F-35 Plane Crash: ଡିସେମ୍ବର ୧୫ ତାରିଖ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାସ୍ଥିତ ଜେଟ ନାଭାଲ ଏୟାର ଷ୍ଟେସନ ଜଏଣ୍ଟ ରିଜର୍ଭ ଟେକ୍ସାସ ବେସ ଠାରେ ଏକ F-35 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଶୀକାର ହୋଇଥିବା ଏହି ବିମାନ ହେଉଛି ଆମେରିକା ସେନାର ପଞ୍ଚମ ପିଢିର ଯୁଦ୍ଧ ବିମାନ। ଦୁର୍ଘଟଣାଗ୍ରସ୍ତ ବିମାନ ଜେଟ ନାଭାଲ ଏୟାର ଷ୍ଟେସନ ଜଏଣ୍ଟ ରିଜର୍ଭ ବେସ ଫୋର୍ଟ ୱର୍ଥ ନିକଟରେ ଉଡୁଥିଲା। ଉଡାଣ ବେଳେ ବିମାନ ଚାଳକ ହଠାତ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହା ଫଳରେ ଚାଳକ ବିମାନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଯଦିଓ ଏହି ଘଟଣାର ଚାଳକ ବିମାନରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବାହାରି ଆସିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ଯୁଦ୍ଧ ବିମାନ  ନିର୍ମାଣ କରିଥିବା ଲକହିଡ୍ ମାର୍ଟିନ୍ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। ଡାଲାସ ଠାରେ KTVT-TV ଦ୍ୱାରା ଅନଲାଇନ ପୋଷ୍ଟ କରାଯାଇଥିବା ଭିଡିଓ ଅନୁଯାୟୀ ବିମାନ ପରୀକ୍ଷଣ ପାଇଁ ଉଡ଼ାଣ ଭରିଥିଲା। ରନୱେ ଠାରେ ଅବତରଣ କରିବା ମାତ୍ରେ ବିମାନକୁ ଜୋରରେ ଝଟକା ଲାଗିଥିଲା। ଏହାର କିଛି ସମୟ ପରେ ପାଇଲଟ୍ ବିମାନରୁ ବାହାରକୁ ବାହାରି ଆସିଥିଲେ। ଏହି ଘଟଣା ଭିଡିଓ ମଧ୍ୟ ଭାଇରାଲ ହୋଇଛି। ୟେଉଁଥିରେ ଦେଖିବାକୁ ମିଳୁଛି ଯେ F-35 ଯୁଦ୍ଧ ବିମାନ ଅନିୟନ୍ତ୍ରିତ ଭାବେ ଗତି କରିଥିଲା।  ହେଲେ ବିମାନରେ ନିଆଁ ନଥିଲା।



 


Also Read: USA: ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ


F-35 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକ ପ୍ରତିକ୍ରିୟା ମୁଖ୍ୟାଳୟ ପେଣ୍ଟାଗନ ପ୍ରବକ୍ତା ଜେନେରାଲ ପୈଟ ରାଇଡର। ଏନେଇ ସେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ F-35 ବିମାନ ଏପର୍ଯ୍ୟନ୍ତ ସରକାରୀ ଭାବେ ହସ୍ତାନ୍ତର ହୋଇନାହିଁ। ଫୋର୍ଟ ୱର୍ଥ ଠାରେ ସ୍ଥଳ ସେନା, ନୌସେନା, ବାୟୁସେନା ଏବଂ ସାମୁଦ୍ରିକ ସଂରକ୍ଷଣ କର୍ମଚାରୀଙ୍କ ପାଇଁ ସୁବିଧା ରହିଛି। ଫୋର୍ଟ ୱର୍ଥ ନୌସେନା ରିଜର୍ଭ ଦ୍ୱାରା ପରିଚାଳିତ ଏବଂ ବାୟୁସେନାର ଦଶମ ଶାଖା ସେଠାରେ ଅବସ୍ଥିତ।  


Also Read: Shocking News: ବିମାନ ପାଇଁ ୯୦ ହଜାର ଘର ହୋଇଗଲା ଅନ୍ଧାର, ଜାଣନ୍ତୁ କିପରି


F-35 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାକୁ  ନେଇ ପ୍ରତିକ୍ରିୟା ରଖିଛି ଏହାର ନିର୍ମାତା ଲକହିଡ୍ ମାର୍ଟିନ୍। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଫୋର୍ଟ ୱର୍ଥ ନାଭାଲ୍ ଏୟାର ଷ୍ଟେସନ୍ ଜିଏଣ୍ଟ ରିଜର୍ଭ ବେସ ରନୱେ ଠାରେ F-35B ବିମାନ ଦୁର୍ଘଟଣା ବିଷୟରେ ଆମେ ଅବଗତ ରହିଛୁ। ଏହି ଘଟଣାରେ ପାଇଲଟ୍ ସଫଳତାର ସହ ବିମାନରୁ ବାହାରି ଆସିଛନ୍ତି। ସୁରକ୍ଷା ହେଉଚି ଆମର ପ୍ରାଥମିକତା। ଆମେ ସଠିକ୍ ଅନୁସନ୍ଧାନ ପ୍ରୋଟୋକଲ୍ ଅନୁସରଣ କରିବୁ।