ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି!
Advertisement
Article Detail0/zeeodisha/odisha794057

ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି!

West Bengal Assembly Election 2021: ସୌଗତ ରୟ (TMC MP Saugata Roy) କହିଛନ୍ତି ଯେ ସୌରଭ ଗାଙ୍ଗୁଲି (Sourav Ganguly) ହେଉଛନ୍ତି ସମସ୍ତ ବଙ୍ଗୀୟମାନଙ୍କ ପାଇଁ ଏକ ଆଇକନ୍ । ଯଦି ସେ ରାଜନୀତିରେ ପ୍ରବେଶ କରନ୍ତି ତେବେ ମୁଁ ଖୁସି ହେବି ନାହିଁ ।

ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି!

ନୂଆଦିଲ୍ଲୀ: West Bengal Assembly Election 2021: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି (BJP) । ଦୀର୍ଘ ଦିନ ଧରି ଅନୁମାନ କରାଯାଉଛି ଯେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ରାଜନୀତିରେ ପ୍ରବେଶ କରିବେ ଏବଂ ସେ ବିଜେପିରେ ସାମିଲ ହେବେ । ଏହି କଳ୍ପନା ଜଳ୍ପନା ଉପରେ ତୃଣମୂଳ କଂଗ୍ରେସ (TMC)  ତରଫରୁ ବର୍ତ୍ତମାନ ପ୍ରତିକ୍ରିୟା ଆସିଛି । ଟିଏମସି ସାଂସଦ ସୌଗତ ରୟ (TMC MP Saugata Roy) କହିଛନ୍ତି ଯେ ଯଦି ସୌରଭ ଏଭଳି ନିଷ୍ପତ୍ତି ନିଅନ୍ତି ତେବେ ସେ ଅତ୍ୟନ୍ତ ଦୁଃଖିତ ହେବେ ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

ସୌଗତ ରୟ (TMC MP Saugata Roy) କହିଛନ୍ତି ଯେ ସୌରଭ ଗାଙ୍ଗୁଲି (Sourav Ganguly) ହେଉଛନ୍ତି ସମସ୍ତ ବଙ୍ଗୀୟମାନଙ୍କ ପାଇଁ ଏକ ଆଇକନ୍ । ଯଦି ସେ ରାଜନୀତିରେ ପ୍ରବେଶ କରନ୍ତି ତେବେ ମୁଁ ଖୁସି ହେବି ନାହିଁ । ସେ ବଙ୍ଗଳାର ଏକମାତ୍ର କ୍ରିକେଟ୍ ଅଧିନାୟକ ଥିଲେ, ଟିଭି ଶୋ' ଯୋଗୁଁ ମଧ୍ୟ ସେ ବିଖ୍ୟାତ । ରାଜନୀତିରେ ତାଙ୍କର କୌଣସି ପୃଷ୍ଠଭୂମି ନାହିଁ, ତେଣୁ ସେ ଏଠାରେ ତିଷ୍ଠି ପାରିବେ ନାହିଁ ।

ଟିଏମସି ସାଂସଦ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ଦେଶ ତଥା ଗରିବ ଲୋକଙ୍କ ସମସ୍ୟା ବିଷୟରେ ଜାଣି ନାହାଁନ୍ତି କିମ୍ବା ଦାରିଦ୍ର ତଥା ଶ୍ରମିକଙ୍କ ସମସ୍ୟା ବିଷୟରେ ମଧ୍ୟ ଜାଣି ନାହାଁନ୍ତି । ବିଜେପିକୁ କଟାକ୍ଷ କରି ସୌଗତ ରୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର କୌଣସି ପ୍ରାର୍ଥୀ ନାହାଁନ୍ତି, ସେଥିପାଇଁ ସେ ଏଭଳି ପ୍ରଚାର କରୁଛି ।

ଅଧିକ ପଢ଼ନ୍ତୁ:-ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ବାସ୍ତବରେ, ବର୍ତ୍ତମାନ ବିଜେପି ପକ୍ଷରୁ କୁହାଯାଇଛି ଯେ ସେ ବିନା ଚେହେରାରେ ବଙ୍ଗଳା ନିର୍ବାଚନକୁ ଓହ୍ଲାଇବ । କିନ୍ତୁ ଦୀର୍ଘ ଦିନ ଧରି ସୌରଭ ଗାଙ୍ଗୁଲି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହାର କୌଣସି ନିଶ୍ଚିତତା ନାହିଁ ।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ବେଙ୍ଗଲରେ ଥିବାବେଳେ ତାଙ୍କୁ ମଧ୍ୟ ଏ ବିଷୟରେ ପଚରାଯାଇଥିଲା । କିନ୍ତୁ ଅମିତ ଶାହ ଏହାର ଉତ୍ତର ଦେଇନଥିଲେ ଏବଂ କହିଥିଲେ ଯେ ଏପର୍ଯ୍ୟନ୍ତ ଏପରି କୌଣସି କଥା ହୋଇନାହିଁ, ଯେତେବେଳେ ବି ନିଷ୍ପତ୍ତି ନିଆଯିବ, ସୂଚନା ଦିଆଯିବ ।

ଅଧିକ ପଢ଼ନ୍ତୁ:-ଅମିତ ଶାହଙ୍କୁ ନେଇ ଏମିତି କହିଲେ ମମତା ବାନାର୍ଜୀ

ରାଜନୀତିରେ ତାଙ୍କର ଏଣ୍ଟ୍ରିକୁ ନେଇ କଳ୍ପନାଜଳ୍ପନାକୁ ନିଜେ ସୌରଭ ଗାଙ୍ଗୁଲି ଖାରଜ କରିଆସୁଛନ୍ତି । ଆପଣଙ୍କୁ କହ ରଖୁଛୁ ଯେ ମେ ୨୦୨୧ରେ ବଙ୍ଗଳାରେ ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇ ଜାରି ରହିଛି ।