Earthquake News: ବିଗତ କିଛି ଦିନ ମଧ୍ୟରେ ଉତ୍ତର ଏବଂ ପୂର୍ବୋତ୍ତର ଭାରତରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି। ଏପରିକି ଦେଶର ଉତ୍ତର ଭାଗରେ ଅବସ୍ଥିତ ହିମାଳୟ ପାର୍ବତ୍ୟାଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଲଗାତାର ଭାବେ ଦେଶର ଉତ୍ତର-ପୂର୍ବ ଭାଗରେ ଭୂମିକମ୍ପ ଅନୁଭୂତ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ୱାଡ଼ିଆ ହିମାଳୟ ଭୂବିଜ୍ଞାନ ସଂସ୍ଥାନର ବରିଷ୍ଠ ଭୂବିଜ୍ଞାନୀ ଡକ୍ଟର ଅଜୟ ପାଲ। କ'ଣ ପାଇଁ ଦେଶର ଦେଶର ଉତ୍ତର-ପୂର୍ବ ଭାଗରେ ଭୂମିକମ୍ପ ଝଟକା ବାରମ୍ବାର ଅନୁଭୂତ ହେଉଛି ତାହାର କାରଣ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଭୂବିଜ୍ଞାନୀ ଡକ୍ଟର ଅଜୟ ପାଲ କହିଛନ୍ତି ଯେ ଇଣ୍ଡିଆନ୍ ପ୍ଲେଟ୍ ଏବଂ ୟୁରେସିଆନ୍ ପ୍ଲେଟ୍ ଧକ୍କା ହେତୁ ହିମାଳୟ ସୃଷ୍ଟି ହୋଇଛି। ୟୁରେସିଆନ ପ୍ଲେଟ ଲଗାତାର ଭାବେ ଭାରତୀୟ ପ୍ଲେଟ୍ ଉପରେ ଚାପ ପକାଉଛି। ଏହି କାରଣରୁ ସଂଗୃହିତ ହେଉଥିବା Distortion ଶକ୍ତି ସମୟ ସମୟରେ ଭୂକମ୍ପ ଆକାରରେ ବାହାରକୁ ଆସିଥାଏ। ହିମାଳୟ ପାହାଡ଼ର ନିମ୍ନ ଭାଗରେ ଏହି ଶକ୍ତି ଜମା ହେବା କାରଣରୁ ଭୂକମ୍ପ ଝଟକା ଅନୁଭୂତ ହେବା ଏକ ସାଧାରଣ ତଥା ନିରନ୍ତର ପ୍ରକ୍ରିୟା। ଭୂମିକମ୍ପ ଦୃଷ୍ଟିକୋଣରୁ ସମଗ୍ର ହିମାଳୟ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଠାରେ ଏକ ବଡ଼ ବଡ଼ ଭୂକମ୍ପ ଝଟକା ଅନୁଭୂତ ହେବାର ଦୃଢ ସମ୍ଭାବନା ରହିଥାଏ। ଏହି ଭୂକମ୍ପର ତ୍ରୀବତା ରିଚ୍ଟର ସ୍କେଲରେ ୭ କିମ୍ବା ଏହା ଠାରୁ ଅଧିକ ହୋଇପାରେ।


ବୈଜ୍ଞାନିକ ପାଲ କହିଛନ୍ତି ଯେ Distortion ଶକ୍ତି ବାହାରକୁ ଆସିବା କିମ୍ବା ଭୂକମ୍ପ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇ ପାରିବ ନାହିଁ। ଏହା କେବେ ଘଟିବ ତାହା କେହି ଜାଣନ୍ତି ନାହିଁ। ଏହା ପରବର୍ତ୍ତୀ ମୁହୂର୍ତ୍ତରେ ହୋଇପାରେ କିମ୍ବା ଏକ ମାସ ପରେ ହୋଇପାରେ ଅଥବା ଶହ ଶହ ବର୍ଷ ପରେ ମଧ୍ୟ ହୋଇପାରେ। ବିଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ ଅଞ୍ଚଳରେ ଚାରୋଟି ବଡ଼ ଭୂକମ୍ପ ଝଟକା ରେକର୍ଡ କରାଯାଇଛି। ଯାହା ମଧ୍ୟରେ ୧୮୯୭ ମସିହାରେ ସିଲଂ, ୧୯୦୫ ମସିହାରେ କାଙ୍ଗ୍ରା, ୧୯୩୪ ମସିହାରେ ବିହାର-ନେପାଳ ସୀମା ଏବଂ ୧୯୫୦ ମସିହାରେ ଆସାମରେ ଅନୁଭୂତ ହୋଇଥିବା ଭୂମିକମ୍ପ ସାମିଲ ରହିଛି। ଏହି ତଥ୍ୟରୁ ମଧ୍ୟ ଭୂକମ୍ପର ବାରମ୍ବାରତା ବିଷୟରେ କିଛି କୁହାଯାଇପାରିବ ନାହିଁ। ୧୯୯୧ ଉତ୍ତରକାଶୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ୧୯୯୯ ମସିହାରେ ଚାମୋଲି ଏବଂ ୨୦୧୫ ବର୍ଷରେ ନେପାଳରେ ଭୟାବହ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।


ଭୂମିକମ୍ପକୁ ନେଇ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ କେବଳ ଏହାର ପ୍ରସ୍ତୁତିକୁ ମଜବୁତ କରିବାକୁ ହେବ। ଯାହାଫଳରେ ଭୂକମ୍ପ କାରଣରୁ ହେଉଥିବା ଧନ ଜନ କ୍ଷୟକ୍ଷତିକୁ ଅନେକାଂଶରେ କମ କରାଯାଇ ପାରିବ। ଭୂମିକମ୍ପର ମୁକାବିଲା ପାଇଁ ଏଥିପାଇଁ ନିର୍ମାଣ କାର୍ଯ୍ୟକୁ ଭୂକମ୍ପ ପ୍ରତିରୋଧୀ କରାଯିବା ଆବଶ୍ୟକ। ଭୂକମ୍ପ ସମୟରୁ କିମ୍ବା ପୂର୍ବରୁ ଅଥବା ପରେ ଏହାର ମୁକାବିଲା ପ୍ରସ୍ତୁତି ବିଷୟରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ। ବର୍ଷକୁ ଅତି କମରେ ଥରେ ଏନେଇ ମକ୍ ଡ୍ରିଲ୍ କରାଯିବା ଦରକାର। ଯାହା ଫଳରେ ଭୂକମ୍ପ କାରଣରୁ ହେଉଥିବା କ୍ଷୟକ୍ଷତିକୁ ୯୯.୯୯ ପ୍ରତିଶତ ହ୍ରାସ କରାଯାଇପାରିବ। 


ଭୂକମ୍ପ ମୁକାବିଲା ସମ୍ପର୍କରେ ଜାପାନର ଉଦାହରଣ ଦେଇଛନ୍ତି ହିମାଳୟ ଭୂବିଜ୍ଞାନ ସଂସ୍ଥାନର ବରିଷ୍ଠ ଭୂବିଜ୍ଞାନୀ ଡକ୍ଟର ଅଜୟ ପାଲ। ଏନେଇ ସେ କହିଛନ୍ତି ଯେ ଉତ୍ତମ ପ୍ରସ୍ତୁତି ହେତୁ ବାରମ୍ବାର ମଧ୍ୟମ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ସତ୍ତ୍ୱେ ଜାପାନ ଭଳି ଦେଶରେ ଧନ ଜୀବନ ଏବଂ ସମ୍ପତ୍ତି କମ ନଷ୍ଟ ହୋଇଥାଏ। ଏକ ଅଭିଯାନ ମାଧ୍ୟମରେ ଭୂମିକମ୍ପ ମୁକାବିଲା ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି। ଏହି ସଂସ୍ଥାନର ଅନ୍ୟ ଜଣେ ବରିଷ୍ଠ ଭୂ-ବିଜ୍ଞାନୀ ଡକ୍ଟର ନରେଶ କୁମାର କହିଛନ୍ତି ଯେ ଭୂକମ୍ପରେ ଦୁର୍ବଳତା ଦୃଷ୍ଟିରୁ ଉତ୍ତରାଖଣ୍ଡକୁ ଜୋନ୍ ଚାରି ଏବଂ ଜୋନ୍ ପାଞ୍ଚ ବର୍ଗରେ ରଖାଯାଇଛି।  ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଭୂକମ୍ପ କାର୍ଯ୍ୟକଳାପକୁ ରେକର୍ଡ କରିବା ପାଇଁ ପ୍ରାୟ 60  ଭୂକମ୍ପ ପର୍ଯ୍ୟବେକ୍ଷଣ ସ୍ଥାନ ସ୍ଥାପନ କରାଯାଇଛି।