ବୃଦ୍ଧଙ୍କ ଉପରେ ଟ୍ୱିଟ୍ କରି ଅସୁବିଧାରେ ସ୍ୱରା ଭାସ୍କର, ଦିଲ୍ଲୀରେ ଦାଖଲ ହେଲା ଅଭିଯୋଗ
Advertisement
Article Detail0/zeeodisha/odisha922236

ବୃଦ୍ଧଙ୍କ ଉପରେ ଟ୍ୱିଟ୍ କରି ଅସୁବିଧାରେ ସ୍ୱରା ଭାସ୍କର, ଦିଲ୍ଲୀରେ ଦାଖଲ ହେଲା ଅଭିଯୋଗ

ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଲୋନି ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାଡ ଦିଆଯାଉଥିବା ଭିଡିଓ ଭାଇରାଲ ମାମଲାକୁ ନେଇ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ତଥା ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କ ବିରୋଧରେ ଦିଲ୍ଲୀରେ ଅଭିଯୋଗ ଦାଖଲ କରଯାଇଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଲୋନି ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାଡ ଦିଆଯିବାର ଭିଡିଓ ଭାଇରାଲ (Viral Video) ହେବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର (Swara Bhaskar) ଅସୁବିଧାରେ ପଡ଼ିଛନ୍ତି । ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ସ୍ୱରା ଭାସ୍କର, ଅରଫା ଖାନୁମ ଶେରୱାନି, ଆସିଫ ଖାନ, ଟ୍ୱିଟର ଇଣ୍ଡିଆ ଓ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ଏଫ୍ଆଇଆର୍ ପଞ୍ଜୀକୃତ ହୋଇ ନାହିଁ ଓ ପୋଲିସ ଘଟଣାର ତଦନ୍ତ କରୁଛି ।

ବିଜେପି ବିଧାୟକ ରାସୁକା ଲଗାଇବାକୁ ଦାବି କରିଛନ୍ତି
ଏହା ବ୍ୟତୀତ ବିଜେପି ବିଧାୟକ ନନ୍ଦ କିଶୋର ଗୁରୁଜାର (BJP MLA Nand Kishor Gurjar) ଲୋନି ସୀମା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi), ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି (Asaduddin Owaisi) ଓ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ (Swara Bhaskar) ବିରୋଧରେ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀ, ଅସଦୁଦ୍ଦିନ ଓୱାଇସି ଓ ସ୍ୱରା ଭାସ୍କରଙ୍କୁ ଲୋନିରେ ବୃଦ୍ଧଙ୍କୁ ମାଡ ମାରିବାରେ ଘଟଣାର ଟ୍ୱିଟ୍ କରି ସାମାଜିକ ସ୍ୱହାର୍ଦ୍ଦ୍ୟକୁ ଖରାପ କରିଥିବା ଅଭିଯୋଗ କରି ସେ ଏହି ତିନିଜଣଙ୍କ ବିରୋଧରେ ରସୁକାଙ୍କ (NSA) ଅଧୀନରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: Indian Railways: ପୁଣି ଟ୍ରାକରେ ଗଡ଼ିବ ଏହି ସ୍ପେଶାଲ ଟ୍ରେନ୍, ସହଜରେ ମିଳିବ ଟିକେଟ୍, ଦେଖନ୍ତୁ ଲିଷ୍ଟ

କ’ଣ ଏହି ପୂରା ମାମଲା?
ବାସ୍ତବରେ ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଯୁବକ ଜଣେ ମୁସଲମାନ ବୃଦ୍ଧଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି । ଏହି ଘଟଣା 5 ଜୁନ୍ 2021 ର ଅଟେ । ଏହି ଭିଡିଓ ବିଷୟରେ ଦାବି କରାଯାଉଛି ଯେ ବୃଦ୍ଧ ବ୍ୟକ୍ତି ମୁସଲମାନ ହୋଇଥିବାରୁ ତାଙ୍କୁ ମାଡ ଦିଆଯାଉଛି, କିନ୍ତୁ ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଛି ଯେ ଏହା ଦୁଇ ପରିବାର ମଧ୍ୟରେ ଶତ୍ରୁତା । ସୋସିଆଲ ମିଡିଆରେ ଭାଇରାଲ କରି ଏହି ଭିଡିଓକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ଚେଷ୍ଟା କରାଯାଇଥିଲା ।