ମୁମ୍ବାଇ: ମହାରାଷ୍ଟ୍ର (Maharastra) ମୁଖ୍ୟମନ୍ତ୍ରୀ (Chief Minister) ଏକନାଥ ସିନ୍ଦେ (Eknath Shinde) ଶିବସେନା (Shivsena) ମୁଖ୍ୟ ଉଦ୍ଧବ ଠାକରେଙ୍କୁ (Uddhav Thackeray) ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ପ୍ରଥମେ ଦୁଇ ତୃତୀୟାଂଶ ଶିବସେନା ବିଧାୟକ (Shivsena) ଏବଂ ସାଂସଦଙ୍କୁ ତାଙ୍କ ଗୋଷ୍ଠୀରେ ସାମିଲ କରି ଏକ ବଡ଼ ଝଟକା ଦେଇଥିଲେ ସିନ୍ଦେ। ପରେ ଉଦ୍ଧବଙ୍କ ସରକାର ଭାଙ୍ଗି ନିଜେ ସରକାର ଗଢିଥିଲେ ସିନ୍ଦେ। ତେବେ ଆଗକୁ ଆଉ ଏକ ଝଟକା ଦେବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି ସିନ୍ଦେ। 


COMMERCIAL BREAK
SCROLL TO CONTINUE READING

ଶୁଣିବାକୁ ମିଳୁଛି କି ସିନ୍ଦେ ମୁମ୍ବାଇର ଦାଦରରେ ଆଉ ଏକ ଶିବସେନା ଭବନ ଖୋଲିବାକୁ ଯାଉଛନ୍ତି। ଯଦିଓ ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଗତ ପାଞ୍ଚ ଦଶନ୍ଧି ଧରି ଶିବସେନାର ନ୍ୟାୟ ଭବନ ଭାବରେ ପ୍ରତିଷ୍ଠିତ ବାଲାସାହେବଙ୍କ ଶିବସେନା ଭବନକୁ ସିନ୍ଦେ ଦାବି କରିବେ। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଏକନାଥ ସିନ୍ଦେ ଦାଦର ଆଉ ଏକ ଶିବସେନା ଭବନ ଖୋଲିବାକୁ ଯାଉଛନ୍ତି। କୁହାଯାଉଛି ଯେ ଖୁବ୍ ଶୀଘ୍ର ସେ ମଧ୍ୟ ଏ ଦିଗରେ ପଦକ୍ଷେପ ନେବେ।


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଚାହୁଁଛନ୍ତି ଯେ ତାଙ୍କ ଦଳର ଦାଦରରେ ଏକ ବିରାଟ କାର୍ଯ୍ୟାଳୟ ହେଉ। ସେ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ରାଜ୍ୟବାସୀ ତାଙ୍କୁ ଅପାର ଭଲପାଇବା ଦେଇଛନ୍ତି। ତାଙ୍କୁ ଆଶୀର୍ବାଦ ଦେବା ଏବଂ ତାଙ୍କ ସମର୍ଥନ ଦେଖାଇବା ପାଇଁ ଅନେକ ଲୋକ ତାଙ୍କୁ ଭେଟୁଛନ୍ତି। ସାଧାରଣ ନାଗରିକମାନେ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ମୁମ୍ବାଇ ଆସୁଛନ୍ତି। ମୁମ୍ବାଇ ଆସିବା ସହିତ ସେ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖୁଛନ୍ତି। ଏକନାଥ ସିନ୍ଦେ ବିଶ୍ୱାସ କରନ୍ତି ଯେ ଏହିପରି ହଜାର ହଜାର ନାଗରିକଙ୍କୁ ଭେଟିବା ପାଇଁ ମୁମ୍ବାଇର ମଧ୍ୟ ଭାଗରେ ଏକ କାର୍ଯ୍ୟାଳୟର ଆବଶ୍ୟକ। ଶୀଘ୍ର ସେହି ଦିଗରେ ପଦକ୍ଷେପ ନିଆଯିବ ବୋଲି ସିନ୍ଦେ ଗ୍ରୁପ୍ ବିଧାୟକ ସାଦା ସରଓ୍ୱଣକର ସୂଚନା ଦେଇଛନ୍ତି।


ଶିବସେନା ଶାଖା, ଶିବସେନା ଭବନ, ଶିବସେନା ପାର୍ଟି ସମସ୍ତେ ଶିବସେନାର ଅଟନ୍ତି। ସିନ୍ଦେ ଦଳର ବିଧାୟକଙ୍କ ଅନୁଯାୟୀ ସାଧାରଣ ଗରିବ ଲୋକଙ୍କ ସମସ୍ୟା ପ୍ରସ୍ତାବିତ ନୂତନ କାର୍ଯ୍ୟାଳୟ ମାଧ୍ୟମରେ ସମାଧାନ ହେବ। ସାଦା ସରଓ୍ୱଣକର ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟାଳୟର ନାମ କଣ ହେବ ଏକନାଥ ସିନ୍ଦେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ମୁମ୍ବାଇର ମଧ୍ୟ ଭାଗରେ ଦାଦର ଅବସ୍ଥିତ। ଏହି ସ୍ଥାନରେ ବାଲା ସାହେବ ଠାକରେଙ୍କର ସମାଧି ରହିଛି। ଦାଦର ଓ ଶିବାଜୀପାର୍କ ମଧ୍ୟରେ ସମ୍ପର୍କ ରହିଥିବା ବେଳେ ଶିବସେନାର ମଧ୍ୟ ଅନେକ ସ୍ମୃତି ରହିଛି। ତେଣୁ ଏହି ସ୍ଥାନରେ ଶିବସେନାର କାର୍ଯ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିନ୍ଦେ। 


ସୂଚନାଯୋଗ୍ୟ ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଚର୍ଚ୍ଚାରେ ରହି ଆସୁଛନ୍ତି। ମନ୍ତ୍ରିମଣ୍ଡଳ ପରିବର୍ତ୍ତନକୁ ନେଇ ହେଉ ଅବା ନିଜର ଚାତୁକାରିତା ପାଇଁ ହେଉ। ଶିବସେନାରେ ବିଦ୍ରୋହ ସୃଷ୍ଟି କରି ସେ ଉଦ୍ଧବଙ୍କ ସରକାର ଭାଙ୍ଗିବାରେ ସଫଳ ହୋଇଥିଲେ। ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ସେ ମୁଖ୍ୟମନ୍ତ୍ରୀ ପଦ ହାତେଇବାରେ ସଫଳ ହୋଇ ଏବେ ମହାରାଷ୍ଟ୍ରରେ ସରକାର ଚଳାଉଛନ୍ତି। 


ଅଧିକ ପଢନ୍ତୁ: ମେଣ୍ଟକୁ ଅସମ୍ମାନ କରିଥିଲା ବିଜେପି, ସାଥି ଦଳକୁ କରୁଥିଲା ଅପମାନିତ


ଅଧିକ ପଢନ୍ତୁ: ବେକାରୀଙ୍କୁ ଖୁସି ଖବର: ରାଜ୍ୟ ସରକାର ଦେବେ ୬ ହଜାର ନିଯୁକ୍ତି