Afghanistan Pakistan Border: ପୁଣି ଥରେ ଗୁଳି ମାଡ଼ରେ କମ୍ପି ଉଠିଛି ପାକିସ୍ତାନ-ଆଫଗାନିସ୍ତାନ ସୀମା। ଏଥର ସ୍ଥିତି ଏପରି ହୋଇଛି ଯେ ଗୁଳିମାଡ଼ ପରେ ପାକିସ୍ତାନ ସୀମାରେ ଅବସ୍ଥିତ ଏହାର ଅନେକ ଗ୍ରାମକୁ ଖାଲି କରିଦେଇଛି। ସୀମାରେ ଚମନ-ସ୍ପିନ୍ ବୋଲଡକ୍ କ୍ଷେତ୍ରରେ ଏହି ଗୁଳି ବିନିମୟ ହୋଇଥିବା କୁହାଯାଉଛି। ଏନେଇ ମିଳିଥିବା ଖବର ଅନୁସାରେ ତାଲିବାନ ସୈନିକ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତୋପ, ମେସିନ ଗନ୍ ଏବଂ ମୋର୍ଟାର ବ୍ୟବହାର କରାଯାଇଥିବା କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଉଭୟ ପାକିସ୍ତାନ-ଆଫଗାନିସ୍ତାନ ସୀମାକୁ ପରସ୍ପର ଠାରୁ ପୃଥକ କରିଥାଏ ଡୁରାଣ୍ଡ ଲାଇନ। ଏଠାରେ ହୋଇଥିବା ଗୁଳି ବିନିମୟ କାରଣରୁ ସୀମାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତାଲିବାନ ସେନା ପକ୍ଷରୁ କରାଯାଇଥିବା ଆକ୍ରମଣର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ପାକିସ୍ତାନ-ତାଲିବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି। 


ସୀମାରେ ହୋଇଥିବା ଗୁଳି ବିନିମୟକୁ ତାଲିବାନ ସରକାର  ଆକ୍ରମଣାତ୍ମକ ହୋଇଉଠିଛି। ତାଲିବାନ ଆଫଗାନିସ୍ତାନ ସୀମାନ୍ତରେ ଏହାର ସୈନିକଙ୍କ ସଂଖ୍ୟା ବଢାଇବାରେ ନିରନ୍ତର ଲାଗି ରହିଛି। ବିପଦକୁ ଦୃଷ୍ଟିରେ ରଖି ଚମନ ସହରକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନୀ ସେନା ପାଲଟା ଜବାବ ଦେବାକୁ ଯାଇ ଗୁଳିମାଡ଼ କରିଥିଲା। ଖବର ଅନୁଯାୟୀ ଉଭୟ ପାକିସ୍ତାନଆଫ-ଗାନିସ୍ତାନ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଶିଶୁ ଏବଂ ମହିଳା ମଧ୍ୟ ଆହତ ହୋଇଛନ୍ତି।


Also Read: Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ; ୬ ମୃତ, ୧୭ ଆହତ


ସୀମାରେ ଗୁଳିମାଡ଼ ପରେ ଚମନ ସହରସ୍ଥିତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ତାଲିବାନ ତୋପ ଏବଂ ମୋର୍ଟାର ବ୍ୟବହାର କରି ଗୁଳି ଚଳାଉଛି। ତାଲିବାନ ସେନା ପକ୍ଷରୁ କରାଯାଉଥିବା ଗୁଳିଗୋଳା ବର୍ଷଣ ହେତୁ ପାକିସ୍ତାନ ଚମନ ସହର ଆଖପାଖ ଅଞ୍ଚଳକୁ ମଧ୍ୟ ଖାଲି କରିବାକୁ ନିଷ୍ପତ୍ତି ନେଇଛି। 


ଏହି ଘଟଣାରେ ପ୍ରତିକ୍ରିୟା ରଖି ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନୀ ସୈନିକ ଡୁରାଣ୍ଡ ଲାଇନ ଅତିକ୍ରମ କରି ଆଫଗାନିସ୍ତାନର ଜମି ଦଖଲ କରିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ ତାଲିବାନ ସେନା ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ପରେ ଏହି ଗୁଳି ବିନିମୟରେ ତୋପ ଏବଂ ମୋର୍ଟାର ବ୍ୟବହାର କରାଯାଇଥିଲା। ତାଲିବାନ ଅଭିଯୋଗ କରିଛି ଯେ ପାକିସ୍ତାନୀ ସୈନିକ ଆଫଗାନିସ୍ତାନ ମହିଳାଙ୍କ ସହ ଅସଦାଚରଣ କରିବା ସହ ସେମାନଙ୍କୁ ହଇରାଣ କରୁଛନ୍ତି। ଗତ ରବିବାର ସୀମାରେ ପାକିସ୍ତାନ-ତାଲିବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ପ୍ରାୟ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିଲେ।


Also Read: Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ


ସୀମାର ଅପର ପାର୍ଶ୍ୱରୁ ଦେଶର ବେଲୁଚିସ୍ତାନ ପ୍ରଦେଶରେ ଗୁଳି ବିନିମୟ ହୋଇଥିବା ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଜଣାଇଛି। ପାକିସ୍ତାନ ଗଣମାଧ୍ୟମ ଡନ ରିପୋର୍ଟ ଅନୁଯାୟୀ ୧୫ ଡିସେମ୍ବରରେ ଚମନ ସୀମାରେ ଗୁଳି ବିନିମୟ ହୋଇଥିଲା। ପାକିସ୍ତାାନ ସେନା ସୀମାରେ ତାର ବାଡ଼ ମରାମତି କରୁଥିବାବେଳେ ତାଲିବାନ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।