Parag Agrawal fired from Twitter, ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଇଥିଲା, ଶେଷରେ ତାହା ସତ ହୋଇଛି। ଟ୍ୱିଟରକୁ ଏଲୋନ ମସ୍କ କିଣିବା ପରେ ସିଇଓ ପରାଗ ଅଗ୍ରୱାଲ ବିଦା ହୋଇଛନ୍ତି। କେବଳ ପରାଗ ନୁହଁ, ଆଇନ, ନୀତି ଏବଂ ଟ୍ରଷ୍ଟର ମୁଖ୍ୟ ବିଜୟ ଗଡେ ଓ ମୁଖ୍ୟ ଆର୍ଥିକ ଅଧିକାରୀ ନେଡ୍ ସେଗାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ତଡା ଖାଇଛନ୍ତି। ତେବେ ଟ୍ୱିଟରକୁ ମସ୍କ କିଣିବା ପାଇଁ ଘୋଷଣା କରିବା ଦିନ ହିଁ ସିଇଓ ପରାଗ ଅଗ୍ରୱାଲଙ୍କ ଚାକିରି ବିପଦରେ ଥିବା ସ୍ପଷ୍ଟ ହୋଇଯାଇଥିଲା। ତେବେ ଚାକିରି ହରାଇଥିବା ପରାଗ ସହଜରେ ଟ୍ୱିଟରକୁ ଛାଡିବେ ନାହିଁ। ବିଦା ହେଲାପରେ ତାଙ୍କୁ କମ୍ପାନୀ ଏକ ମୋଟ ଅଙ୍କର କ୍ଷେତିପୂରଣ ଦେବ ବୋଲି ପୂର୍ବରୁ ଚୁକ୍ତି ହୋଇଛି।


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଟେସଲା ମାଲିକ ଏଲୋନ ମସ୍କ (Elon Musk) ୪୪ ବିଲିୟନ ଡଲାରରେ କିଣିଛନ୍ତି। ୨୦୧୩ରୁ ପବ୍ଲିକ୍ କମ୍ପାନୀ ଭାବେ ଚାଲୁଥିବା ଟ୍ୱିଟର ଏବେ ପ୍ରାଇଭେଟ ହାତକୁ ଯାଇଛି। ଟ୍ୱିଟର ବିକ୍ରୟ ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ବିଦା ହେବେ ବୋଲି ଗତ ଏପ୍ରିଲ ମାସରୁ କଳ୍ପନାଜଳ୍ପନା ଚାଲିଥିଲା। ସେହି ସମୟରେ ପରାଗ ଅଗ୍ରୱାଲ ଏକ ବଡ଼ କଥା କହିଥିଲେ। ନ୍ୟୁଜ୍ ଏଜେନ୍ସି  ରଏଟର୍ସ ରିପୋର୍ଟ ଅନୁଯାୟୀ, କମ୍ପାନୀ ବିକ୍ରି ହେବା ଖବର ଆସିବା ପରେ ଟ୍ୱିଟର ସିଇଓ କହିଥିଲେ ଯେ, ଏଲନ୍ ମସ୍କଙ୍କ ନେତୃତ୍ୱରେ ଟ୍ୱିଟରର ଭବିଷ୍ୟତ ଅନ୍ଧକାରମୟ। କମ୍ପାନୀ ବର୍ତ୍ତମାନ କେଉଁ ଦିଗକୁ ଯିବ ତାହା କେହି ଜାଣି ନାହାଁନ୍ତି। ପରାଗଙ୍କ ଏହି ବିବୃତ୍ତି ପରେ ସେ କମ୍ପାନୀ ଛାଡି଼ପାରନ୍ତି ବୋଲି ଆଲୋଚନା ହେଉଥିଲା। କିନ୍ତୁ ତାଙ୍କ ବିବୃତ୍ତିର ୬ ମାସ ପରେ ମଧ୍ୟ ସେ ଚାକିରି ଛାଡିନଥିଲେ।


Also Read: Elon Musk twitter deal: ଫର୍ମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ! ଏମିତି ପ୍ରତିକ୍ରିୟା ଦେଲା ଟ୍ୱିଟର


ଏପ୍ରିଲ ୨୦୨୨ର ଏକ ରିପୋର୍ଟ ଅନୁଯାୟୀ, ଯଦି ପରାଗ ଅଗ୍ରୱାଲ (Twitter CEO Parag Agrawal) ଙ୍କୁ ୧୨ ମାସ ପୂର୍ବରୁ ଏହି ପଦବୀରୁ ହଟାଇ ଦିଆଯାଏ, ତେବେ କମ୍ପାନୀ ତାଙ୍କୁ ୪୨ ମିଲିୟନ୍ ଡଲାର୍ ଅର୍ଥାତ୍ ୩୨୧ କୋଟି ଟଙ୍କା ଦେବ। ପରାଗ ଅଗ୍ରୱାଲ ଗତ ୧୦ ବର୍ଷ ଧରି ଟ୍ୱିଟର ସହ ଜଡିତ ଅଛନ୍ତି। ନଭେମ୍ବର ୨୦୨୧ରେ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ୨୦୨୧ରେ ପରାଗଙ୍କ ମୋଟ କ୍ଷତିପୂରଣ ମୂଲ୍ୟ ୩୦.୪ ମିଲିୟନ ଡଲାର ଥିଲା। Factset ଅନୁସାରେ ପରାଗ ଅଗ୍ରାୱାଲକ ବାର୍ଷିକ ଦରମା ଏକ ମିଲିୟନ ଡଲାର (ପ୍ରାୟ ସାଢେ ସାତ କୋଟି ଟଙ୍କା) ଥିଲା। ଏହା ବାଦ ଦେଢ ମିଲିୟନ ଡଲାର ବୋନସ ମଧ୍ୟ ଥିଲା। 


ସୂତ୍ରାନୁସାରେ ଟ୍ୱିଟରର ନୂଆ ମାଲିକ ଏଲୋନ ମସ୍କ ଖୁବଶୀଘ୍ର ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିବେ। ଏଥିରେ ସେ କମ୍ପାନୀର ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କିପାରନ୍ତି। ପରାଗ ଅଗ୍ରୱାଲ ବିଦା ହେଲା ପରେ କିଏ ଟ୍ୱିଟରର ପରବର୍ତ୍ତୀ ମୁଖ୍ୟ ହେବେ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେପଟେ ପରାଗଙ୍କ ନିକଟରେ ଟ୍ୱିଟରର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହାକୁ ନେଇ ଏଲୋନ ମସ୍କ ଏବେ ଚିନ୍ତାରେ ଅଛନ୍ତି। ସେପଟେ ବର୍ତ୍ତମାନ ଟ୍ୱିଟରରେ ଜ୍ୟାକ ଡୋରସି (Jack Dorsey) ଙ୍କ ୨.୪ ପ୍ରତିଶତ ସେୟାର ଅଛି। ସେ ଚାହିଁଲେ କମ୍ପାନୀ ଠାରୁ ୯୭୮ ମିଲିୟନ ଡଲାର ନେଇ ପାରିବେ। ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋରସିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭.୨୦ ବିଲିୟନ ଡଲାର ବୋଲି Bloomberg ତାର ରିପୋର୍ଟରେ କହିଛି।