Blast in Firecracker Godown: ଆଉ କିଛି ଦିନ ପରେ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦିପାବଳୀ। ମାତ୍ର ଏହା ପୂର୍ବରୁ ଘଟିଯାଇଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ବାଣ ଗୋଦାମରେ ବିସ୍ଫୋରଣ ହେହାରୁ ମୋଟ ୨ ଶିଶୁଙ୍କ ସମେତ ମୋଟ ୪ ଜଣ ମୃତ୍ୟୁ ହୋଇଛି ମଧ୍ୟ ପ୍ରଦେଶ ମୁରୈନା ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏଠାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବାର ଖବର ମିଳିଛି। ବିସ୍ଫୋରଣ ଏତେ ବଡ ଥିଲା ଯେ ଯେଉଁ ଘରେ ବାଣ ରଖା ଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡି ପଡିଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ୨ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ମଧ୍ୟ ଅଛନ୍ତି। ଚାରିଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଗ୍ୱାଲିୟର (Gwalior) ପଠାଯାଇଛି। ଏନେଇ କୁହାଯାଉଛି ଘଟଣାସ୍ଥଳରେ ଆହୁରି ଲୋକ ଫସି ରହିପାରନ୍ତି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


ମଧ୍ୟ ପ୍ରଦେଶ (Madhya Pradesh) ମୁରୈନା ଜିଲ୍ଲାର (Madhya Pradesh) ବାନମୌର ସହରର ଜୟତପୁର ରୋଡ ଠାର ଘଟିଯାଇଛି ଏହି ଘଟଣା। ଏନେଇ କୁହାଯାଉଛି ଯେ ଯେଉଁ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି ତାହା ଏକ ଆବାସିକ ଅଞ୍ଚଳରେ (Resdential Area) ଅବସ୍ଥିତ। ଗୋଦାମରେ ବିସ୍ଫୋରଣ ହେବାପରେ ଆତଙ୍କ ଖେଳିଯାଇଛି। ଏହି ଘଟଣା ସମ୍ପର୍କରେ ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରେ ବିସ୍ଫୋରଣ ହୋଇଛି ସେଠାରେ କିଛି ଲୋକ ଭଡାରେ ମଧ୍ୟ ରହୁଥିଲେ। ପ୍ରଶାସନ ଏହି ଘରେ ରହୁଥିବା ଲୋକଙ୍କ ବିବରଣୀ ସଂଗ୍ରହ କରୁଛି। 


କେବଳ ମୁରୈନା ନୁହେଁ ଜବଲପୁର ଜିଲ୍ଲାରେ (Jabalpur District) ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଯେଉଁଠି ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଥିବାର ଖବର ମିଳିଛି। ଜବଲପୁର ଅଗ୍ନିଶମ ଅଧୀକ୍ଷକ ରାଜେନ୍ଦ୍ର ପଟେଲଙ୍କ ଅନୁଯାୟୀ ଦଶଟି ଦମକଳ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ନିକଟସ୍ଥ ଦୋକାନ ଏବଂ ଘର ସୁରକ୍ଷିତ କରାଯାଇଛି। ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣା ପଡି଼ନାହିଁ।