ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣ; ୪ ମୃତ, ୯ ଆହତ
ପୃଥକ ପୃଥକ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଆହତ ହୋଇଛନ୍ତି।
ନୂଆଦିଲ୍ଲୀ: ସୋମବାର କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁସ୍ଥିତ ମଗାଡି ରୋଡ ଠାରେ ଥିବା ଏମଏମ ଫ୍ରୁଡ କମ୍ପାନୀରେ ବଏଲର ବିସ୍ଫୋରଣ ହେବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମଧ୍ୟାନ୍ନ ସମୟରେ ଏହି ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଯେତେବେଳେ ଏହି ବିସ୍ଫୋରଣ ହୋଇଥିଲା ସେତେବେଳେ ୭ ଜଣ ଲୋକ କମ୍ପାନୀରେ କାମ କରୁଥିଲେ
ବଏଲର ବିସ୍ଫୋରଣ ବାବଦରେ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ। ନିଆଁକୁ ଆୟତ୍ତ କରିବା ପରେ ଘଟଣାସ୍ଥଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏନେଇ ଏକ ମାମଲା ଦାଏର କରାଯିବା ସହ ଏ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ।
Also Read: Side Effect of Taliban: ବିସ୍ଫୋରଣରେ ୬ ଚୀନୀ ଇଞ୍ଜିନିୟର ମୃତ
ଏ ଘଟଣାରେ ପ୍ରତିକ୍ରିୟା ରଖି ପଶ୍ଚିମ ବେଙ୍ଗାଲୁରୁ ଡିସିପି ସଞ୍ଜିବ ପାଟିଲ କହିଛନ୍ତି ଏମଏମ ଫ୍ରୁଡ କମ୍ପାନୀରେ ହୋଇଥିବା ବଏଲର ବିସ୍ଫୋରଣରେ ପ୍ରାଣ ହରାଇଥିବା ୨ ଜଣ ଶ୍ରମିକ ବିହାରର ବୋଲି ଜଣାପଡି଼ଛି। ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମତେ ମୋଟ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି ସମଗ୍ର ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଯାଇଥିବା ବେଳେ ମଧ୍ୟ ପ୍ରଦେଶରେ ଘଟିଥିବା ଘଟଣା ଶୋକର ଛାୟା ଖେଳାଇଦେଇଛି। ରାଜ୍ୟର ଛିନ୍ଦୱାଡା ଜିଲ୍ଲାରେ ହୋଇଥିବା ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ରକ୍ତର ବନ୍ୟା ହୋଇଯାଇଥିଲା।
Also Read: ଶିଆ ଶୋଭାଯାତ୍ରା ବେଳେ ବିସ୍ଫୋରଣ; ୫ ମୃତ, ୪୦ ଆହତ
ରବିବାର ଜିଲ୍ଲାର ଅବସ୍ଥିତ ଏକ ବେଲୁନ ଦୋକାନରେ ହୋଇଥିବା ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ ହୋଇଥିବା ୬ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଆହତଙ୍କୁ ତତ୍କାଳ ଛିନ୍ଦୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଏନେଇ ଖବର ମିଳିବା ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପ୍ରଶାସନ।