ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
Advertisement

ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

Mask Compulsory in NCR: ୟୁପିରେ ବିଗତ ୪ ଦିନରେ ଲଗାତର ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୫ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ପରେ ରାଜ୍ୟରେ କୋରୋନାର ମୋଟ ସକ୍ରିୟ ମାମଲା ବୃଦ୍ଧି ଘଟି ୬୯୫ରେ ପହଞ୍ଚିଛି । ଜାନୁଆରୀ ପରେ ଏହା ପ୍ରଥମ ଥର ରାଜ୍ୟରେ ଏତେ ସଂଖ୍ୟାରେ କୋରୋନା ମାମଲା ଚିହ୍ନଟ ହୋଇଛି । ସବୁଠାରୁ ଅଧିକ ମାମଲା ଦିଲ୍ଲୀକୁ ଲାଗିଥିବା ନୋଏଡା (Noida) ଓ ଗାଜିଆବାଦରେ ଦେଖିବାକୁ ମିଳିଛି ।

ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ନୂଆଦିଲ୍ଲୀ: Mask Compulsory in NCR, Coronavirus in India: ଦେଶରେ ପୁଣିଥରେ କୋରୋନା ମାମଲା (COVID Cases) ରେ ବୃଦ୍ଧି ଘଟିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀ (Delhi) ସମେତ ଏହାର ଆଖପାଖ ଅଞ୍ଚଳରେ କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଉତ୍ତର ପ୍ରଦେଶରେ ମଧ୍ୟ ଲଗାତର କୋରୋନା ମାମଲା ବଢ଼ୁଛି । ଯାହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟ (UP Government) ର କିଛି ସହରରେ ପୁଣିଥରେ ମାସ୍କ (Mask) ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଦିଲ୍ଲୀ ସୀମାକୁ ଲାଗିଥିବା ଗୌତମବୃଦ୍ଧ ନଗର, ମେରଟ, ଗାଜିଆବାଦ, ହାପୁଡ଼, ବାଗପତ, ବୁଲନ୍ଦଶହର ସମେତ ଲକ୍ଷ୍ନୌରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ଯୋଗୀ ସରକାର (Yogi Government) । ଉତ୍ତର ପ୍ରଦେଶରେ ଲଗାତର ଏକ ସପ୍ତାହ ଧରି କୋରୋନା ମାମଲାରେ ବୃଦ୍ଧି ଦେଖାଦେଇଛି । ଯାହା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

ୟୁପିରେ ବିଗତ ୪ ଦିନରେ ଲଗାତର ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୫ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ପରେ ରାଜ୍ୟରେ କୋରୋନାର ମୋଟ ସକ୍ରିୟ ମାମଲା ବୃଦ୍ଧି ଘଟି ୬୯୫ରେ ପହଞ୍ଚିଛି । ଜାନୁଆରୀ ପରେ ଏହା ପ୍ରଥମ ଥର ରାଜ୍ୟରେ ଏତେ ସଂଖ୍ୟାରେ କୋରୋନା ମାମଲା ଚିହ୍ନଟ ହୋଇଛି । ସବୁଠାରୁ ଅଧିକ ମାମଲା ଦିଲ୍ଲୀକୁ ଲାଗିଥିବା ନୋଏଡା (Noida) ଓ ଗାଜିଆବାଦରେ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟା ମଧ୍ୟରେ ନୋଏଡାରେ ୬୫, ଗାଜିଆବାଦରେ ୨୦ ଓ ଲକ୍ଷ୍ନୌରେ ୧୦ କୋରୋନାର ନୂଆ ମାମଲା ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁ:-ଅଣ୍ଡା ସହ ଭୁଲରେ ବି ଖାଆନ୍ତୁନି ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

ଏହା ବି ପଢ଼ନ୍ତୁ:-କୋରୋନାର ଆସିବ କି ଚତୁର୍ଥ ଲହର! IIT କାନପୁରର ପ୍ରଫେସର କଲେ ଏହି ବଡ଼ ଦାବି

ଏହା ବି ପଢ଼ନ୍ତୁ:-ପ୍ରଶାନ୍ତ କିଶୋର ନା ଏ କୂଳର ନା ସେ କୂଳର...

 

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନସିଆର ଓ ଏହାକୁ ଲାଗିଥିବା ଜିଲ୍ଲାର ପ୍ରଶାସନକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ପରେ ନୋଏଡା, ଗାଜିଆବାଦ, ଲକ୍ଷ୍ନୌ, ହାପୁଡ଼, ମେରଠ, ବୁଲନ୍ଦଶହର ଏବଂ ବାଗପତରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଯେ ଏସବୁ ଜିଲ୍ଲାରେ ଯେଉଁମାନଙ୍କ ଟିକାକରଣ ହୋଇନାହିଁ, ସେମାନଙ୍କୁ ଚିହ୍ନଟ କରି ଅତି ଶୀଘ୍ର ଟିକାକରଣ କରାଯାଉ । ଏହାସହ କୋରୋନାର ଲକ୍ଷଣ ଥିବା ଲୋକଙ୍କୁ ତୁରନ୍ତ ଯାଞ୍ଚ କରନ୍ତୁ ।