Uber: ପାସେଞ୍ଜରକୁ ୨୦ ହଜାର ଟଙ୍କା ଦେବ Uber, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1413127

Uber: ପାସେଞ୍ଜରକୁ ୨୦ ହଜାର ଟଙ୍କା ଦେବ Uber, ଜାଣନ୍ତୁ କାରଣ

Uber: ଉବେର (Uber) ଦେବ ଗ୍ରାହକଙ୍କୁ ୨୦ ହଜାର ଟଙ୍କା  । ଏ କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ  । କବିତା ଶର୍ମା (Kavita Sharma) ପେଶାରେ ଜଣେ ଆଇନଜୀବୀ । କବିତା ୨୦୧୮ ମସିହା, ୧୨ ଜୁନରେ ମୁମ୍ବାଇରୁ ଚେନ୍ନାଇକୁ ଯାତ୍ରା କରିବାର ଥିଲା । ତାଙ୍କ ଘର ଠାରୁ ବିମାନ ବନ୍ଦରର ଦୂରତା ୩୬ କିମି ହେବ । ଏନେଇ  ବିମାନ ବନ୍ଦରରେ ଠିକଣା ସମୟରେ ପହଞ୍ଚିବା ପାଇଁ ସେ ଉବେର ବୁକ କରିଥିଲେ। 

Uber: ପାସେଞ୍ଜରକୁ ୨୦ ହଜାର ଟଙ୍କା ଦେବ Uber, ଜାଣନ୍ତୁ କାରଣ

Uber: ଉବେର (Uber) ଦେବ ଗ୍ରାହକଙ୍କୁ ୨୦ ହଜାର ଟଙ୍କା  । ଏ କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ  । କାହିଁକିନା ଜଣେ ଗ୍ରାହକଙ୍କୁ ଠିକଣା ସମୟରେ ଠିକ୍ ସ୍ଥାନରେ ପହଞ୍ଚାଇବାରେ ବିଳମ୍ବ କରିଥିବାରୁ ୨୦ ହଜାର ଟଙ୍କା ଜରିମାନା ଗଣିତ ଉବେର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ ।

କଣ ଥିଲା ପୁରା ଘଟଣା ?

କବିତା ଶର୍ମା (Kavita Sharma) ପେଶାରେ ଜଣେ ଆଇନଜୀବୀ । କବିତା ୨୦୧୮ ମସିହା, ୧୨ ଜୁନରେ ମୁମ୍ବାଇରୁ ଚେନ୍ନାଇକୁ ଯାତ୍ରା କରିବାର ଥିଲା । ତାଙ୍କ ଘର ଠାରୁ ବିମାନ ବନ୍ଦରର ଦୂରତା ୩୬ କିମି ହେବ । ଏନେଇ  ବିମାନ ବନ୍ଦରରେ ଠିକଣା ସମୟରେ ପହଞ୍ଚିବା ପାଇଁ ସେ ଉବେର ବୁକ କରିଥିଲେ। ମୁମ୍ବାଇରୁ ତାଙ୍କ ବିମାନ ଛାଡିବାର ସମୟ ଥିଲା ସନ୍ଧ୍ୟା ୫ଟା ୫୦ ।  ଏନେଇ ସେ ୩.୨୯ ରେ ଏକ ଉବେର ବୁକ କରିଥିଲେ।  ବୁକିଂ କରିବା ପରେ କବିତା ଆନୁମାନିକ ସମୟ ଜାଣିବା ପାଇଁ ଡ୍ରାଇଭରଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ବାରମ୍ବାର କଲ କରିବା ପରେ ୧୪ ମିନିଟ ପରେ କ୍ୟାବ ତାଙ୍କ ପିକଅପ୍ କରିଥିଲା । 

ଅଭିଯୋଗ ଅନୁଯାୟୀ, ଡ୍ରାଇଭର ଏକ ଫୋନକଲରେ ଥିବାରୁ ଯାତ୍ରା ଆରମ୍ଭ କରିବାରେ ବିଳମ୍ବ କରିଥିଲେ। ସେ ତାଙ୍କର କଲ୍ ସମାପ୍ତ କରିବାର କିଛି ମିନିଟ୍ ପରେ ଯାତ୍ରା ଆରମ୍ଭ କରିଥିଲେ  । କବିତା ଆହୁରି ଦାବି କରିଛନ୍ତି ଯେ ସମସ୍ତ ବିଳମ୍ବ ସତ୍ତ୍ବେ ଡ୍ରାଇଭର ଗାଡି ପାଇଁ ସିଏନଜି କିଣିବା ପାଇଁ ସହରରେ କିଛି ସ୍ଥାନରେ ବୁଲିଥିଲା । ଫଳରେ ଆହୁରୀ ୧୫ରୁ ୨୦ ମିନିଟ୍ ବିଳମ୍ବ ହୋଇଥିଲା। 

ବୁକିଂ ସମୟରେ ଉବର ଆପ୍ ବିମାନବନ୍ଦରରେ ପହଞ୍ଚିବାର ଆନୁମାନିକ ସମୟ କବିତାଙ୍କୁ ସନ୍ଧ୍ୟା ୫ ଟା ଦର୍ଶାଇଥିଲା। କିନ୍ତୁ ଅଧିକ ବିଳମ୍ବ ହେତୁ କବିତା ସନ୍ଧ୍ୟା ପ୍ରାୟ ୫ଟା ୨୩ ମିନିଟ ସମୟରେ ଉବେର ତାଙ୍କୁ ବିମାନବନ୍ଦରରେ ପହଞ୍ଚିାଇ ଥିଲା।  ଶେଷରେ ତାଙ୍କ ଫ୍ଲାଇଟଟି ସେଠାରୁ ଚାଲି ଯାଇଥିଲା। ଏଥିସହ ଉବେର ଏହି ଯାତ୍ରା ପାଇଁ ତାଙ୍କୁ ୫୬୩ ଟଙ୍କା ଭଡା ଥିବା ବେଳେ ଡ୍ରାଇଭର ତାଙ୍କ ଠାରୁ ଅଧିକ ଚାର୍ଜ ଅର୍ଥାତ ୭୦୩ ଟଙ୍କା ଆଦାୟ କରିଥିଲା। 

କବିତା ଶର୍ମା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉବେର ଡ୍ରାଇଭରଙ୍କ ଅବହେଳା ଏବଂ ଅଣ-ବ୍ୟବସାୟିକ ଆଚରଣ ଯୋଗୁଁ ସେ ତାଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏବଂ ପରବର୍ତ୍ତୀ ବିମାନ ପାଇଁ ଅନ୍ୟ ଏକ ଟିକେଟ୍ କିଣିବାକୁ ପଡ଼ିଲା । ଏଥିସହ, ଯେତେବେଳେ ସେ ଉବେରକୁ ଏହି ଘଟଣା ବିଷୟରେ କହିଥିଲେ, ସେତେବେଳେ କମ୍ପାନୀ ୧୩୯ ଟଙ୍କା ଫେରସ୍ତ କରିଥିଲା । ଏନେଇ କବିତା ଉବେର କମ୍ପାନୀକୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ କିନ୍ତୁ ଏହାର ଉତ୍ତର ଆସି ନ ଥିଲା।

ପରେ ସେ ଥାନେ, ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ (District Consumer Disputes Redressal Commission) ଉବର ଇଣ୍ଡିଆ ବିରୋଧରେ ଅଭିଯୋଗ କରିଥିଲେ। ସଫ୍ଟୱେୟାର ମାଧ୍ୟମରେ ଗ୍ରାହକଙ୍କୁ ଡ୍ରାଇଭର ସହିତ ସଂଯୋଗ କରିବା ପାଇଁ ଉବରର ଦାବି ସତ୍ତ୍ବେ ଗ୍ରାହକ ଆୟୋଗ ଜାଣିବାକୁ ପାଇଲେ ଯେ କମ୍ପାନୀ ଆପର ପରିଚାଳନା ତଥା ଏହାର କାରବାର ଏବଂ ସେବା ଦାୟିତ୍ବରେ ଅଛି ଏବଂ ଏହା ଉତ୍ତରଦାୟୀ ହେବ। ଏହା ପରେ କୋର୍ଟ କବିତାଙ୍କୁ ୨୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ଉବର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି।