କାନପୁର: ଦିନକୁ ଦିନ ଦେଶରେ ବଢିଚାଲିଛି ଲେମ୍ବୁ ଦର। ଖରା ଦିନ ଆରମ୍ଭ ହୋଇଯାଇଥିବାରୁ ଏବେ ଲେମ୍ବୁ ଚାହିଦା ମଧ୍ୟ ବଢିବାରେ ଲାଗିଛି। ଲେମ୍ବୁ ପାଇଁ ପରିସ୍ଥିତି ଏପରି ହେଲାଣି ଯେ ବର୍ତ୍ତମାନ ଲେମ୍ବୁ ଚାଷ କରାଯାଉଥିବା ବଗିଚାର ସୁରକ୍ଷା ଦାୟିତ୍ୱରେ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବାକୁ ପଡ଼ିଛି। ଉତ୍ତର ପ୍ରଦେଶର କାନପୁର ଜିଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।   


COMMERCIAL BREAK
SCROLL TO CONTINUE READING

ଜିଲ୍ଲାରେ ଲେମ୍ବୁ ଚାଷ କରାଯାଉଥିବା ବଗିଚାର ସୁରକ୍ଷା ଦାୟିତ୍ୱରେ ଲାଠି ଧାରୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏଠାରେ ନିୟୋଜିତ ହୋଇଥିବା ସିକ୍ୟୁରିଟି ଗାର୍ଡ ଦିନ ରାତି ଏକ କରି ବଗିଚା ସୁରକ୍ଷା ଦାୟିତ୍ୱରେ ଲାଗି ପଡ଼ିଛନ୍ତି।  


କାନପୁର ଜିଲ୍ଲାର ବିଠୁର ଅଞ୍ଚଳରେ ଅବସ୍ଥିତ ଲେମ୍ବୁ ବଗିଚାରେ ଦେଖିବାକୁ ମିଳିଛି ଲୁଟେରା ଆତଙ୍କ। ଦିନ ରାତି ୨୪ ଘଣ୍ଟା ଲେମ୍ବୁ ବଗିଚା ଜଗି ରହୁଛନ୍ତି ସିକ୍ୟୁରିଟି ଗାର୍ଡ। ଯଦି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଥିବା ଗ୍ରାମାଞ୍ଚଳ କଥା କୁହାଯାଏ ତାହେଲେ ଚୌବେପୁର, ବିଠୁର, କାଟରି, ଏବଂ ମନ୍ଧାନା ଚାରିପାଖରେ ପ୍ରାୟ ୨୦୦ ବିଘା ଜମିରେ ଲେମ୍ବୁ ବଗିଚା ରହିଛି। ଏଠାକାର ଲୋକଙ୍କ କହିବା କଥା ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ମାଲିକଙ୍କୁ ଲେମ୍ବୁ ବଗିଚା ଜଗିବା ପାଇଁ ରାତିରେ ଜାଗ୍ରତ ରହିବାକୁ ପଡୁଛି। 


Also Read: ୪୦୦ ଟଙ୍କା କିଲୋ ଟପିଲା ଲେମ୍ବୁ ଦର, ଆଗକୁ ଆହୁରି ବଢ଼ିବ ଦାମ


ବର୍ତ୍ତମାନ ଲେମ୍ବୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଏବେ ସାଧାରଣ କଥା ହୋଇ ରହିନାହିଁ। ଲେମ୍ବୁ ବଗିଚା ମାଲିକ ପ୍ରତ୍ୟେକ ଗଛରେ ଲେମ୍ବୁ ଗଣନା କରିବା ସହ ଏହାର ହିସାବ ରଖୁଛନ୍ତି। ଏପରିକି ଲେମ୍ବୁ ଡକାୟତି ଘଟଣାର ଏଫଆଇଆର ଲେଖାଯାଇଛି। ଲେମ୍ବୁ ଲୁଟ୍ ରୋକିବା ପାଇଁ ପୋଲିସ ପାଟ୍ରୋଲିଂ କରୁଛି। ଏହି ସମୟରେ, ଏକ ଛୋଟ ଲେମ୍ବୁର ମୂଲ୍ୟ ପ୍ରାୟ ୧୦ ଟଙ୍କା ରହିଥିବା ବେଳେ ଏବଂ କେତେକ ସ୍ଥାନରେ ଏହା ୧୫ ଟଙ୍କା ରହିଛି। ଅନ୍ୟ ପଟେ ଯଦି ଏହାର ଓଜନ କଥା କୁହାଯାଏ ତାହେଲେ ୨୦୦ ଗ୍ରାମ ଲେମ୍ବୁ ୭୫-୮୦ ଟଙ୍କା ଏବଂ କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି।


ଏତିକିରେ ଶେଷ ହୋଇନାହିଁ ଦୁର୍ଦ୍ଦଶା। କେତେକ ସ୍ଥାନରେ ଲେମ୍ବୁ ବିକ୍ରି କରୁଥିବା ବିକ୍ରେତା ଲାଠି ସହାୟତାରେ ଏହାର ବ୍ୟବସାୟ କରୁଛନ୍ତି। କାରଣ ଗ୍ରାହକ କମ ପଇସା ଦେଇ ଜବରଦସ୍ତ ଲେମ୍ବୁ ନେଇଯିବାକୁ ଚେଷ୍ଟା କରୁଛନ୍ତି। ବାଧ୍ୟ ବାଧ୍ୟକତାରେ ଏପରି କାମ କରିବାକୁ ପଡୁଛି।