ନୂଆଦିଲ୍ଲୀ: ବିଗତ ଦିନରେ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (Shahrukh Khan) ଙ୍କ ପୁଅ ଆର୍ୟନ ଖାନ (Aryan Khan) ଙ୍କୁ ଏନସିବି (NCB) ଗିରଫ କରିଥିଲା । କୋର୍ଟଙ୍କ ଦ୍ୱାରା ଆର୍ୟନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ସେ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ଶୁକ୍ରବାର ଅର୍ଥାତ ଅକ୍ଟୋବର ୮ରେ ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । କିନ୍ତୁ ସେ ଜାମିନ ପାଇପାରିନଥିଲେ । ଆର୍ୟନଙ୍କ ମାମଲା ଓକିଲ ସତୀଶ ମାନଶିନ୍ଦେ (Satish Manshinde) ଲଢୁଥିଲେ । ବର୍ତ୍ତମାନ ଶାହାରୁଖ ସତୀଶ ମାନଶିନ୍ଦଙ୍କୁ ରିପ୍ଲେସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ଆର୍ୟନ (Aryan Khan) ଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା, ପରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ବର୍ତ୍ତମାନ ଜାମିନ ପାଇଁ ଶୁଣାଣି ବୁଧବାର ମୁମ୍ବାଇର ସେଶନ କୋର୍ଟରେ ହେବ । ଯେଉଁଠାରେ ଆର୍ୟନଙ୍କ କେସ୍ ସତୀଶ ମାନଶିନ୍ଦେ (Satish Manshinde) ଙ୍କ ବଦଳରେ ଓକିଲ ଅମିତ ଦେଶାଇ (Amit Desai) ଙ୍କ ଲଢିବେ ।


କିଏ ଅମିତ ଦେଶାଇ (Amit Desai)


ଅମିତ ଦେଶାଇ (Amit Desai) ହେଉଛନ୍ତି ଜଣେ କ୍ରିମିନାଲ ଓକିଲ । ସେ ହିଁ ସଲମାନ ଖାନଙ୍କୁ ୨୦୦୨ ମସିହାରେ ହିଟ୍ ଏଣ୍ଡ ରନ୍ ମାମଲାରେ ଜାମିନ କରାଇଥିଲେ । ସୋମବାର ଆର୍ୟନଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦିଆଯାଇଛି ଯେଉଁଠାରେ କୁହାଯାଇଛି ଯେ ଅମିତ ଦେଶାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଡିଫେନ୍ସ କରିବେ ।


ଅମିତଙ୍କୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଆକ୍ସନରେ ଦେଖିବାକୁ ମିଳିଥିଲା । ସେ କୋର୍ଟଙ୍କୁ କହିଛନ୍ତି ଯେ ଆର୍ୟନ (Aryan Khan) ଙ୍କ ନିକଟରୁ କୌଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ । ମାମଲାର ଅତି ଶୀଘ୍ର ଶୁଣାଣିର ଆବଶ୍ୟକତା ରହିଛି କାରଣ ଏହା ଆର୍ୟନଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ରତା ସହିତ ଜଡିତ ।


NCB ଦେଇଛି ଏହି ଯୁକ୍ତି


ଅକ୍ଟୋବର ୮ରେ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା । ତାଙ୍କ ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଆଧାରରେ ବିରୋଧ କରିଥିଲା ​​ଯେ ଜାମିନ ଆବେଦନ ଅତିରିକ୍ତ ମୁଖ୍ୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଶୁଣାଯାଇପାରିବ ନାହିଁ ଓ ଆର୍ୟନ ଖାନଙ୍କ ଉପରେ ଡ୍ରଗ୍ ଅପରାଧ ପାଇଁ ନିଜ ସାଙ୍ଗମାନଙ୍କ ସହ ମକଦ୍ଦମା ଚାଲିଛି, ଯାହାର ସର୍ବାଧିକ ଦଣ୍ଡ ୩ ଅଟେ । କେବଳ ସ୍ୱତନ୍ତ୍ର NDPS କୋର୍ଟ ଜାମିନ ଆବେଦନ ଶୁଣାଣି କରିପାରିବେ । 


ସୂଚନାଯୋଗ୍ୟ, ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜରେ ଚଢ଼ାଉ କରି  ଏନସିବି ଆର୍ୟନ ଖାନଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ନିଜ ସାଙ୍ଗମାନଙ୍କ ସହ ଜେଲରେ ଅଛନ୍ତି ।


ଅଧିକ ପଢ଼ନ୍ତୁ:-ତାଲିବାନ ହାତରେ ଆସିବନି କାଣିଚାଏ, ଆଫଗାନବାସୀଙ୍କ ଉପରେ 'ଆକାଶ'ରୁ ବର୍ଷିବ ଟଙ୍କା!


ଅଧିକ ପଢ଼ନ୍ତୁ:-ବୟଫ୍ରେଣ୍ଡଙ୍କ ବାପାଙ୍କୁ ବିବାହ କଲେ ଗର୍ଲଫ୍ରେଣ୍ଡ, ନିଜେ କହିଲେ ଏପରି କରିବାର କାରଣ


ଅଧିକ ପଢ଼ନ୍ତୁ:-ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍