ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ୩୧ ଦିନରେ ପହଞ୍ଚିଛି ନୂଆ କୃଷି ଆଇନ ବିରୋଧୀ ଆନ୍ଦୋଳନ। କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ମିଳିପାରିନାହିଁ। ତେବେ ଆସନ୍ତା ୨୯ ତାରିଖରେ ପୁଣି ଉଭୟ ପକ୍ଷ ମଧ୍ୟରେ ବୈଠକ ବସିବ। ଏହି ସପ୍ତମ ପର୍ଯ୍ୟାୟ ଆଲୋଚନାରେ କୌଣସି ସମାଧାନର ବାଟ ବାହାରିବ ବୋଲି ବିଶ୍ୱାସ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଶେଷରେ ନରମିଛନ୍ତି ଆନ୍ଦୋଳନକାରୀ ଅନ୍ନଦାତା (Farmers protest)। କେନ୍ଦ୍ର ସରକାର ଦେଇଥିବା ଆଲୋଚନା ପ୍ରସ୍ତାବକୁ କୃଷକ ସଙ୍ଗଠନ (Farmer Union) ପକ୍ଷରୁ ଗ୍ରହଣ କରାଯାଇଛି। ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ବିଜ୍ଞାନ ଭବନରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ। ଏଥିପାଇଁ କୃଷକମାନେ କୃଷି ଆଇନ (Farm Act) ରଦ୍ଦ, MSP ଗ୍ୟାରେଣ୍ଟି ସହିତ ୪ଟି ପ୍ରମୁଖ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି।


Also Read: ନୂଆ କୃଷି ଆଇନକୁ ନିଆରା ବିରୋଧ; ୧୧ ଏକର ଫସଲରେ ଟ୍ରାକ୍ଟର ଚଢାଇଦେଲେ କୃଷକ


କୃଷକ ଆନ୍ଦୋଳନ ଯୋଗୁଁ ଶନିବାର ସକାଳେ ଦିଲ୍ଲୀ-ମେରଟ ଓ ଦିଲ୍ଲୀ- ଜୟପୁର ରାସ୍ତା ଜାମ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି କିଛି ସ୍ଥାନରେ ଜରୁରୀ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ପଞ୍ଜାବ (Punjab) ରୁ ପୁଣି ବହୁ ସଂଖ୍ୟାରେ କୃଷକ ଟ୍ରାକ୍ଟରରେ ଦିଲ୍ଲୀ (Delhi)  ଅଭିମୁଖେ ବାହାରିଛନ୍ତି। ଗାଜିପୁର, ସିଙ୍ଘୁ, ସାହଜାଁପୁର ଓ ମୁରାଦାବାଦ ସୀମାରେ ହଜାର ହଜାର ସଂଖ୍ୟକ କୃଷକ ପହଞ୍ଚିଛନ୍ତି। 


ସେପଟେ କୃଷକ ଆନ୍ଦୋଳନରେ ଦେଶବିରୋଧୀ ଶକ୍ତି ସକ୍ରୀୟ ହେଉଥିବା BJP ଅଭିଯୋଗ କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ (PM Modi) ଙ୍କ ଅପିଲ ପରେ କୃଷକଙ୍କ ଆଭିମୁଖ୍ୟ ନରମ ହୋଇଛି। ତେବେ ଖୁବଶୀଘ୍ର କୃଷକ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସମ୍ଭାବନା ରହିଛି।