Driving License, RC କୁ ନେଇ ଆସିଲା ବଡ ଖବର, ସରକାର ବୃଦ୍ଧି କଲେ Validity
Driving License Latest Update: ସରକାର ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ (RC), ଫିଟନେସ୍ ସାର୍ଟିଫିକେଟ୍ ସମେତ ଅନ୍ୟ ମୋଟର ଯାନ ଡକ୍ୟୁମେଣ୍ଟ ଗୁଡିକର ବୈଧତା ବୃଦ୍ଧି କରିଛନ୍ତି ।
ନୂଆଦିଲ୍ଲୀ: Driving License Latest Update: ସରକାର ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ (RC), ଫିଟନେସ୍ ସାର୍ଟିଫିକେଟ୍ ସମେତ ଅନ୍ୟ ମୋଟର ଯାନ ଦଲିଲର ବୈଧତା ବୃଦ୍ଧି କରିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରକୁ ଧ୍ୟାନରେ ରଖି ସରକାର ନେଇଥିବା ନିଷ୍ପତ୍ତି ପରେ ଏହି ସମସ୍ତ ଡକ୍ୟୁମେଣ୍ଟ ଗୁଡିକ ବର୍ତ୍ତମାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ହେବ । ଏହାପୂର୍ବରୁ, ଏହି ସମସ୍ତ ଡକ୍ୟୁମେଣ୍ଟ ଗୁଡିକର ବୈଧତା ୩୦ ଜୁନରେ ସମାପ୍ତ ହେଉଥିଲା । ସରକାରଙ୍କ ଏହି ପଦକ୍ଷେପରୁ କୋଟି କୋଟି ଲୋକ ବଡ଼ ଆରାମ ପାଇବେ ।
ଡ୍ରାଇଭିଂ ଲାଇସେନ୍ସ, RC ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ
ସଡକ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଡକ୍ୟୁମେଣ୍ଟଗୁଡିକର ବୈଧତା 1 ଫେବୃଆରୀ ୨୦୨୦ ସୁଦ୍ଧା ସମାପ୍ତ ହୋଇଛି କିମ୍ବା ୩୦ ସେପ୍ଟେମ୍ବର ୨୦୨୧ ରେ ଶେଷ ହେବ ଓ ଲକଡାଉନ୍ ପ୍ରତିବନ୍ଧକ ଯୋଗୁଁ ନବୀକରଣ ହୋଇପାରି ନାହିଁ, ତାହା ବର୍ତ୍ତମାନ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ । ଏ ସଂପର୍କରେ ସମସ୍ତ ସଂପୃକ୍ତ ବିଭାଗକୁ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଏହି କାରଣରୁ ପରିବହନ ସମ୍ବନ୍ଧୀୟ ସେବାରେ ନାଗରିକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ ନୁହେଁ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ତୁରନ୍ତ ପ୍ରଭାବ ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ଯାହା ଦ୍ୱାରା ଏହି କଷ୍ଟଦାୟକ ସମୟରେ କାର୍ଯ୍ୟ କରୁଥିବା ପରିବହନକାରୀ ତଥା ଅନ୍ୟ ସଂଗଠନମାନେ କୌଣସି ପ୍ରକାର ହଇରାଣ କିମ୍ବା ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଅଧିକ ପଢ଼ନ୍ତୁ: ବୃଦ୍ଧଙ୍କ ଉପରେ ଟ୍ୱିଟ୍ କରି ଅସୁବିଧାରେ ସ୍ୱରା ଭାସ୍କର, ଦିଲ୍ଲୀରେ ଦାଖଲ ହେଲା ଅଭିଯୋଗ
ପୂର୍ବରୁ ୬ ଥର ବଢ଼ିସାରିଛି ବୈଧତା
ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ, ଆରସି ଓ ଫିଟନେସ୍ ସାର୍ଟିଫିକେଟ୍ ଭଳି ଡକ୍ୟୁମେଣ୍ଟ ଗୁଡିକର ବୈଧତାକୁ ପୂର୍ବରୁ ୬ ଥର ବୃଦ୍ଧି କରି ସାରିଛନ୍ତି । ଏହାପୂର୍ବରୁ ଏହି ସମସ୍ତ ଡକ୍ୟୁମେଣ୍ଟଗୁଡିକ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୈଧ ଥିଲା । ଏହାପୂର୍ବରୁ ୩୦ ମାର୍ଚ୍ଚ -୨୦୨୦, ୯ ଜୁନ୍ -୨୦୨୦, ୨୪ ଅଗଷ୍ଟ -୨୦୨୦, ୨୭ ଡିସେମ୍ବର -୨୦୨୦, ୨୬ ମାର୍ଚ୍ଚ -୨୦୨୧ ଆଦି ତାରିଖରେ ସଡକ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଥିଲା । ସରକାର କହିଛନ୍ତି ଯେ ଲକଡାଉନ ପ୍ରତିବନ୍ଧକ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଓ ଉତ୍ପାଦନ ସୁରୁଖୁରୁରେ ଚାଲିବା ଉଚିତ । ତେଣୁ ଏହି କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି । ଯେତେବେଳେ ସରକାର ଜାଣିବାକୁ ପାଇଲେ ଯେ ମୋଟର ଯାନ ଦଲିଲ ନବୀକରଣରେ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାର ସେମାନଙ୍କର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅଧିକ ପଢ଼ନ୍ତୁ: WTC Final: ଏହି ୧୧ ଖେଳାଳିଙ୍କ ସହିତ ପଡ଼ିଆକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ
ୟୁପିର ଅନେକ ସହରରେ ନୂତନ ଲାଇସେନ୍ସ ବନାଇବା ପକ୍ରିୟା ଆରମ୍ଭ ହୋଇଛି
ବର୍ତ୍ତମାନ ୟୁପି ସମେତ କେତେକ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ବର୍ତ୍ତମାନ କେବଳ ନୂତନ ଲାଇସେନ୍ସ ପ୍ରସ୍ତୁତ କରାଯାଉଛି । ଲାଇସେନ୍ସ ନବୀକରଣ, ଶିକ୍ଷଣ ଲାଇସେନ୍ସକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ମିଆଦ ପୂର୍ଣ୍ଣ ମୋଟର ଯାନ ଦଲିଲଗୁଡ଼ିକର ବୈଧତା ୩୦ ଜୁନରେ ଶେଷ ହେଉଥିଲା, ଏହା ପରେ ଲୋକଙ୍କ ମନରେ ଆଶଙ୍କା ରହିଥିଲା ଯେ ସେମାନେ କିପରି ସେମାନଙ୍କ ଗାଡିର ଡକ୍ୟୁମେଣ୍ଟ ଗୁଡିକର ବୈଧତା ଆଗକୁ ବଢ଼ାଇବେ । ସରକାରଙ୍କ ଏହି ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଆରାମ ଦେଇଛି ।