ପ୍ରକାଶ ପରିଡା, ନୂଆଦିଲ୍ଲୀ: Farmer Protest: କୃଷକ ଆନ୍ଦୋଳନକୁ ନେଇ ମୁହାଁମୁହିଁ ପଞ୍ଜାବ (Punjab) ଓ ହରିୟାଣା (Haryana) ମୁଖ୍ୟମନ୍ତ୍ରୀ । ହରିୟାଣା ସୀମାରେ କୃଷକଙ୍କୁ (Farmer Protest) ଅଟକ ରଖାଯିବାକୁ ଅସାମ୍ବିଧାନିକ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab ChiefMinister) ଅମରିନ୍ଦର ସିଂହ (Amarinder Singh) କହିଥିବାବେଳେ କୃଷକଙ୍କୁ ଭୁଲ ତଥ୍ୟ ଦେଇ ଆଇନ ବିରୋଧରେ ଉସୁକାଇବା ବନ୍ଦ କରିବାକୁ ଚେତାବନୀ ଶୁଣାଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ (Haryana ChiefMinister) ମନୋହରଲାଲ ଖଟ୍ଟର (Manoharlal Khattar) ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି!


ନୂଆ କୃଷି ଆଇନ (Agriculture Law) ବିରୋଧରେ ଦିନକୁ ଦିନ ତେଜୁଛି ପଞ୍ଜାବ କୃଷକ ଆନ୍ଦୋଳନ (Punjab Farmer Protest) । ଦିଲ୍ଲୀ ମୁହାଁ କୃଷକଙ୍କ ଦଳକୁ ହରିୟାଣା ସୀମାରେ ଅଟକ ରଖାଯାଇଛି  । ହରିୟାଣା (Haryana) ସମେତ ଦିଲ୍ଲୀ (Delhi) ଓ ଉତ୍ତର ପ୍ରଦେଶ  (Uttarpradesh) ସୀମାକୁ ମଧ୍ୟ ସିଲ୍ କରାଯାଇଛି । ହରିୟାଣା ସୀମାରେ କୃଷକମାନେ ପୋଲିସ ଉପରେ ପଥର ଫିଙ୍ଗିବା ପରେ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଅମ୍ବାଲା ପଟିଆଲା ବର୍ଡରରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଶକ୍ତି ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ଏହାସହିତ କୃଷକଙ୍କ ସମର୍ଥନରେ ଦିଲ୍ଲୀ ଆସୁଥିବା ମେଧା ପାଠେକରଙ୍କୁ ମଧ୍ୟ ଉତ୍ତର ପ୍ରଦେଶ ସୀମାରେ ଅଟକ ରଖିଛି ପୋଲିସ ।


ଆସନ୍ତା ଡିସେମ୍ବର ୩ରେ କୃଷିନେତାଙ୍କ ସହ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଦେଶରେ କୃଷକ ମାନଙ୍କ ସ୍ୱାର୍ଥ ପୂରଣ ପାଇଁ ଆଇନ ଅଣାଯାଇଛି । ରାଜନୈତିକ କାରଣରୁ କୃଷକମାନଙ୍କୁ ପଞ୍ଜାବ ସରକାର ଉସୁକାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ପଞ୍ଜାବ କୃଷକଙ୍କ ଦିଲ୍ଲୀ ଚଲୋ ଡାକରାର ପ୍ରଭାବ । କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାକୁ ମଧ୍ୟ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ଡ୍ରୋନ ମାଧ୍ୟମରେ ନଜର ରଖିଛି ପୋଲିସ । ଆଲୋଚନା ପାଇଁ ତାରିଖ ଘୋଷଣା ପରେ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ କୃଷକମାନେ ଦାବି ଦୋହରାଉଛନ୍ତି ।  


ଅଧିକ ପଢନ୍ତୁ:ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍


ନୂଆ କୃଷି ଆଇନ ବିରୋଧରେ ପଞ୍ଜାବର ହଜାର ହଜାର କୃଷକ ଦଲ୍ଲୀ ମାର୍ଚ୍ଚ ଜାରି ରଖିଛନ୍ତି । ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ଓ ହରିୟାଣା ସୀମାରେ ବହୁ ସଂଖ୍ୟକ ପୋଲିସଙ୍କୁ ମୁତୟନ କରାଯାଇଛି । କୃଷକ ଆନ୍ଦୋଳନ ଓ ସୀମାରେ କୃଷକଙ୍କୁ ଅଟକ ରଖାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ । ଜନତାଙ୍କୁ ସମସ୍ୟା ନହେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ସେ କହିଛନ୍ତି ।


କୃଷି ଆଇନ ବିରୋଧରେ ପଞ୍ଜାବ ସମେତ ଦେଶର କିଛି ସ୍ଥାନରେ ଆନ୍ଦୋଳନ କରୁଛନ୍ତି କୃଷକ । ପଞ୍ଜାବ ଓ ହରିୟାଣାରୁ ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ଅଭିମୂଖେ ବାହାରିଛନ୍ତି । କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଓ ପଡୋଶୀ ରାଜ୍ୟରେ ବିଭିନ୍ନ ସେବାକୁ ନେଇ ଜରୁରୀ ପରିବର୍ତ୍ତନ କରାଯାଇଛି । ରେଳ ମନ୍ତ୍ରାଳୟ ପକ୍ଷରୁ ଅମୃତସରକୁ ଆସୁଥିବା ଓ ଯାଉଥିବା ୧୨ ଟ୍ରେନକୁ ବାତିଲ କରାଯାଇଛି  । ଏହାସହିତ ଅମୃତସର ରୁଟରେ ଆସୁଥିବା ୯ଟି ଟ୍ରେନର ସମୟ ଓ ଷ୍ଟେସନ ପରିବର୍ତ୍ତନ ହୋଇଛି ।


ଅଧିକ ପଢନ୍ତୁ: ଫୁଟବଲ ଜଗତର ବିବାଦୀୟ କିମ୍ବଦନ୍ତୀ ମାରାଡୋନା


କୃଷକ ଆନ୍ଦୋଳନକୁ ଦୃଷ୍ଚିରେ ରଖି ଦିଲ୍ଲୀରେ ମେଟ୍ରୋ ସେବାରେ କିଛି ଲାଇନରେ ନିର୍ଦ୍ଦେଶନାମା ଜାରି ହୋଇଛି । ଗୁରୁବାର କୌଣସି ଟ୍ରେନ ଦିଲ୍ଲୀରୁ ବାହାରକୁ ଯାଇନାହିଁ । ବାହାରୁ କୌଣସି ମେଟ୍ରୋକୁ ଦିଲ୍ଲୀ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏହାସହିତ ଦିଲ୍ଲୀର ୧୨ଟି ମେଟ୍ରୋ ଷ୍ଟେସନରେ ବାହାରକୁ ଯାତ୍ରୀଙ୍କୁ ବାହାରିବା ପାଇଁ ବାରଣ କରାଯାଇଛି ।