Elon Musk takes over Twitter, ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି। ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଟେସଲା ମାଲିକ ଏଲୋନ ମସ୍କ, ଟ୍ୱିଟରକୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିଛନ୍ତି। ଗୁରୁବାର ମସ୍କ ଏହି ଲୋକପ୍ରିୟ ସୋସିଆଲ ପ୍ଲାଟଫର୍ମକୁ ନିଜ ଅକ୍ତିଆରକୁ ନେଇଛନ୍ତି। ଟ୍ୱିଟରକୁ କିଣିଲା ପରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି, ଭାରତୀୟଙ୍କୁ ଟାର୍ଗେଟ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ, ଆଇନ, ନୀତି ଏବଂ ଟ୍ରଷ୍ଟର ମୁଖ୍ୟ ବିଜୟ ଗଡେ ଓ ମୁଖ୍ୟ ଆର୍ଥିକ ଅଧିକାରୀ ନେଡ୍ ସେଗାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବହୁ ବାଦ ବିବାଦ ପରେ ଗୁରୁବାର ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ମାଲିକ ଏଲୋନ ମସ୍କ, ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଚୁକ୍ତି ସମ୍ପୂର୍ଣ୍ଣ ହେବାର ଗୋଟିଏ ଦିନ ପୂର୍ବରୁ, ଏଲୋନ ମସ୍କ ଟ୍ୱିଟର ମୁଖ୍ୟାଳୟ ପରିଦର୍ଶନ କରି ତାଙ୍କ ବାୟୋକୁ 'ଚିଫ୍ ଟ୍ୱିଟ୍'ରେ ପରିବର୍ତ୍ତନ କରିଥିଲେ। ଲୋକପ୍ରିୟ ସୋସିଆଲ ପ୍ଲାଟଫର୍ମକୁ ନିଜ ଅଧିନରେ ନେବା ପରେ 'ଟ୍ୱିଟର ନିଶ୍ଚିତ ଭାବରେ ଏକ ମାଗଣା ହେଲ୍ସସ୍କେପ ହୋଇପାରିବ ନାହିଁ... ଅଧିକ ମାନବିକତା ସାହାଯ୍ୟ ପାଇଁ ସେ ଏହାକୁ କିଣୁଛି' ବୋଲି ଏଲୋନ ମସ୍କ କହିଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଯେ, ଟ୍ୱିଟରକୁ କିଣିଲା ପରେ ଏଲୋନ ମସ୍କଙ୍କ ଟାର୍ଗେଟରେ ତାଙ୍କ ନୂଆ କମ୍ପାନୀର ଭାରତୀୟ କର୍ମଚାରୀମାନେ ଆସିଛନ୍ତି।


Also Read: Uber: ପାସେଞ୍ଜରକୁ ୨୦ ହଜାର ଟଙ୍କା ଦେବ Uber, ଜାଣନ୍ତୁ କାରଣ


 ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଲୋନ ମସ୍କ, ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ସିଇଓ ପରାଗ ଅଗ୍ରୱାଲ, ଆଇନ, ନୀତି ଏବଂ ଟ୍ରଷ୍ଟର ମୁଖ୍ୟ ବିଜୟ ଗଡେ ଓ ମୁଖ୍ୟ ଆର୍ଥିକ ଅଧିକାରୀ ନେଡ୍ ସେଗାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଟ୍ୱିଟରରୁ ବିଦା ହୋଇଥିବା ବରିଷ୍ଠ କର୍ମଚାରୀମାନଙ୍କ ମଧ୍ୟରେ ଅନେକ ଭାରତୀୟ ଅଛନ୍ତି। ମସ୍କ ଓ ଟ୍ୱିଟର ମଧ୍ୟରେ ହୋଇଥିବା ଚୁକ୍ତି ଅବଧି ସରିବା ପରେ ନେଡ ସେହଗାଲ ଏବଂ ପରାଗ ଅଗ୍ରୱାଲ, ଟ୍ୱିଟରର ସାନ ଫ୍ରାନ୍ସିସ୍କୋ ମୁଖ୍ୟାଳୟରେ ଥିଲେ ବୋଲି ସୂତ୍ରରୁ ପ୍ରକାଶ। ପୂର୍ବରୁ ୭୫ ପ୍ରିତିଶତ ଟ୍ୱିଟର କର୍ମଚାରୀଙ୍କୁ ଛଟେଇ ଖବର ମିଥ୍ୟା ବୋଲି ଏଲୋନ ମସ୍କ କହିଥିଲେ।


ସୂଚନାଯୋଗ୍ୟ, ଏପ୍ରିଲ ୪ରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ ଏଲୋନ ମସ୍କ ଅଧିଗ୍ରହଣ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।ମସ୍କ ଘୋଷଣା କରିଥିଲେ ​​ଯେ, କମ୍ପାନୀରେ ତାଙ୍କର ୯.୨ ପ୍ରତିଶତ ଅଂଶଧନ ଅଛି, ଯାହା ତାଙ୍କୁ ସର୍ବ ବୃହତ ଅଂଶଧନକାରୀ କରିପାରିଛି। ସେ କହିଥିଲେ ଯେ, ଟ୍ୱିଟରରୁ ସ୍ପାମ୍ ଆକାଉଣ୍ଟ୍ ସଫା କରିବାକୁ ସେ ଯୋଜନା କରିଛନ୍ତି। କିନ୍ତୁ ଟ୍ୱିଟର ପକ୍ଷରୁ ସ୍ପଷ୍ଟ ତଥ୍ୟ ଦିଆଯାଇନଥିବା ଅଭିଯୋଗ କରି ସେ ଅଧିଗ୍ରହଣ ପ୍ରକ୍ରିୟାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଟାଣିଥିଲେ। ଏବେ ସେହି ସମୟ ଶେଷ ହୋଇଛି। ଆଶା କରାଯାଉଛି ଯେ, ଖୁବଶୀଘ୍ର ଟ୍ୱିଟରରେ ଅନେକ ସଂସ୍କାର ଆସିବ।