ଫୁଟବଲ ଜଗତର ବିବାଦୀୟ କିମ୍ବଦନ୍ତୀ ମାରାଡୋନା
ରେକର୍ଡ ପାଇଁ ଯେତିକି ଚର୍ଚ୍ଚାରେ ଥିଲେ ତାଠାରୁ ଅଧିକ ବିବାଦୀୟ ମଧ୍ୟ ଥିଲେ। ତେବେ ଆସନ୍ତୁ ଜାଣିବା ମାରାଡୋନାଙ୍କ କିଛି କାରନାମା ଉପରେ...
ମାରାଡୋନା କୋବଳ ଗୋଟିଏ ନାଆ ନୁହେଁ, ଏହା ଫୁଟବଲ ଜଗତର ଏକ ପ୍ରେରଣା। ଏହି ଫୁଟବଲର ଭଗବାନ ବୋଲାଉଥିବା ମହାମାନବ ଆଜି ଆମ ଗହଣରେ ନାହାନ୍ତି। ଗତ ନଭେମ୍ବର ୨୫ ତାରିଖରେ ଆର୍ଜେଣ୍ଟିନାର ନିଜ ହୋମ ଟାଉନରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ୬୦ ବର୍ଷୀୟ ଫୁଟବଲ ଲିଜେଣ୍ଟ ଡିଆଗୋ ମାରାଡୋନାଙ୍କ ନିଧୟ ହୋଇଥିବା ସୂଚନା ମିଳିଛି। ତେବେ ରେକର୍ଡ ପାଇଁ ଯେତିକି ଚର୍ଚ୍ଚାରେ ଥିଲେ ତାଠାରୁ ଅଧିକ ବିବାଦୀୟ ମଧ୍ୟ ଥିଲେ। ତେବେ ଆସନ୍ତୁ ଜାଣିବା ମାରାଡୋନାଙ୍କ କିଛି କାରନାମା ଉପରେ...
ଇଂଲଣ୍ଡ ବିପକ୍ଷ ଗୋଲ (ହ୍ୟାଣ୍ଡ ଅଫ୍ ଗଡ୍)

୧୯୮୬ରେ ପ୍ରଥମ ଥର ବିବାଦକୁ ଆସିଥିଲେ ଆର୍ଜେଣ୍ଟିନା ଫୁଟବଲ ଦଳର କ୍ୟାପଟେନ ଡିଆଗୋ ମାରାଡୋନା। ଇଂଲଣ୍ଡ ବିପକ୍ଷରେ ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ମାରାଡୋନା କରିଥିବା ପ୍ରଥମ ଗୋଲକୁ ନେଇ ବିବାଦ ଉପୁଜିଥିଲା। ସେ ହାତରେ ଗୋଲ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ରେଫେରି ତାକୁ ଜାଣିପାରି ନଥିଲେ। ଫଳରେ ତାହା ଗୋଲରେ ପରିଣତ ହେଲା ଆଉ ଆର୍ଜେଣ୍ଟିନା ୧୯୮୬ ବିଶ୍ୱକପ ଚମ୍ପିଆନ ହେଲା।
ମେସିଙ୍କୁ ଦେଇଥିଲେ ଚେତାବନୀ

କୁହାଯାଏ ମାରାଡୋନା ଏବଂ ଲିଓନେଲ ମେସିଙ୍କ ମଧ୍ୟରେ ଅହି ନକୂଳ ଭଳି ସମ୍ପର୍କଥିଲା। ଖେଳକୁନେଇ ମେସିଙ୍କୁ ମାରାଡୋନା ସବୁବେଳେ ଟାର୍ଗେଟ କରୁଥିଲେ। କିନ୍ତୁ ତାହା ନକରାତ୍ମକ ନୁହେଁ ସକରାତ୍ମକ ଥିଲା। ଆର୍ଜେଣ୍ଟିନା ୨୦୧୪ ବିଶ୍ୱକପ୍, ୨୦୧୫ କୋପା ଆମେରିକା ଫାଇନାଲରେ ପରାସ୍ତ ହୋଇଥିଲା। ଯହାକୁ ନେଇ ମେସିଙ୍କ ଉପରେ ଚିଡି ଯାଇଥିଲେ ମାରାଡୋନା। ସେଥିପାଇଁ ୨୦୧୬ରେ ଟ୍ରଫି ନ ଆଣିଲେ ଫେରନ୍ତୁ ନାହି ବୋଲି ସେ ମେସିଙ୍କୁ କହିଥିଲେ।
ମେସିଙ୍କ ବକ୍ତିତ୍ୱକୁ ନେଇ ଉଠାଇଥିଲେ ପ୍ରଶ୍ନ

ଏକାଧିକ ବାର ଡିଆଗୋ ମାରାଡୋନାଙ୍କ ଟାର୍ଗେଟକୁ ଆସିଛନ୍ତି ଲିଓନେଲ ମେସି। ତେବେ ଅନ୍ୟତମ ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ସହ ଆଲୋଚନା ବେଳେ ମାରାଡୋନା ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ ଯେ, ନିଶ୍ଚିତ ଭାବେ ମେସି ଜଣେ ଭଲ ଖେଳାଳି। କିନ୍ତୁ ତାଙ୍କ ଠାରେ ବ୍ୟକ୍ତିତ୍ୱ ନାହିଁ। ମେସିଙ୍କ ନିକଟରେ ନେତୃତ୍ୱ ନେବାର ଯୋଗ୍ୟତା କମ୍ ଅଛି ବୋଲି ମାରାଡୋନା କହିଥିଲେ।
ସାମ୍ବାଦିକଙ୍କୁ ଚାପୁଡା ମାରିଥିଲେ

ପ୍ରଶଂସକଙ୍କୁ ମାରିଥିଲେ ଲାତ

ଗ୍ରାଉଣ୍ଡରେ ଅଶ୍ଳୀଳ ଅଙ୍ଗୁଳି ନିର୍ଦ୍ଦେଶ
