏ । ଏହି ଡକ୍ୟୁମେଣ୍ଟର ଅଭାବରେ ଆପଣଙ୍କୁ ୨୦୦୦ ଟଙ୍କା ଠାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ (Challan) ଭରିବାକୁ ପଡ଼ିପାରେ । 


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ଆପଣଙ୍କ ନିକଟରେ ନାହିଁ ତଥାପି ଚେକିଂ ସମୟରେ ଟ୍ରାଫିକ୍ ପୋଲିସ ଚାଲାଣ ଆପଣଙ୍କ ଚାଲାଣ (Challan) ନ କାଟୁ, ତେବେ ଆଜି ଆମେ ଆପଣଙ୍କ ଏପରି ଉପାୟ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା....


ବଜାରରେ ଏପରି ଏକ ଆପ୍ ଆସିଛି ଯାହା ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ମଧ୍ୟ ଆପଣଙ୍କ ଚାଲାଣ କାଟିବାରୁ ରକ୍ଷା କରିଥାଏ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ । ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ଲିକେଶନକୁ ଡାଉନଲୋଡ୍ କରି ନିଅନ୍ତୁ । କେବଳ ଏତିକିରୁ ଆପଣଙ୍କ କାମ ହୋଇଯିବ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆମେ ଯାହା ବିଷୟରେ କହୁଛି ତାହା ହେଉଛି ଡିଜି ଲୋକର ଆପ୍ (DigiLocker App) । ଯାହା ଆପଣଙ୍କ ଚାଲାଣ କାଟିବାରୁ ରକ୍ଷା କରିଥାଏ । ଏହି ଆପରେ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରହିଥାଏ । ଯାହାକୁ ଆପଣ ଚେକିଂ ସମୟରେ ସ୍ମାର୍ଟଫୋନରେ ଦେଖାଇପାରିବେ ଓ ଚାଲାଣ କାଟିବାରୁ ରକ୍ଷା ପାଇପାରିବେ ।


ଏହା ବି ପଢ଼ନ୍ତୁ:-ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ


ଏହା ବି ପଢ଼ନ୍ତୁ:-ଅଣ୍ଡା ସହ ଭୁଲରେ ବି ଖାଆନ୍ତୁନି ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ


ଏହା ବି ପଢ଼ନ୍ତୁ:-କୋରୋନାର ଆସିବ କି ଚତୁର୍ଥ ଲହର! IIT କାନପୁରର ପ୍ରଫେସର କଲେ ଏହି ବଡ଼ ଦାବି


 


ସୂଚନାଯୋଗ୍ୟ, ଡିଜି ଲୋକର ଆପରେ ଡାଟା ସୁରକ୍ଷିତ ରଖିବା ପରେ ଆପଣ ନିଜ ଡକ୍ୟୁମେଣ୍ଟ ଓ ଡ୍ରାଇଭିଂ ଲାଇସେନ୍ସକୁ ଘରେ ହିଁ ରଖିପାରିବେ । ଏହାର ଫିଜିକାଲ କପିର ଆବଶ୍ୟକତା ନାହିଁ । ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଏହାର ବ୍ୟବହାର ଅଧିକ ହେଉଛି । ଅନେକ ଲୋକ ଏହାର ବ୍ୟବହାର ବିଷୟରେ ଜାଣନ୍ତି ନାହିଁ । ତେଣୁ ଆଜି ହିଁ ଆପଣ ଏହି ଆପର ବ୍ୟବହାର ବିଷୟରେ ଜାଣି ନିଅନ୍ତୁ ।