Gwadar Balochistan Diesel Depot: ବୁଧବାର ପାକିସ୍ତାନ ଗ୍ୱାଦର ବେଲୁଚିସ୍ତାନ ଡିଜେଲ ଡିପୋ ଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡ କାରଣରୁ ଗ୍ୱାଦର ବନ୍ଦରରେ ରହିଥିବା ଜାହାଜ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଜେନେରେଟରରେ ହୋଇଥିବା ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯାଇଥିଲା। ପରେ ନିଆଁ ଯାହା ଗ୍ୱାଦର ବନ୍ଦର ଠାରେ ରହିଥିବା ଡିଜେଲ ଡିପୋକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସେମାନେ ଉଦ୍ଧାରକାରୀ ଦଳକୁ ଡାକିଥିଲେ। ସାହାଯ୍ୟ ପାଇବା ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।


COMMERCIAL BREAK
SCROLL TO CONTINUE READING

ଅଗ୍ନିକାଣ୍ଡ କାରଣରୁ ଏଠାରେ ପ୍ରାୟ ୧୨ କିମ୍ବା ଏହା ଠାରୁ ଅଧିକ ଜାହାଜ ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି। ଗ୍ୱାଦର ବନ୍ଦର କିମ୍ବା ବେଲୁଚିସ୍ତାନ କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଇଛି ଯେ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ଅଧିନସ୍ତ ଗ୍ୱାଦର ଜିଲ୍ଲାର ଜିୱାନି ଅଞ୍ଚଳର କୁନ୍ତାନି ହୋର୍ କ୍ଷେତ୍ରରେ ରହିଥିବା ଜାହାଜରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ କାରଣରୁ ଆଖପାଖ ଅଞ୍ଚଳର ଲୋକଙ୍କ ସମ୍ପତ୍ତି ମଧ୍ୟ ପୋଡ଼ି ଛାରଖାର ହୋଇଯାଇଛି। ଏନେଇ କୁହାଯାଇଛି ଯେ ସ୍ଥାନୀୟ ଅଞ୍ଚଳର ଲୋକ ଉଦ୍ଧାରକାରୀ ଦଳ ସହ ଯୋଗାଯୋଗ କରିଛନ୍ତି, ହେଲେ ସେମାନେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି। 



ଗତ ମାସରେ ହଜାର ହଜାର ବିକ୍ଷୋଭକାରୀ ବେଲୁଚିସ୍ତାନ ଠାରେ ଚୀନ୍ ଦ୍ୱାରା ନିର୍ମିତ ଗ୍ୱାଦର ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରିଥିଲେ। ଏହି ବିକ୍ଷୋଭର ନେତୃତ୍ୱ ପ୍ରସିଦ୍ଧ ହକ ଦୋ ତେହେରିକ ମୌଲାନା ହିଦାୟତୁର ରେହମାନ ନେଇଥିଲେ। ପୂର୍ବରୁ ବିକ୍ଷୋଭକାରୀ ଚୀନ ଟ୍ରଲର ଦ୍ୱାରା ବେଆଇନ ଭାବେ ମାଛ ମରାଯିବା, ନିଖୋଜ ବ୍ୟକ୍ତିଙ୍କୁ ମୁକ୍ତ କରିବା, ଇରାନ ସହ ସୀମା ବାଣିଜ୍ୟ ପାଇଁ ଅନୁମତି ଦେବା ଏବଂ ବେଲୁଚ ଯୁବକଙ୍କୁ ପ୍ରଭାବିତ କରୁଥିବା ଡ୍ରଗ୍ସ କାରବାର ବନ୍ଦ କରିବାକୁ ଦାବି କରିଆସୁଛନ୍ତି।