USA: ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ
Advertisement

USA: ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ


Texas Two Planes Collide: ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପ୍ରାୟ ୪୦ ଖଣ୍ଡ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଏୟାର ସୋ କାର୍ଯ୍ୟକ୍ରମ ବେଳେ କିପରି ଏତେ ବଡ ଭୁଲ ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପେସାଦାର ପାଇଲଟ କିପରି ଏତେ ବଡ ଭୁଲ୍ କଲେ। 

USA:  ଏୟାର ସୋ କାର୍ଯ୍ୟକ୍ରମ ବେଳେ ପରସ୍ପର ସହ ପିଟି ହେଲେ ୨ ବିମାନ

USA Plane Collision: ଏୟାର ସୋ ବେଳେ ପରସ୍ପର ସହ ପିଟି ହୋଇଛନ୍ତି ୨ ବିମାନ। ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ପ୍ରଦେଶରେ ଘଟିଯାଇଛି ଏଭଳି ଘଟଣା। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆକାଶରେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଏହି ଦୁଇଟି ବିମାନ ହେଉଛି ଭିଣ୍ଟେଜ୍ ସାମରିକ ବିମାନ। ଯାହା ଟେକ୍ସାସ ପ୍ରଦେଶର ଡାଲାସ୍ ସହରରେ ଆୟୋଜିତ ହେଉଥିବାକୁ ଏୟାର ସୋ କାର୍ଯ୍ୟକ୍ରମେରେ ଯୋଗଦେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ଉଭୟ ବିମାନ ଆକାଶରେ ମୁହାଁମୁହିଁ ହୋଇଥିଲେ।

ଗତ ଶନିବାର ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟେକ୍ସାସସ୍ଥିତ ଡଲାସ ସହରରେ (Dallas City of Texas) ଭିଣ୍ଟେଜ୍ ଏୟାର ସୋ (Vintage Air Show ) ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଏକ ବୋଇଙ୍ଗ ବି-୧୭ ବିମାନ (Boeing B-17 Aircraft) ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲା। ଯେତେବେଳେ ଏହି ଷ୍ଟଣ୍ଟ ଚାଲିଥିଲା ସେତେବେଳେ ହଠାତ୍ ବେଲ ପି-୬୩ (Bell P-63 Plane) ନାମକ ଅନ୍ୟ ଏକ ବିମାନ ଏହି ବିମାନ ନିକଟରେ ଆସି ପହଞ୍ଚିଥିଲା। କେହି କିଛି ବୁଝିବା ପୂର୍ବରୁ ଉଭୟ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇ ପିଟାପିଟି ହୋଇ ଯାଇଥିଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପ୍ରାୟ ୪୦ ଖଣ୍ଡ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ୨ ବିମାନରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଲୋକ ଥିଲେ। ଏହି ଘଟଣାରେ ଏହି ସମସ୍ତ ୬  ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।

Also Read: Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଏହି ବିମାନ ଦୁର୍ଘଟଣାର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଦୁଇଟି ବିମାନକୁ ଆକାଶରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳୁଛି। ଉଭୟ ବିମାନ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ। ଯେତେବେଳେ ହଠାତ୍ ସେମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ସେତେବେଳେ ପରସ୍ପର ସହ ପିଟାପିଟି ହୋଇଯାଇଥିଲେ। ଏହା ପରେ କଳା ଧୂଆଁ ଆକାଶରେ ବ୍ୟାପି ଯାଇଥିଲା। ସଂଘୀୟ ବିମାନ ପ୍ରଶାସନ (Federal Aviation Administration) ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (National Transportation Safety Board) ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଏୟାର ସୋ କାର୍ଯ୍ୟକ୍ରମ ବେଳେ କିପରି ଏତେ ବଡ ଭୁଲ ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପେସାଦାର ପାଇଲଟ କିପରି ଏତେ ବଡ ଭୁଲ୍ କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ର ଦେଶ ଜର୍ମାନୀକୁ ପରାସ୍ତ କରିଥିବା ବିମାନ, କିପରି ବେପରୁଆ ଭାବେ ଧକ୍କା ହେଲା? ଏହି ପ୍ରଶ୍ନର ଶୀଘ୍ର ଉତ୍ତର ମିଳିପାରେ। କାରଣ ଆମେରିକୀୟ ସଂଘୀୟ ବିମାନ ପ୍ରଶାସନ ଏହାର ତଦନ୍ତ ଆରମ୍ଭ କରିଛି।